୫୬% ଜନଧନ ଖାତାଧାରୀ ମହିଳା, ୬୭% ଜନ ଧନ ଆକାଉଣ୍ଟ ଗ୍ରାମ ଓ ଅର୍ଦ୍ଧ ସହରାଞ୍ଚଳରେ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଅର୍ଥ ମନ୍ତ୍ରଣାଳୟ ତାହାର ଆର୍ଥିକ ସମାବେଶୀକରଣ ପ୍ରୟାସ ମାଧ୍ୟମରେ ସମାଜରେ ବଞ୍ଚିତ ଓ ସାମାଜିକ, ଆର୍ଥିକ ଦୃଷ୍ଟିରୁ ଅବଳେହିତ ଥିବା ବର୍ଗଙ୍କୁ ଅର୍ଥନୀତିକ ସହାୟତା ଯୋଗାଇ ଦେବାକୁ ଅଙ୍ଗୀକାରବଦ୍ଧ । ଆର୍ଥିକ ସମାବେଶୀକରଣ ପ୍ରୟାସ ମାଧ୍ୟମରେ ଆମେ ଦେଶର ସମାବେଶୀ ବିକାଶ ହାସଲ କରିପାରିବା । ଆର୍ଥିକ ସମାବେଶୀକରଣ ଅର୍ଥ ହେଲା ନିର୍ଦ୍ଦିଷ୍ଟ ବର୍ଗକୁ ସ୍ୱଳ୍ପ ମୂଲ୍ୟରେ ଠିକ୍ ସମୟରେ ଆର୍ଥିକ ସେବା ଯୋଗାଇଦେବା । ଏହି ବର୍ଗରେ ରହିଛନ୍ତି ଦେଶର ସ୍ୱଳ୍ପ ଆୟକାରୀ ଓ ଦୁର୍ବଳ ଶ୍ରେଣୀ ତଥା ବ୍ୟାଙ୍କ ସେବା ନ ଥିବା ଅଞ୍ଚଳର ଜନତା ।
ଗରିବ ଜନତା ସେମାନଙ୍କର ସ୍ୱଳ୍ପ ସଞ୍ଚୟକୁ କିପରି ଅନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିପାରିବେ ତାହା ଏହି ଯୋଜନାର ଲକ୍ଷ୍ୟ । ଏହା ଦ୍ୱାରା ଏହି ବର୍ଗର ରୋଜଗାରିଆ ଲୋକମାନେ ପ୍ରବାସରୁ ସହଜରେ ନିଜ ପରିବାରକୁ ଟଙ୍କା ପଠାଇବାର ସୁବିଧା ପାଇ ପାରୁଛନ୍ତି । ଫଳରେ ଅର୍ଥାଭାବ କାରଣରୁ ସମ୍ପୃକ୍ତ ପରିବାର ହାତଉଧାରି ଋଣ ଓ ସାହୁକାରଙ୍କ ଦ୍ୱାରସ୍ଥ ନ ହୋଇ ଆର୍ଥିକ ଶୋଷଣରୁ ସୁରକ୍ଷିତ ହୋଇଛନ୍ତି । ଅତଏବ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏକ ଐତିହାସିକ ପଦକ୍ଷେପ ଏବଂ ଏହା ବିଶ୍ୱର ଅନ୍ୟତମ ସର୍ବବୃହତ୍ ଆର୍ଥିକ ସମାବେଶୀକରଣ ପ୍ରୟାସ । ୨୦୧୪ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ଉପରୁ ତାଙ୍କର ଭାଷଣ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ଜେଡିୱାଇ ସମ୍ପର୍କରେ ଘୋଷଣା କରିଥିଲେ । ଏହା ପରେ ସେଇବର୍ଷ ଅଗଷ୍ଟ ୨୮ତାରିଖରେ ଯୋଜନାର ପ୍ରବର୍ତ୍ତନ ବା କାର୍ଯ୍ୟକାରିତା ଆରମ୍ଭ ହେଲା । ସେ ଦିନ ପ୍ରଧାନମନ୍ତ୍ରୀ ଏହାକୁ ବିଭିନ୍ନ ଶୃଙ୍ଖଳରୁ ଗରିବଙ୍କ ମୁକ୍ତିର ଏକ ଉତ୍ସବ ଭାବେ ବର୍ଣ୍ଣନା କରିଥିଲେ । ପିଏମ୍ଜେଡିୱାଇର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏକ ବାର୍ତ୍ତଦେଇ କହିଛନ୍ତି ଯେ “ଆର୍ଥିକ ସମାବେଶୀକରଣ ସମାବେଶୀ ଅଭିବୃଦ୍ଧି ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ସମାଜରେ ବଂଚିତ ବର୍ଗଙ୍କ ସାମଗ୍ରିକ ଅର୍ଥନୀତିକ ବିକାଶକୁ ସୁନିଶ୍ଚିତ କରିଛି । ୨୦୧୪ ଅଗଷ୍ଟ ୨୮ଠାରୁ ପିଏମ୍ଜେଡିୱାଇର ସଫଳତା ଏହାର ଉପଲବ୍ଧିରେ ପ୍ରତିଫଳିତ ହୋଇଛି । ଏହି ଯୋଜନାରେ ୪୬କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ସହିତ ଏଥିରେ ୧. ୭୪ଲକ୍ଷ କୋଟି ଟଙ୍କା ଜମା ରହିଛି । ଏହି ଯୋଜନାର ସଂପ୍ରସାରଣ ଦେଶର ଗ୍ରାମ ଓ ଅର୍ଦ୍ଧସହରାଞ୍ଚଳକୁ ବ୍ୟାପିଛି ଏବଂ ସେଠାକାର ୬୭% ଜନତାଙ୍କୁ ଏହା ଲାଭ ମିଳିଛି । ଏହାଛଡା ଜନଧନ ଯୋଜନାର ଖାତାଧାରୀଙ୍କ ମଧ୍ୟରେ ୫୬% ମହିଳା ଅଛନ୍ତି । ଏହା ବ୍ୟତୀତ ୨୦୧୮ ପରେ ପିଏମ୍ଜେଡିୱାଇରେ କେତେକ ପରିବର୍ତ୍ତନ କରାଯାଇ ଦେଶର ନୂଆ ଆର୍ଥିକ ସମାବେଶୀକରଣ ପ୍ରକ୍ରିୟାକୁ ଏହାର ଅନୁରୂପ କରାଯାଇଛି । ଆଗରୁ ଏହି ଯୋଜନାର ପ୍ରତ୍ୟେକ ପରିବାର ପାଇଁ ଜନଧନ ଯୋଜନାର ଆକାଉଣ୍ଟ ବ୍ୟବସ୍ଥା ଥିଲା । ଏବେ ତାହାକୁ ସବୁ ପରିବାରର ପ୍ରାପ୍ତ ବୟସ୍କଙ୍କ ପାଇଁ କରାଯାଇଛି । ଏହା ଫଳରେ ଡିବିଟି ବ୍ୟବସ୍ଥାର ଲାଭ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ପାଇପାରୁଛନ୍ତି ଏବଂ ଯୋଜନାର ପରିସର ବ୍ୟାପକ ହୋଇଛି । ଆହୁରି ମଧ୍ୟ ରୂପେ କାର୍ଡର ପ୍ରଚଳନ କରାଯାଇ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି । ପିଏମ୍ଜେଡିୟୁର ପ୍ରମୁଖ ବିଷୟଗୁଡିକ ହେଲା, ବ୍ୟାଙ୍କ ନ ଥିବା ଅଞ୍ଚଳରେ ହିତାଧିକାରୀଙ୍କୁ ଅନୁଷ୍ଠାନିକ ବ୍ୟାଙ୍କ ସେବା ଯୋଗାଇବା, ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା ଏବଂ ଅର୍ଥହୀନଙ୍କୁ ଅର୍ଥ ଯୋଗାଇବା । ଏହା ଦ୍ୱାରା ଏକ ବହୁପାକ୍ଷିକ ସହଯୋଗ ବ୍ୟବସ୍ଥା ଗଢି ଉଠିଛି । ନୂଆ ଟେକ୍ନୋଲୋଜିର ପ୍ରୟୋଗ ଦ୍ୱାରା ସେବାରୁ ବଞ୍ôଚତ ଓ ସ୍ୱଳ୍ପ ସେବା ଯାଉଥିବା ବର୍ଗର ଲୋକଙ୍କୁ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ କରିବା କାର୍ଯ୍ୟ ସହଜ ତଥା ସୁନିଶ୍ଚିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅର୍ଥମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଆହୁରି କହିଛନ୍ତି ଯେ “ ଆକାଉଣ୍ଟଧାରୀଙ୍କ ଅନୁମତି ସମ୍ମତିକ୍ରମେ ସେମାନଙ୍କ ଆକାଉଂଟକୁ ସେମାନଙ୍କ ମୋବାଇଲ ନମ୍ବର ଓ ଆଧାର ସହ ସମ୍ପୃକ୍ତ ବ୍ୟବସ୍ଥା କରାଯାଇଛି ଯାହା ‘ଜାମ୍ ଟ୍ରିନିଟି(ଜନଧନ ଆକାଉଣ୍ଟ, ଆଧାର ଓ ମୋବାଇଲ-ତ୍ରୟର ସଂଯୋଗୀକରଣ) ନାମରେ ପରିଚିତ । ଏହା ଦେଶର ଆର୍ଥିକ ସମାବେଶୀକରଣ ପ୍ରକ୍ରିୟାର ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି । ଏହା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ଅର୍ଥ ଆକାରରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଅବିଳମ୍ବେ ପହଞ୍ôଚପାରୁଛି । ଏହି ପ୍ରତ୍ୟକ୍ଷ ଲାଭ ଯୋଗଣ ବ୍ୟବସ୍ଥା ବା ଡିବିଟି କରୋନା ମହାମାରୀ ସମୟରେ ବେଶ୍ ଉପଯୋଗୀ ପ୍ରମାଣିତ ହୋଇଥିଲା । ଏହି ସମୟରେ ପିଏମ୍ କିଷାନ, ପିଏମ୍ଜିକେପି ଏବଂ ପିଏମ୍ଜେଡିୱାଇର ମହିଳା ହିତାଧିକାରୀଙ୍କୁ ସରକାର ଡିବିଟି ବ୍ୟବସ୍ଥାରେ ଅର୍ଥ ଠିକ୍ ସମୟରେ ଯୋଗାଇବାରେ ସଫଳ ହୋଇଥିଲେ । ଅର୍ଥମନ୍ତ୍ରୀ ତାଙ୍କ ବାର୍ତ୍ତାର ଶେଷରେ ଲେଖିଛନ୍ତି, “ଆର୍ଥିକ ସମାବେଶୀକରଣ ନୀତିଭିତ୍ତିକ ପ୍ରୟାସ ଆବଶ୍ୟକ କରେ । ଏଥିରେ ଆର୍ଥିକ ସାମଗ୍ରୀ, ସୂଚନା, ଯୋଗାଯୋଗ ଟେକ୍ନୋଲୋଜି ଓ ଡାଟା ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ହାସଲ କରିବା ପାଇଁ ଦେଶ ପିଏମ୍ଜେଡିୱାଇର ପ୍ରବର୍ତ୍ତନକାଳରୁ ଆବଶ୍ୟକ ରଣନୀତି ଆପଣାଇଛି । ଏହା ମାଧ୍ୟମରେ ହିତାଧିକାରୀଙ୍କୁ ଯୋଜନାର ସର୍ବାଧିକ ଲାଭ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି । ପିଏମ୍ଜେଡିୱାଇକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସବୁ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାକୁ ସେ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି । ପିଏମ୍ଜେଡିୱାଇ ପ୍ରବର୍ତ୍ତନର ଆଠବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍ଜେଡିୱାଇ) ଆର୍ଥିକ ସମାବେଶିତା କ୍ଷେତ୍ରରେ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ପଦକ୍ଷେପ । ଏହାର ପ୍ରଭାବ ବେଶ୍ ସୁଦୂର ପ୍ରସାରୀ । ଆର୍ଥିକ ସମାବେଶିତା, ସମାବେଶୀ ଅଭିବୃଦ୍ଧି ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ତେଣୁ ସରକାର ଏହା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏହା ଦ୍ୱାରା ଗରିବ ଲୋକମାନେ ନିଜର କଷ୍ଟଲବ୍ଧ ସୀମିତ ସଂଚୟକୁ ସୁବିଧାରେ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏହାଫଳରେ ଏହି ଦରିଦ୍ର ବର୍ଗର ରୋଜଗାରିଆ ଲୋକମାନେ ପ୍ରବାସରୁ ସହଜରେ ନିଜର ପରିବାରକୁ ଟଙ୍କା ପଠାଇପାରୁଛନ୍ତି । ଅତଏବ ସମ୍ପୃକ୍ତ କାର୍ଡ ଧାରୀ ଓ ସେମାନଙ୍କ ପରିବାର ଲାଭଖୋର ସାହୁକାର, ମହାଜନଙ୍କ ଜାଲରୁ ମୁକ୍ତ ହୋଇଛନ୍ତି । କରାଡ ଆହୁରି କହିଛନ୍ତି ଯେ ପିଏମ୍ଜେଡିୱାଇର ଅଷ୍ଟମ ବର୍ଷ ମୂର୍ତ୍ତି ଅବସରରେ ଏହି ଯୋଜନାର ଗୁରୁତ୍ୱ ବେଶ୍ ଭଲଭାବେ ବୁଝି ହେଉଛି । ଏହା ସରକାରଙ୍କ ଜନକୈନ୍ଦ୍ରିକ ଆର୍ଥିକ ପ୍ରୟାସର ମୂଳଦୁଆ ହୋଇ ସମ୍ପୃକ୍ତ ହିତାଧିକାରୀଙ୍କ ଉପକାରରେ ଲାଗୁଛି । ଡିବିଟି, କୋଭିଡ ଆର୍ଥିକ ସହାୟତା, ପିଏମ୍-କିଷାନ, ମନରେଗାର ବର୍ଦ୍ଧିତ ମଜୁରୀ, ଜୀବନ ଓ ସ୍ୱାସ୍ଥ୍ୟ ବୀମା ଆଦି ପ୍ରତ୍ୟେକ ସରକାରୀ ଯୋଜନାର ଲାଭ ପ୍ରଦାନରେ ହିତାଧିକାରୀଙ୍କର ମୂଳ ଆବଶ୍ୟକତା ହେଲା ନିଜର ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା । ସେହି ଆବଶ୍ୟକତାକୁ ପିଏମ୍ଜେଡିୱାଇ ପ୍ରାୟତଃ ସମ୍ପୂର୍ଣ୍ଣ କରିଛି । ମୁଁ ଦୃଢ ବିଶ୍ୱାସୀ ଯେ ଏ କ୍ଷେତ୍ରରେ ସମ୍ପୃକ୍ତ ବ୍ୟାଙ୍କ ସମୂହ ଆଶାଜନକ ଭାବେ କାମ କରି ଏହି ଜାତୀୟ ପ୍ରୟାସକୁ ସମ୍ପୂର୍ଣ୍ଣ ସଫଳ କରିବାର ସହାୟକ ହେବେ । ପ୍ରତ୍ୟେକ ସାବାଳକ ସରକାରଙ୍କ ଏହି ଆର୍ଥିକ ସମାବେଶୀକରଣର ଲାଭ ଯେପରି ପାଆନ୍ତି ତାହାକୁ ସୁନିଶ୍ଚିତ କରିବାରୁ ସମସ୍ତ ସମ୍ପୃକ୍ତ ପକ୍ଷ ସବୁ ମନ୍ତେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ମୁଁ ସେମାନଙ୍କୁ ନିବେଦନ କରୁଛି । ଆମେ ଏହି ପିଏମ୍ଜେଡିୟୁ ଯୋଜନାର କାର୍ଯ୍ୟକାରିତାର ସଫଳ ଅଷ୍ଟମ ବର୍ଷ ପୂର୍ତ୍ତି ପାଳନ କରିବାବେଳେ ଏହାର ବିଭିନ୍ନ ଦିଗ, ବିଶେଷତଃ ଏହାର ସଫଳତା ପ୍ରତି ଦୃଷ୍ଟି ପକାଇବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍ଜେଡିୱାଇ) ଏକ ଜାତୀୟ ଅଭିଯାନ ଯାହା ଆର୍ଥିକ ସମାବେଶକରଣ ମାଧ୍ୟମରେ ଉଦ୍ଦିଷ୍ଟ ଜନବର୍ଗଙ୍କୁ ଆର୍ଥିକ ସେବା ଯଥା ବ୍ୟାଙ୍କିଙ୍ଗ୍, ସଚଂୟ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଟଙ୍କା ପ୍ରେରଣ, ଋଣ ଓ ବୀମା ସୁବିଧା ଏବଂ ପେନ୍ସନ୍ ସୁଲଭ ମୂଲ୍ୟରେ ଯୋଗାଇବାକୁ ଉଦ୍ଦିଷ୍ଟ । ଉଦ୍ଦେଶ୍ୟ, ଆର୍ଥିକ ସାମଗ୍ରୀ ଓ ସେବା ସ୍ୱଳ୍ପ ମୂଲ୍ୟରେ ଯୋଗାଣ ନିଶ୍ୱିତ କରିବା, ଟେକନୋଲୋଜି ବ୍ୟବହାର କରି ସେବା ଖର୍ଚ୍ଚ କମାଇବା ଓ ଏହାକୁ ଅଧିକ ସମ୍ପ୍ରସାରିତ କରିବା, ଯୋଜନାର ମୌଳିକ ବ୍ୟବସ୍ଥା, ଅଣ ବ୍ୟାଙ୍କିଙ୍ଗ ଇଲାକାରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଣ-ମୌଳିକ ସଂଚୟ ଜମା ଖର୍ଚ୍ଚ (ବିଏମ୍ବିଡି) ସର୍ବନିମ୍ନ କାଗଜ କଲମରେ ଯୋଗାଇବା, କୋହଳ କେୱାଇସି, ଇ-କେୱାଇସି, କ୍ୟାମ୍ପ ବ୍ୟବସ୍ଥାରେ ଆକାଉଣ୍ଟ ଖୋଲିବା ସେବା ଯୋଗାଣ, ଜମାଖାତାରେ ଶୂନ ଜମା ଓ ଶୂନ୍ୟ ଦେୟ ବ୍ୟବସ୍ଥା, ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା-ବ୍ୟବସାୟିକ ସ୍ଥଳରେ ଟଙ୍କା ଉଠାଣ ଓ ଅର୍ଥ ଦେୟ ପାଇଁ ଦେଶୀ ଡେବିଟି କାର୍ଡ ହିତାଧିକାରୀଙ୍କୁ ପ୍ରଦାନ ତଥା ହିତାଧିକାରୀଙ୍କୁ ୨ଲକ୍ଷ ଟଙ୍କାର ବୀମା ସୁବିଧା ଯୋଗାଣ, ଅର୍ଥହୀନଙ୍କୁ ଅର୍ଥ ଯୋଗାଣ-ମାଇକ୍ରୋ ଇନ୍ସୁରାନ୍ସ, ଓଭର ଡ୍ରାଫ୍ଟ ସୁବିଧା ମାଧ୍ୟମରେ ଲୋକଙ୍କ ଖର୍ଚ୍ଚ ଆବଶ୍ୟକତା ପୂରଣ, ମାଇକ୍ରୋ-ପେନ୍ସନ ଓ ମାଇକ୍ରୋ-କ୍ରେଡିଟ ଭଳି ଆର୍ଥିକ ସୁବିଧା ପ୍ରଦାନ । ପ୍ରାରମ୍ଭିକ ବ୍ୟବସ୍ଥା, ଛ’ଟି ଭିତ୍ତି ଉପରେ ଏହି ଯୋଜନା ଆରମ୍ଭ କରାଯାଇଥିଲା । ସାର୍ବଜନୀନ ବ୍ୟାଙ୍କ ସୁବିଧା-ଶାଖା ଓ ବ୍ୟାଙ୍କ କରେସପେଣ୍ଡେଣ୍ଟ ଜରିଆରେ, ପ୍ରତ୍ୟେକ ଯୋଗ୍ୟ ସାବଳକଙ୍କୁ ୧୦ହଜାର ଟଙ୍କା ଓ ଓଭରଡ୍ରାଫ୍ଟ ସୁବିଧା ସହିତ ମୌଳିକ ସଂଚୟ ଜମାଖାତା ପ୍ରଦାନ ସୁବିଧା, ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ -ସଂଚୟକୁ ପ୍ରୋତ୍ସାହନ, ଏଟିଏମ୍ର ବ୍ୟବହାର,ୠଣ ନେବାକୁ ପ୍ରସ୍ତୁତ କରାଇବା, ବୀମା ଓ ପେନ୍ସନ୍ ସୁବିଧା ଯୋଗାଣ, ବ୍ୟାଙ୍କ କାରବାର ନିମନ୍ତେ ମୌଳିକ ମୋବାଇଲ ଫୋନର ବ୍ୟବହାର, ଋଣ ଗ୍ୟାରେଣ୍ଟି ପାଣ୍ଠି ସୃଷ୍ଟି -ସମ୍ଭାବ୍ୟ ଖିଲାପର ମୁକାବିଲା ନିମନ୍ତେ ସମ୍ପୃକ୍ତ ବ୍ୟାଙ୍କ ପାଇଁ କିଛି ଗ୍ୟାରେଣ୍ଟି ବ୍ୟବସ୍ଥା ଯୋଗାଣ, ବୀମା -ପ୍ରତ୍ୟେକ ଆକାଉଣ୍ଟ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଏବଂ ୨୦୧୪ ଅଗଷ୍ଟ ୧୫ରୁ ୨୦୧୫ ଜାନୁୟାରୀ ୧୪ ମଧ୍ୟରେ ଖୋଲାଯାଇଥିବା ଜମାଖାତା ଉପରେ ଆକାଉଣ୍ଟଧାରୀଙ୍କୁ ୩୦ହଜାର ଟଙ୍କାର ବୀମା ସୁବିଧା, ଅସଂଗଠିତ କ୍ଷେତ୍ର ପାଇଁ ପେନ୍ସନ୍ ଯୋଜନା, ଅତୀତର ଅଭିଜ୍ଞତା ଭିତ୍ତିରେ ପିଏମ୍ଜେଡିୱାଇର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଖୋଲାଯାଇଥିବା ଆକାଉଣ୍ଟଗୁଡିକ ଅନ୍ଲାଇନ ଆକାଉଣ୍ଟ ଓ କୋର ବ୍ୟାଙ୍କିଙ୍ଗ ବ୍ୟବହାର ଅନ୍ତର୍ଭୁକ୍ତ । ପୂର୍ବରୁ ଅଫଲାଇନରେ ଖୋଲାଯାଇଥିବା ଆକାଉଣ୍ଟରେ ଟେକ୍ନୋଲୋଜି ଲକ୍-ଇନ ଭେଣ୍ଡର ପାଖରେ ରହୁଥିଲା । ଇଣ୍ଟର ଅପରେବଲ ରୂପେ ଡେବିଟ୍ କାର୍ଡ କିମ୍ବା ଆଧାର ପରିଚାଳିତ ପେମେଣ୍ଟ ସୁବିଧା (ଏଇପିଏସ୍), ଫିକ୍ଟଡ୍ ପଏଣ୍ଟ ବିଜ୍ନେସ୍ କରେସ୍ପଣ୍ଡେଣ୍ଟ, ସରଳ କେୱାଇସି-ଇ-କେୱାଇସି ବ୍ୟବସ୍ଥା ପ୍ରବର୍ତ୍ତନ, ନୂଆ ବ୍ୟବସ୍ଥା ସହିତ ପିଏମ୍ଜେଡିୱାଇ ସମ୍ପ୍ରସାରଣ, ସରକାର ପିଏମ୍ଜେଡିୱାଇର କେତେକ ପରିବର୍ତ୍ତନ କରି ୨୮. ୮.୨୦୧୮ଠାରୁ ଏହାର ସମ୍ପ୍ରସାରଣ କରିଛଛନ୍ତି। ସେଗୁଡିକ ହେଲା -ପ୍ରତ୍ୟେକ ପରିବାର ପରିବର୍ତ୍ତେ ସବୁ ସାବାଳକଙ୍କୁ ଜମାଖାତା ଖୋଲିବାର ସୁବିଧା ଯୋଜନା ରୂପେ କାର୍ଡର୍ ବୀମା ମାଧ୍ୟମରେ ପ୍ରତ୍ୟେକ ଆକାଉଣ୍ଟ ଉପରେ ଏକ ଲକ୍ଷ ପରିବର୍ତ୍ତେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ସୁବିଧା; ଏହା କେବଳ ୨୮.୮.୨୦୧୮ ପରେ ଖୋଲାଯାଇଥିବା ଆକାଉଣ୍ଟ ପାଇଁ ପ୍ରଯୁଜ୍ୟ । ଓଭରଡ୍ରାଫ୍ଟ ସୁବିଧା ବୃଦ୍ଧି, ଓଭରଡ୍ରାଫ୍ଟ ସୀମା ଦ୍ୱିଗୁଣିତ ହୋଇ ୫ହଜାରରୁ ୧୦ହଜାରକୁ ବୃଦ୍ଧି (ବିନା ସର୍ତ୍ତରେ), ଓଭର ଡ୍ରାଫ୍ଟ କ୍ଷେତ୍ରରେ ସର୍ବୋଚ୍ଚ ବୟସସୀମା ୬୦ରୁ ୬୫ବର୍ଷକୁ ବୃଦ୍ଧି । ସରକାରଙ୍କ ଜନକୈନ୍ଦ୍ରିକ ଆର୍ଥିକ ପ୍ରୟାସର ଆଧାରଶୀଳାରେ ପରିଣତ ହୋଇଥିବା ପିଏମ୍ଜେଡିୱାଇ କୋଭିଡ ମହାକାରୀ କାଳରେ ଆର୍ଥିକ ସହାୟତା, ପିଏମ୍ କିଷାନ କିସ୍ତି, ମନରେଗାର ବର୍ଦ୍ଧିତ ମଜୁରି ପ୍ରଦାନ, ଜୀବନ ଓ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଣ ଆଦି ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସିଧାସଳଖ ଟଙ୍କା ଯୋଗାଇବାରେ ସଫଳ ହୋଇଛି । ୨୦୧୪ ମାର୍ଚ୍ଚରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଖୋଲାଯାଇଥିବା ପ୍ରତି ଦୁଇଟିରୁ ଗୋଟିଏ ଆକାଉଣ୍ଟ ପିଏମ୍ଜେଡିୱାଇର । ଦେଶ ବ୍ୟପୀ ଜାରି ହୋଇଥିବା ଲକ୍ ଡାଉନ କାଳରେ ପ୍ରଥମ ୧୦ଦିନ ମଧ୍ୟରେ ପ୍ରାୟ ୨୦କୋଟି ମହିଳାଙ୍କ ପିଏମ୍ଜେଡିୱାଇ ଆକାଉଣ୍ଟକୁ ସରକାରୀ ଅନୁକମ୍ପା ରାଶି ପଠାଯାଇଥିଲା । ପିଏମ୍ଜେଡିୱାଇର ଉପଲବ୍ଧି ୨୦୨୨ ଅଗଷ୍ଟ ୧୦ତାରିଖ ସୁଦ୍ଧା, ପିଏମ୍ଜେଡିୟୁ ଆକାଉଣ୍ଟ (କୋଟିରେ ), ୨୦୨୨ ଅଗଷ୍ଟ ୧୦ତାରିଖ ସୁଦ୍ଧା ମୋଟ ପିଏମ୍ ଜେଡିୱାଇ ଆକାଉଣ୍ଟ ସଂଖ୍ୟା ୪୪୬.୨୫ କୋଟି ; ୫୫. ୫୯% (୨୫.୭୧କୋଟି) ଜନଧନ ଆକାଉଣ୍ଟ ଧାରୀ ମହିଳା ଓ ୬୬.୭୯%, ୩୦.୮୯କୋଟି ଜନଧନ ଆକାଉଣ୍ଟଧାରୀ ଗ୍ରାମ ଓ ଅର୍ଦ୍ଧ ସହରାଞ୍ଚଳରେ, ଯୋଜନାର ପ୍ରଥମ ବର୍ଷରେ ୧୭.୯୦ କୋଟି ପିଏମ୍ଜେଡିୟୁ ଆକାଉଣ୍ଟ ଖୋଲା ଯାଇଥିଲା । ଏହି ଯୋଜନାରେ ଆକାଉଣ୍ଟ ଖୋଲିବା ସଂଖ୍ୟା ନିରନ୍ତର ବଢିଚାଲିଛି । ପିଏମ୍ଜେଡିୱାଇ ଆକାଉଣ୍ଟ ସଂଖ୍ୟା ୨୦୧୫ ମାର୍ଚ୍ଚରୁ ୨୦୨୨ ଅଗଷ୍ଟ ୧୦ତାରିଖ ମଧ୍ୟରେ ତିନିଗୁଣ ବଢି ୧୪. ୭୨କୋଟିରୁ ୪୬.୨୫କୋଟିରେ ପହଞ୍ଚିଛି ସଚଳ ପିଏମଜେଡିୱାଇ ଆକାଉଣ୍ଟ-କୋଟିରେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଯଦି ଦୁଇବର୍ଷ ଧରି କ୍ରମାଗତ କୌଣସି ପିଏମ୍ଜେଡିୱାଇ ଆକାଉଣ୍ଟ ଜମାକାରୀ ଦ୍ୱାରା ବ୍ୟବହୃତ ନହୁଏ, ତାହ ଅଚଳ ବୋଲି ଧରାଯିବ । ୨୦୨୨ ଅଗଷ୍ଟ ସୁଦ୍ଧା ମୋଟ ୪୬. ୨୫କୋଟି ଆକାଉଣ୍ଟ ମଧ୍ୟରେୁ ୮୧% ବା ୩୭.୫୭ କୋଟି ଜମାଖାତା ସଚଳ ଥିଲା, ମାତ୍ର ୮.୨% ପିଏମ୍ଜେଡିୱାଇ ଆକାଉଣ୍ଟ ଅଚଳ ହୋଇଛି, ଗ- ପିଏମଜେଡିୱାଇରେ ମୋଟ ଜମା ଅର୍ଥ (କୋଟିରେ), ଏବେ ସବୁ ପିଏମ୍ଜେଡିୱାଇ ଜମାଖାତାରେ ୧, ୩୭, ୯୫୪ କୋଟି ଟଙ୍କା ଜମା ରହିଛି, ଜମା ପରିମାଣ ୨୦୧୫ ଅଗଷ୍ଟରୁ ୨୦୨୨ ଅଗଷ୍ଟ ମଧ୍ୟରେ ୭.୬୦ ଗୁଣ ବଢିଛି, ପିଏମ୍ଜେଡିୱାଇ ଆକାଉଣ୍ଟ ହାରାହାରି ଜମା(କୋଟିରେ), ଆକାଉଣ୍ଟ ପିଛା ହାରାହାରି ଜମା ୩୭୬୧ଟଙ୍କା, -ଆକାଉଣ୍ଟପିଛା ହାରାହାରି ଜମା ୨୦୧୫ ଅଗଷ୍ଟ ତୁଳନାରେ ୨.୯ ଶତାଂଶ ବଢିଛି । ଏଥିରୁ ପ୍ରମାଣିତ ହେଉଛି ଯେ ଲୋକଙ୍କ ମଧ୍ୟରେ ସଂଚୟ ଅଭ୍ୟାସ ବଢୁଛି, ପିଏମ୍ଜେଡିୱାଇ ଆକାଉଣ୍ଟଧାରୀଙ୍କୁ ରୂପେ କାର୍ଡ ପ୍ରଦାନ ସଂଖ୍ୟା (କୋଟିରେ), ମୋଟ ୩୧. ୯୪କୋଟି ଆକାଉଣ୍ଟଧାରୀଙ୍କୁ ରୂପେ କାର୍ଡ ପ୍ରଦାନ କରାଯାଇଛି, ରୂପେ କାର୍ଡ ସଂଖ୍ୟା ଓ କାର୍ଡର ବ୍ୟବହାର ଏହି ସମୟ ମଧ୍ୟରେ ବଢିଛି । ଜନଧନ ଦର୍ଶକ ଆପ୍, ବ୍ୟାଙ୍କ ଖାତା, ଏଟିଏମ୍, ବ୍ୟାଙ୍କମିତ୍ର, ଡାକଘର ଆଦିକୁ ସହଜରେ ଚିହ୍ନଟ କରିବା ପାଇଁ ଏକ ମୋବାଇଲ ଆପ୍ ସେବା ଆରମ୍ଭ କରାଯାଇଛି । ଏହି ନାଗରିକ କୈନ୍ଦ୍ରିକ ସେବା ବ୍ୟବସ୍ଥାରେ ଦେଶର ଆଠଲକ୍ଷରୁ ଅଧିକ ବ୍ୟାଙ୍କିଙ୍ଗ୍ ଟଚ୍ ପଏଣ୍ଟ ସ୍ଥାନିତ ହୋଇଛି । ଜିଆଇଏସ୍ ଆପ୍ ଦ୍ୱାରା ଏହି ସବୁ ସ୍ଥାନର ମାନଚିତ୍ର ଓ ସ୍ଥିତି ସହିତ ସହଜରେ ଦେଖିହେଉଛି । ଏହାର ନାମ ରଖାଯାଇଛି ଜନଧନ ଦର୍ଶକ ଆପ୍ । ସାଧାରଣ ଜନତା ନିଜର ଆବଶ୍ୟକତା ଅନୁସାରେ ଏହି ଆପ୍ରେ ସେବା ପାଇପାରୁଛନ୍ତି । ଯେଉଁ ସବୁ ଗାଁରେ ବ୍ୟାଙ୍କ ବା ଆର୍ଥିକ କାରବାର ସେବା ନାହିଁ ତାହାର ଠିକଣା ପାଞ୍ଚ କିମି ମଧ୍ୟରେ ଏହି ଆପ୍ରୁ ମିଳୁଛି । ତେବେ ଏହି ଏସବୁ ଗାଁର ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଜେଡିଡି ଆପ୍ରେ ପାଞ୍ଚ କିମି ମଧ୍ୟରେ ବ୍ୟାଙ୍କିଙ୍ଗ ଟଚ୍ ପଏଣ୍ଟ ଥିବା ଗାଁର ସଂଖ୍ୟା, ସୁଗମ ଡିବିଟି କାରବାର ନିଶ୍ଚିତ କରିବା ପଥେ, ବ୍ୟାଙ୍କ ସୂତ୍ର ଅନୁସାରେ ପ୍ରାୟ ୫.୯ କୋଟି ପିଏମ୍ ଜେଡିୱାଇ ଆକାଉଣ୍ଟଧାରୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାରେ ସିଧାସଳଖ ଅର୍ଥ ପାଉଛନ୍ତି । ଏହିଟଙ୍କା ସେମାନଙ୍କ ଆକାଉଣ୍ଟ ରେ ନିର୍ଦ୍ଧାରିତ ସମୟରେ ଜମା ହେଉଛି । ଡିବିଟିରେ ତ୍ରୁଟିବିଚ୍ୟୁତି ଘଟିଲେ ସମ୍ପୃକ୍ତ ବିଭାଗ ଡିବିଟି ମିଶନ, ଅନ୍ୟାନ୍ୟ ବିଭାଗ, ଏନ୍ସିପିଆଇ ଆଦି ସହିତ ତୁରନ୍ତ ପରାମର୍ଶ କରି ଏହାକୁ ସଜାଡୁଛନ୍ତି । ୧୯୧୯-୨୦ରେ ଡିବିଟି ବିଫଳତା ହାର ୧୩.୫% ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୯.୭%କୁ ହ୍ରାସ ପାଇଛି । ଡିଜିଟାଲ କାରବାର, ପିଏମଜେଡିୱାଇରେ ଜମାଖାତାଧାରୀଙ୍କୁ ୩୧.୯୪କୋଟି ରୂପେ ଡେବିଟ୍କାର୍ଡ ପ୍ରଦାନ କରାଯାଇଛି । ଏହାଛଡା ଦେଶର ବିଭିନ୍ନ ସ୍ଥାନରେ ୬୧.୬୯ ଲକ୍ଷ ପିଓଏସ୍/ଏମ୍ପିଓଏସ ମେସିନ ୨୦୨୨ ଜୁନ ସୁଦ୍ଧା ଲଗାଯାଇଛି । ଏହି ୟୁପିଆଇ ଭିତ୍ତିକ ଡିଜିଟାଲ ଅର୍ଥ କାରବାର ପ୍ରଚଳନ ଫଳରେ ପ୍ରାରମ୍ଭିକ ଅବସ୍ଥା ମୋଟ ୯୭୮କୋଟି ଟଙ୍କାର ଡିଜିଟାଲ କାରବାର ହୋଇଥିବାବେଳେ ୨୦୨୦-୨୨ ଆର୍ଥିକ ବର୍ଷରେ ଏହା ୭୧୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମୋଟ ୟୁପିଆଇ କାରବାର ସଂଖ୍ୟା କଥିତ ସମୟରେ ୪,୫୯୬ରୁ ୧.୭୯କୋଟିରେ ପହଞ୍ଚିଛି । ସେହିଭଳି ୨୦୧୬-୧୭ରେ ମୋଟ ରୂପେ କାର୍ଡ କାରବାର ୨୮.୨୮କୋଟି ଥିବାବେଳେ ୨୦୨୧-୨୨ରେ ଏହା ୫୧.୬୯କୋଟି ହୋଇଛି । ଭବିଷ୍ୟତର ମାର୍ଗ, ମାଇକ୍ରୋ ଇନ୍ସୁରାନ୍ସ ଯୋଜନାରେ ପିଏମ୍ଜେଡିୱାଇ ଆକାଉଣ୍ଟଧାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରୟାସ ଚାଲିଛି । ଯୋଗ୍ୟ ଖାତାଧାରୀଙ୍କୁ ପିଏମ୍ଜେଜେବିୱାଇ ଓ ପିଏମ୍ବିୱାଇ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଘେନି ସେମାନଙ୍କ ମତାମତ ଗ୍ରହଣ କରାଯିବା ପରେ ଏ ଦିଗରେ ବିହିତ ପଦକ୍ଷେପ ନିଆଯିବ । ବ୍ୟାଙ୍କ ସମୂହଙ୍କୁ ଇତି ମଧ୍ୟରେ ଏ ବିଷୟରେ ଜଣାଇ ଦିଆଯାଇଛି । ସମଗ୍ର ଦେଶରେ ଆବ୍ସେଷ୍ଟାନସ ଇନ୍ଫ୍ରାଷ୍ଟ୍ରକଚର ସୃଷ୍ଟି କରାଯାଇ ରୂପେ ଡେବିଟ କାର୍ଡ ବ୍ୟବହାର ସମେତ ପିଏମ୍ଜେଡିୱାଇ ଆକାଉଣ୍ଟ ହୋଲଡରଙ୍କୁ ଡିଜିଟାଲ ପେମେଣ୍ଟ କରାବାର ପାଇଁ ପ୍ରୋତ୍ସାହିତ କରିବାର ପ୍ରୟାସ ଚାଲିଛି । ପିଏମ୍ଜେଡିୱାଇ ଆକାଉଣ୍ଟଧାରୀଙ୍କୁ ପ୍ଲେକ୍ସିଂ ରିକରିଂ ଡିପୋଜିଟ୍ ଭଳି ମାଇକ୍ରୋକ୍ରେଡିଟ୍ ଓ ମାଇକ୍ରୋ ଇନ୍ପେକ୍ଟମେଣ୍ଟର ସୁବିଧା ନେବାକୁ ଉଦ୍ୟମ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ