୬ଟି ଘର ଭଙ୍ଗିବା ସହ ୪ ଏକର ଜମିରୁ ଜବରଦଖଲ ଉଚ୍ଛେଦ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ  ଜିଲ୍ଲା ବାଲିଗୁଡ଼ାରେ ଗତ କିଛିଦିନ ହେଲା ଜମି ମାଫିଆଙ୍କ ମଧ୍ୟରେ ଦେଖାଯାଇଛି ଆତଙ୍କ । ନୂତନ ଭାବେ ଯୋଗଦେଇଥିବା ବାଲିଗୁଡ଼ା ତହସିଲଦାରଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଫିଆମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ବାଲିଗୁଡା ସହର ଓ ପଞ୍ଚାୟତରେ ସରକାରୀ ଜମିକୁ କିଛି ବ୍ୟକ୍ତି ଜବରଦଖଲ କରି ଅନ୍ୟମାନଙ୍କୁ ଚଢ଼ାଦରରେ ବିକ୍ରି କରୁଛନ୍ତି। ଏହାକୁ ରୋକିବା ପାଇଁ ବୁଦ୍ଧିଜୀବୀ ମହଲରେ ବାରମ୍ବାର ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର ବାଲିଗୁଡା ସହରର ସିଟି ସ୍କୁଲ ନିକଟରେ ପ୍ରାୟ ୪ ଏକର ଜମିରେ ବେଆଇନ ଭାବେ ନିର୍ମିତ ଛଅଟି ଘରକୁ ଭାଙ୍ଗିବା ସହ ଉକ୍ତ ଜମିରେ ବିନା ଅନୁମତିରେ ପ୍ରବେଶ ନିଷେଧ ପାଇଁ ଏକ ବୋର୍ଡ ଲଗାଯାଇ ଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ତରଫରୁ ଆକଟ କରାଯାଇଥିବା ଜମିର ମୂଲ୍ୟ ପ୍ରାୟ ୭ଲକ୍ଷରୁ ଉର୍ଦ୍ଧ ହେବ ବୋଲି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ସରକାରୀ ଜମିରେ କୌଣସି ବ୍ୟକ୍ତି ଗୃହ ନିର୍ମାଣ ନକରିବାକୁ ତଦସିଲଦାର ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି। ଉକ୍ତ ଉଚ୍ଛେଦ କାର୍ଯ୍ୟକ୍ରମରେ ତହସିଦାରଙ୍କ ସମେତ ସୁପରଭାଇଜର ରମେଶ ଚନ୍ଦ୍ର ବେହେରା, ଆରଆଇ ରୁନୁମା ମଳିକ, ସହକାରୀ ଆରଆଇ ସିଦ୍ଧାର୍ଥ ଗୌତମ ପଟ୍ଟନାୟକ, ଅମିନ ଦୀପକ ସାହୁ, ରମେଶ କୁମାର ନାୟକ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ