୭ ଜିଲ୍ଲାରେ ବଦଳିଲା ମାଟ୍ରିକ ଖାତା ଦେଖା ସମୟ
କଟକ: ରାଜ୍ୟରା ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି । ପ୍ରବଳ ଗରମ ଯୋଗୁଁ ମାଟ୍ରିକ ଖାତା ଦେଖାରେ ଅସୁବିଧା ହେଉଛି । କୋଠରୀ ଭିତରେ ଏତେ ସଂଖ୍ୟକ ପରୀକ୍ଷକଙ୍କୁ ନେଇ ଖାତା ଦେଖିବା ସମ୍ଭବ ହେଉନାହିଁ । ଯେଉଁଥିପାଇଁ ପରୀକ୍ଷକମାନେ ନିଜ ନିଜ ଜିଲ୍ଲାରେ ଶିକ୍ଷା ଅଧିକାରୀଙ୍କୁ ଖାତା ଦେଖା ସମୟ ପରିବର୍ତ୍ତନ କରିବା ପାଇଁ ନିବେଦନ କରିଥିଲେ । ଏହାର ବିଚାର କରାଯାଇ ୬ଟି ଜିଲ୍ଲା ନୂଆପଡ଼ା, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁରରେ ମାଟ୍ରିକ ଖାତା ଦେଖା ସମୟକୁ ପରିବର୍ତ୍ତନ କରାଯାଇଛି । ସକାଳ ସାଢେ଼ ୭ଟାରୁ ଖାତା ଦେଖା ଆରମ୍ଭ ହୋଇ ସାଢେ଼ ୧୧ଟାରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ତଦନୁସାରେ ପରୀକ୍ଷକମାନେ ସକାଳ ସାଢେ଼ ୭ଟା ଭିତରେ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି ।


