୭ ତାରିଖରେ ଛାତ୍ର କଂଗ୍ରେସ କରିବ ବିଧାନସଭା ଘେରାଉ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆଜି ପ୍ରଦେଶ କଂଗ୍ରେସକାର୍ଯ୍ୟାଳୟରେ ପ୍ରଦେଶ ଛାତ୍ରକଂଗ୍ରେସସଭାପତିଶ୍ରୀୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଷ୍ଟାଫସିଲେକସନ କମିଶନ ଦୁର୍ନୀତି ଓ ମନ୍ତ୍ରୀ ପ୍ରତାପ ଜେନାଙ୍କଇସ୍ତଫାଏବଂବହିସ୍କାର ଦାବିରେସେପ୍ଟେମ୍ବର ୭ ତାରିଖରେ ପ୍ରଦେଶ ଛାତ୍ରକଂଗ୍ରେସବିଧାନସଭାଘେରାଉକରିବ । ପ୍ରଦେଶ ଛାତ୍ରକଂଗ୍ରେସଷ୍ଟାଫସିଲେକସନ ଦୁର୍ନୀତି ପ୍ରସଙ୍ଗରେଭୁବନେଶ୍ୱରସ୍ଥିତଷ୍ଟାଫସିଲେକସନ କମିଶନ କାର୍ଯ୍ୟାଳୟଘେରାଉକରିବାସହିତବିଭିନ୍ନଜିଲ୍ଳାରେଜିଲ୍ଳାପାଳଙ୍କକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭଏବଂବିଭିନ୍ନମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏହି ପ୍ରସଙ୍ଗରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମକରିସାରିଛି । ନବୀନ ସରକାର ୨୧ ବର୍ଷ ଧରି ଏ ରାଜ୍ୟରଛାତ୍ରସମାଜକୁ ପ୍ରତାରିତକରିଛନ୍ତି ।ଷ୍ଟାଫସିଲେକସନ ଦୁର୍ନୀତିରେଜଣେସାଧାରଣକିରାଣୀକୁବହିସ୍କାରକରିଏବଂତାରସମ୍ପତିରଭିଜିଲାନ୍ସ ତଦନ୍ତ କରାଇସରକାରସ୍ୱଚ୍ଛତାର ଦିଣ୍ଡିମ ପିଟୁଛନ୍ତି । ଏ ରାଜ୍ୟରବୁଦ୍ଧିଜୀବୀ ଓ ଛାତ୍ରସମାଜକୁଭୂଆଁବୁଲାଇବା ପାଇଁ ନବୀନ ସରକାର ଅପଚେଷ୍ଟାକରୁଛନ୍ତି । ଏ ମହାଦୁର୍ନୀତି କ’ଣ ଜଣେକିରାଣୀ ଦ୍ୱାରାସମ୍ଭବକି? ଷ୍ଟାଫସିଲେକସନ କମିଶନ ମୁଖ୍ୟମନ୍ତ୍ରୀଙ୍କବିଭାଗର ଅଧୀନ ।ଏଣୁଏହାକୁଚପାଇ ଦେବାପାଇଁମୁଖ୍ୟମନ୍ତ୍ରୀ ଅପଚେଷ୍ଟାକରୁଛନ୍ତି ।ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଏବଂସଭ୍ୟମାନଙ୍କୁଘଂଟଘୋଡାଉଛନ୍ତି । ୨୧ ବର୍ଷଭିତରେ ନବୀନ ସରକାର ୯୦ ପ୍ରତିଶତ ଚାକିରୀବିକ୍ରିକରିଦେଇଛନ୍ତି ।କହିଥିଲେବର୍ଷକୁ ୨ଲକ୍ଷ ଚାକିରୀ ଦେବେମାତ୍ର ଚାକିରୀ ଦେବାତ ଦୁରର କଥା ସରକାରୀଚାକିରୀହାଟରେଟେଣ୍ଡରହେଉଛି ।ଛାତ୍ରଛାତ୍ରୀବହୁ ପରିଶ୍ରମକରି, ଅର୍ଥବ୍ୟୟକରି ପାଠପଢ଼ୁଛନ୍ତି ଚାକିରୀକରିବା ଆଶାରେମାତ୍ର ପରୀକ୍ଷା ପୂର୍ବରୁ ନବୀନ ସରକାର ଚାକିରୀବିକିଦେବା ଏ ରାଜ୍ୟରଛାତ୍ରସମାଜ ପ୍ରତି ପ୍ରତାରଣାଏବଂବେଇମାନୀ ।ଷ୍ଟାଫସିଲେକସନ ଅଧ୍ୟକ୍ଷ ଏବଂସମସ୍ତସଭ୍ୟଙ୍କୁ ତଦନ୍ତ ପରିସରକୁ ଆଣିବାସହ ୨୧ ବର୍ଷଭିତରେଯେଉଁମାନେ ଦାୟୀତ୍ୱରେ ଥିଲେସେମାନଙ୍କରବି ତଦନ୍ତ କରାଯାଉ । ଆଉ ନବୀନ ସରକାରଛାତ୍ରଛାତ୍ରୀଙ୍କସ୍ୱପ୍ନକୁ ଅପହରଣ ନକରନ୍ତୁ ।ସରକାରୀଚାକିରୀ ନିଲାମ ନିଲାମ ନକରନ୍ତୁ । ଚାକିରୀର ପରୀକ୍ଷାର୍ଥୀମାନଙ୍କୁ ନ୍ୟାୟମିଳୁ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜବିଭାଗର ଦୁର୍ନୀତିକୁସ୍ୱୀକାରକରନ୍ତୁ । ଏ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଜିବିପର୍ଯ୍ୟସ୍ତ ।ବିଜେଡିରମନ୍ତ୍ରୀ ଓ ବିଧାୟକମାନେ ଗଣତନ୍ତ୍ରକୁହତ୍ୟାକରୁଛନ୍ତି । ଆଇନ ମନ୍ତ୍ରୀଏବଂମାହାଙ୍ଗାବିଧାୟକଙ୍କ ଅପରାଧକୁରାଜ୍ୟ ମୁଖ୍ୟମନ୍ତ୍ରୀ ଘଂଟ ଘୋଉଛନ୍ତି ।ରାଜନେତାକୁଳମଣିବରାଳଙ୍କ ପୁଅ ରମାକାନ୍ତ ବରାଳ ଏଫଆଇଆରରେମାହାଙ୍ଗାଡବଲମର୍ଡ଼ରଘଟଣାରେମନ୍ତ୍ରୀ ପ୍ରତାପ ଜେନାଙ୍କସଂପୃକ୍ତିକୁନେଇତାଙ୍କ ନାମଲେଖିଥିଲେ ।ମାତ୍ର ଅଭିଯୋଗ ହେଉଛି ମାହାଙ୍ଗା ଥାନା ତୃତୀୟ ମହଲାର ନିର୍ଦ୍ଦେଶରେମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁଚାର୍ଜସିଟ୍‌ରୁବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଉଘଂଟଘୋଡ଼ାନ୍ତୁ ନାହିଁ ।ପୋଲିସ୍‌କୁ ପ୍ରମାଣଲୁଚାଇବା ପାଇଁଚାପ ପ୍ରୟୋଗକରନ୍ତୁ ନାହିଁ ।ସୁତରାଂ ପ୍ରଦେଶ ଛାତ୍ରକଂଗ୍ରେସମନ୍ତ୍ରୀ ପ୍ରତାପ ଜେନାଙ୍କବହିସ୍କାରଏବଂଗିରଫ ଦାବିକରୁଛି ।ଶ୍ରୀଜେନାଜଣେ ଅପରାଧି ହୋଇଥିବାରୁମନ୍ତ୍ରୀ ପଦରେରହିବା ଅଧିକାରତାଙ୍କର ନାହିଁ ।ଏହିସାମ୍ବାଦିକ ସମ୍ମିଳନୀରେ ସୁନିଲମାଟିଆ, ବିଶ୍ୱଭୂଷଣମହାପାତ୍ର, ବାବୁଜେନା, ଅଭିରାମଗୌଡ଼, ଅବିନାଶ ନନ୍ଦ, ଭାଗ୍ୟଶ୍ରୀମହାନ୍ତି, କାର୍ତିକକାଣ୍ଡି ପ୍ରମୁଖଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ