୫ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ
ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଚୌଦ୍ଵାର ପୋଲିସ ୫ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାଇ ଚୌଦ୍ଵାର କପାଲେଶ୍ୱର ଅଞ୍ଚଳର ପ୍ରଦୀପ କୁମାର ପ୍ରଧାନ ତାଙ୍କ ପରିବାର ସହିତ ପୁରୀ ବୁଲିବାକୁ ଯାଇଥିଲେ। ପୁରୀ ରୁ ଫେରି ଦେଖିଲେ କେହି ଦୁର୍ବୃତ୍ତ ତାଙ୍କ ପଛ କବାଟ ଭାଙ୍ଗି ବିପୁଳ ପରିମାଣ ର ସୁନରୁପା ଗହଣା ଓ ବୈଦ୍ୟୁତିକ ସାମଗ୍ରୀ ଚୋରି କରିନେଇଛି। ଏ ସଂକ୍ରାନ୍ତ ରେ ଶ୍ରୀ ପ୍ରଧାନ ଚୌଦ୍ଵାର ଥାନା ରେ ଲିଖିତ ଏତଲା ଦେଇଥିଲେ। ତାଙ୍କ ଏତଲା କୁ ଆଧାର କରି ଚୌଦ୍ଵାର ପୋଲିସ ତଦନ୍ତ ଜାରି ରଖିଥିଲେ। ପରେ ୫ ଜଣ ଡକାୟତ ଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ।ସେମାନେ ହେଲେ ଜଗତପୁର ଥାନା ଅଞ୍ଚଳର ହରିହର ସାମଲ ,ମାମି ସାମଲ,ଶତ୍ରୁଘ୍ନ ସାହୁ,ତ୍ରିଲୋଚନ ସାହୁ ଓ ଆଠଗଡ଼ ଥାନା ଅଞ୍ଚଳ ର ସୂର୍ଯ୍ୟକାନ୍ତ ରାଉତ। ଏମାନଙ୍କ ନିକଟରୁ ୨୨୦ ଗ୍ରାମ ର ସୁନା,୨୩୭ ଗ୍ରାମର ରୂପା ସାମଗ୍ରୀ,ଗୋଟିଏ ସୁଜୁକି ଆକସେଶ୍ ୧୨୫ ସ୍କୁଟି ୟାମାହା ଆର୧୫ ବାଇକ୍ ଜବତ କରାଯାଇଥିବାର ଚୌଦ୍ଵାର ପୋଲିସ ସୂଚନା ଦେଇଛନ୍ତି।


