୯୩ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୁଡୁଡ଼ି ଗ୍ରାମ ସ୍ଥିତ ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ ଠାରେ ଆଜି ୯୩ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସଂଗ୍ରାମୀ ସ୍ମୃତି କମିଟି ଉପ ସଭାପତି ଅମୀୟ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ସମାରୋହ ରେ ଅତିଥି ଭାବେ ଗାନ୍ଧିବାଦୀ ବିଚାରକ ପ୍ରହଲ୍ଲାଦ ସିଂ, ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ବିଡିଓ ବବିତା ମଞ୍ଜରୀ ନାୟକ, ନିରଦ ବରନ ମହାନ୍ତି, ସତ୍ୟବ୍ରତ ଲେଙ୍କା ପ୍ରମୁଖ ଯୋଗଦେଇ ଲବଣ ସତ୍ୟାଗ୍ରହ ର ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସର ରେ ସ୍ଵାଧୀନତା ସଂଗ୍ରାମୀ ଙ୍କ ଦାୟାଦ,ଅସ୍ତରଙ୍ଗ ଅଞ୍ଚଳ ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପ୍ରାତଃ ରୁ ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ଲବଣ ସତ୍ୟାଗ୍ରହ ପୀଠ ପର୍ଯ୍ୟନ୍ତ ଯିବା ପରେ ସଂଗ୍ରାମୀ ସ୍ମୃତିସ୍ତମ୍ଭ, ଗାନ୍ଧୀ,ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପୀଠ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ