୫ ମୋବାଇଲ ସମେତ ୨ ଚୋରା ବାଇକ୍ ଜବତ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ପୋଲିସ ବୁଧବାର ୨ ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଲୁଟେରା ଦ୍ୱୟ ହେଲେ ଦିଗପହଣ୍ଡି ଥାନା ଅଧୀନ ବନ୍ଥପଲ୍ଲୀ ଗ୍ରାମର ଅଜିତ ସ୍ବାଇଁ ଏବଂ ନନ୍ଦନ ବେହେରା । ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଦ୍ବୟ ଗତ ୧୩ ତାରିଖ ସନ୍ଧ୍ୟା ପ୍ରାୟ ୬ ଟାରେ ଦିଗପହଣ୍ଡି – ରାୟଗଡ଼ା ୩୧୭ନଂ ଜାତୀୟ ରାଜପଥ ର ମଳାଭଞ୍ଜା ବ୍ରିଜ ନିକଟରେ ଡେଙ୍ଗାଓସ୍ତା ଗ୍ରାମର ଶ୍ରୀଧର ପାଣିଗ୍ରାହୀଙ୍କ ସାଇକେଲ କୁ ଜୋର୍ ଜବରଦସ୍ତ ରାସ୍ତା ରେ ଅଟକାଇ ତାଙ୍କ ମୋବାଇଲ ଫୋନ କୁ ଛଡାଇ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ।ଏନେଇ ଏତଲା ହେବାପରେ ଆଇ ଆଇ ସି ବସନ୍ତ କୁମାର ସେଠୀ ଥାନା ମାମଲା ନଂ.୨୦୬/୨୦ ଦଫା – ୩୯୪ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ୨ ଟି ଚୋରା ବାଇକ୍ ସମେତ ୫ ଟି ମୋବାଇଲ ଫୋନ୍ କୁ ଜବତ କରାଯାଇଥିବା ବେଳେ ଉଭୟ ଙ୍କ ନାଁ ରେ ବ୍ରହ୍ମପୁର ସଦର ଥାନା ଏବଂ ପାଟପୁର ଥାନାରେ ଏକାଧିକ ମାମଲା ଥିବା ଆଇ ଆଇ ସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ