ୱେଭ୍ ଗ୍ରୁପ୍ ଏମ୍ଡି ମଣ୍ଟି ଗିରଫ ଚିନ୍ତାରେ ସହସ୍ରାଧିକ କେତ୍ରା ଓ ଚାଷୀ
ନୋଏଡ଼ା, (ଏଜେନ୍ସି): ଦିଲ୍ଲୀ ପୁଲିସ୍ର ଆର୍ଥିକ ଅପରାଧିକ ଶାଖା ୱେଭ୍ ଗ୍ରୁପ୍ର ଏମ୍ଡ଼ି ମନ୍ପ୍ରିତ୍ ସିଂ ତଥା ମଣ୍ଟିଙ୍କୁ ଠକେଇ ମାମଲାରେ ଗିରଫ କରାଯାଇଛି । ଏହି ଗିରଫ ପରେ ଘର ସ୍ୱପ୍ନ ଦେଖିଥିବା ୱେଭ୍ ଗ୍ରପ୍ କ୍ରେତାଙ୍କ ଚିନ୍ତା ବଢ଼ିଯାଇଛି । ତେବେ ଏହି ଗିରଫ ପରେ ଗ୍ରୁପ୍ର କର୍ମସିଆଲ୍ ଓ ରେସିଡେନ୍ସିଆଲ୍ ପ୍ରକଳ୍ପ ଫସିବାର ସମ୍ଭାବନା ରହିଛି । ୨୦୧୧ରେ ପୋଣ୍ଟି ଚଡ୍ଢା ୧୫୨ଏକର ଭୂମି ଏଠାରେ କିଣିଥିଲେ । ପୋଣ୍ଟି ଚଡ୍ଢାଙ୍କ ହତ୍ୟା ପରେ ଗ୍ରୁପ୍ର ସ୍ଥିତି ଖରାପ ହେବା ଯୋଗୁଁ ପାଖାପାଖି ଅଢ଼େଇ ବର୍ଷ ପୂର୍ବରୁ ୧୧୦ଏକର ଭୂମି ଫେରସ୍ତ କରାଯାଇଥିଲା । ୧୬୪୮୨୦ ବର୍ଗ ମିଟର ଭୂମିରେ ଯେଉଁ କନ୍ଷ୍ଟ୍ରକସନ୍ କାମ ଚାଲୁଛି, ଏଥିରେ ୨ଏ, ବି, ସି, ଡି, ଇ, ଏଫ୍ ବ୍ଲକ୍ରେ ନିର୍ମିତ ହେଉଥିବା ଗ୍ରୁପ୍ ହାଉସିଂ ପ୍ରକଳ୍ପରେ ପାଖାପାଖି ୨୫୦୦କ୍ରେତା ଫଶି ରହିଛନ୍ତି । ଅନ୍ୟପକ୍ଷରେ ୩ଡି, ଇ, ଏଫ୍, ଜି, ଏଚ୍ ଓ ଜେ ବ୍ଲକ୍ରେ କର୍ମସିଆଲ୍ ସ୍କିମ୍ ଅଧିନରେ ଶତାଧିକ ଲୋକ ଫସି ରହିଛନ୍ତି । ଏହି ପ୍ରକଳ୍ପ ଦ୍ୱୟକୁ ଶେଷ କରିବା ପାଇଁ ଅନ୍ତିମ ସମୟ ୨୦୨୧କୁ ଧାର୍ଯ୍ୟ କରାଯାଇଛି । ହେଲେ ଏହାର ଓ ଗ୍ରୁପ୍ର ସ୍ଥିତିକୁ ଦେଖି କ୍ରେତା ଆସନ୍ତା ୨ବର୍ଷ ମଧ୍ୟରେ ଘର ପାଇବାର ଆଶା ହରାଇଛନ୍ତି । ପାଖାପାଖି ୪୦% ଭୂମି ୱେଭ୍ ଗ୍ରୁପ୍କୁ ବିକ୍ରି କରାଯାଇଥିଲା । ଏଥିରେ ପ୍ଲାଣ୍ଟ ନମ୍ବର ଡି-୬, ଯେଉଁଥିରେ ସେଣ୍ଟର ଷ୍ଟେଜ୍ ମଲ୍ ନିର୍ମିତ ହୋଇଛି । ସେହିଭଳି ୬୫୭ଏକରର ଏଲ୍-୫ପ୍ଲାଣ୍ଟରେ ଏହା ଗ୍ରୁପ୍ ଅଧିକାରୀଙ୍କ ଡିଫ୍ଲଟର । ଧାର୍ଯ୍ୟ ସମୟ ମଧ୍ୟରେ ପେମେଣ୍ଟ ନହେବା ସ୍ଥଳେ ପ୍ରଶାସନ ଏହି ପ୍ଲଟ୍କୁ ବାତିଲ କରିଦେଇଛି । ପ୍ରକାଶ ଯେ ପ୍ରଦେଶ ସରକାର ଆର୍ଥିକ ବର୍ଷ ୨୦୦୬ରେ ହାଇଟେକ୍ ସହର ପାଇଁ ଗାଜିଆବାଦ୍ର ଦୁଇଟି କମ୍ପାନୀକୁ ଲାଇସେନ୍ସ ଦେଇଥିଲେ । ତେବେ ଏହି ଦୁଇଟି କମ୍ପାନୀ ମୋଣ୍ଟି ଚଡ୍ଢାଙ୍କ ନାମରେ ରହିଛି । ଏହି ପ୍ରକଳ୍ପ ପାଇଁ ଗାଜିଅ।।ବଦ୍ ଓ ଗୌତମବୁଦ୍ଧନଗରର ପାଖାପାଖି ୨୦ଟି ଗାଁର ଭୂମି ନୋଟିଫାଏ କରାଯାଇଥିଲା । ଏଥିରେ ମ୍ୟସର୍ସ ଉପ୍ପଲ ଚଡ୍ଢା ହାଇଟେକ୍ ଡେଭଲ୍ପର୍ସ ଲିମିଟେଡ଼୍ ପକ୍ଷରୁ ୪୪୯୪.୩୧ ଏକର ଭୂମିର ଡିପିଆର୍ ରିଭାଇଜ୍ଡ଼ ଲେଆଉଟ୍ ପ୍ଲାନ୍ ଜିଡ଼ିଏ ୧୨ଜୁଲାଇ ୨୦୧୧ରେ ଗ୍ରହଣ କରିଥିଲା । ତେବେ ବିଲ୍ଡର ଏଯାବତ୍ କେବଳ ୨୮୫୦ଏକର ଭୂମିର ଡିପିଆର୍ ଗ୍ରହଣ କରାଯାଇଥିଲା । ସନ୍ସିଟି ବିଲ୍ଡର ମଧ୍ୟ ଏଯାବତ୍ କେବଳ ୬୭୧ଏକର ଭୂମି ହିଁ କିଣିବାରେ ସକ୍ଷମ ହୋଇଛି । ସ୍ଥାନ ନୋଟିଫାଏ ହେବା କାରଣରୁ ଚାଷୀ ଏହି ବିଲ୍ଡରଙ୍କ ବ୍ୟତୀତ ଅନ୍ୟ କାହାକୁ ନିଜ ଭୂମି ବିକ୍ରି କରିପାରିବେ ନାହିଁ । ତେଣୁ ଚାଷୀ ହାଇଟେକ୍ ଟାଉନ୍ସିପ୍ ଯୋଜନାର ଲାଇସେନ୍ସ ରଦ୍ଦ କରିବାକୁ ଦାବି କରିଆସୁଛନ୍ତି । ୨୦୧୮, ସେପ୍ଟେମ୍ବର ୧୮ରେ ଫ୍ଲାଟ୍ ନଦେବା ଓ ଟଙ୍କା ହଡ଼ପ କରିବା ଅଭିଯୋଗ ରେ ପୁଲିସ୍ ୱେଭ୍ ଗ୍ରୁପ୍ର ଡାଇରେକ୍ଟର ଗୁରଜିତ୍ ସିଂହ କୋଚର୍, ହର୍ମନଦୀପ୍ ସିଂ କନ୍ଧାରୀ ଓ ରାଜେନ୍ଦ୍ର ସିଂ ଚଡ୍ଢା ସମେତ ୧୦ଜଣଙ୍କ ବିରୋଧରେ କେସ୍ ଦାଏର କରିଛନ୍ତି । ଏହି ଅଭିଯୋଗ ଜଣେ ଗୃହ କ୍ରେତାଙ୍କ ପକ୍ଷରୁ କରାଯାଇଥିଲା, ସେ ୮୬ଲକ୍ଷ ଟଙ୍କା ନେବା ପରେ ମଧ୍ୟ ଫ୍ଲାଟ୍ ପାଇନଥିଲେ । ଖାଧଡ଼ି ମାମଲାରେ ଫଶିଥିବା ମୋଣ୍ଟି ଚଡ୍ଢା ଗାଜିଆବାଦ୍ରେ ଏନ୍ଏଚ୍-୨୪ରେ ହାଇଟେକ୍ ଟାଉନ୍ସିପ୍ ଯୋଜନା ଅଧିନରେ ୱେଭ୍ ସିଟି ପ୍ରକଳ୍ପ ଚାଲୁଛି । ଏଥିରେ ପାଖାପାଖି ୨୦ଗାଁର ୩ହଜାରରୁ ଊଦ୍ଧ୍ୱର୍ ଚାଷୀଙ୍କ ଭୂମି ଫଶି ରହିଛି । ତେବେ ଆସନ୍ତା ୨ମାସ ମଧ୍ୟରେ ମାମଲାର ସମାଧାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।


