ଜିଲ୍ଲା ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ୧୦ ବର୍ଷ ପୂର୍ତ୍ତି ଉତ୍ସବ

ମାଲକାନଗିରି, ୦୯/୦୬(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ହସ୍ପିଟାଲ ପରିସର ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ୧୦ ବର୍ଷ ପୂର୍ତ୍ତି ଉତ୍ସବ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସର ରେ ସୁରକ୍ଷିତ ଗର୍ଭଧାରଣ, ସୁସ୍ଥ ମା’ ଶକ୍ତିଶାଳୀ ଭାରତ” କାର୍ଯ୍ୟକ୍ରମ ଜିଲ୍ଲା ହସ୍ପିଟାଲ ଠାରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ଯୋଗ ଦେଇ କେକ କାଟି ଉତ୍ସବ ଟିକୁ ଉଦଘାଟନ କରିଥିଲେ। ମୁଖ୍ୟଵକ୍ତା ଅତିଥି ଭାବେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ବିଶେଷଜ୍ଞ ଡାକ୍ତର ବ୍ରଜ ବନ୍ଧୁ ଦାଶ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ଯୋଗ ଦେଇଥିଲେ। ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଅଲ୍ଟ୍ରାସାଉଣ୍ଡ ସେବା ଡାକ୍ତର ସୁରମା କୁମାରୀ ବେହେରା ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଓପିଡି ଡାକ୍ତର ଅନୁପମା ମହାନା ଉପସ୍ଥିତ ରହି ଗର୍ଭବତୀ ମହିଳାମାନଙ୍କୁ ବିଶେଷଜ୍ଞ ପରାମର୍ଶ ପ୍ରଦାନ କରିଥିଲେ।କ୍ୟାମ୍ପ ସୁପରଭାଇଜର ସୁଶାନ୍ତ କୁମାର ବିଶ୍ୱାଳ ଓ ହରିବନ୍ଧୁ ଦେଶିନାୟକ, ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ହସ୍ପିଟାଲ ମ୍ୟାନେଜର ଶ୍ରୀ ବିଶ୍ୱଜିତ, ଆକାଉଣ୍ଟାଣ୍ଟ ମନୋଜ କୁମାର ନାୟକ, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀମତୀ ସଞ୍ଜୁକ୍ତା ସେଠୀ, ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀମତୀ ରୁକ୍ମିଣୀ ନାୟକ, ଏବଂ ସମସ୍ତ ନର୍ସିଂ ଓ ସହାୟକ କର୍ମଚାରୀଙ୍କ ସକ୍ରିୟ ସହଯୋଗ ରହିଥିଲା। କାର୍ଯ୍ୟକ୍ରମ ଅବସରରେ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ମାତୃତ୍ୱ ଓ ପ୍ରସବ ପୂର୍ବ ସେବା ସମ୍ପର୍କରେ ସଚେତନ କରାଯାଇଥିଲା ଏବଂ ଉପସ୍ଥିତ ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ହସ୍ପିଟାଲର ସମସ୍ତ ଡାକ୍ତର, ଅଧିକାରୀ, ନର୍ସିଂ କର୍ମଚାରୀ ଓ ସହାୟକ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ