ରାଜ୍ୟର ସମସ୍ତ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟକୁ ବନ୍ଦ କରିବାର ହୀନ ପ୍ରଚେଷ୍ଠା ବିରୁଦ୍ଧରେ ଏଆଇଡିଏସ୍‌ଓ ପକ୍ଷରୁ ମାର୍ଚ୍ଚ ମାସରେ ବିଧାନସଭା ଘେରାଉ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟରେ ଥିବା ସମସ୍ତ ବି.ଇ.ଡି ଏବଂ ଏମ୍‌.ଇ.ଡି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାର ହୀନ ପ୍ରଚେଷ୍ଠା ବିରୁଦ୍ଧରେ ଏଆଡିଏସଓ ପକ୍ଷରୁ ଦୃଢ ବିରୋଧ କରାଯିବା ସହ ଦୃର୍ବାର ଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ ଦିଆଯାଇଛି ।ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସଙ୍ଗଠନର ରାଜ୍ୟ ସଭାପତି ଗଣେଷ ତ୍ରିପାଠୀ ଓ ସଂପାଦକ ସୁବାସ ନାୟକ ଜଣାଇଛନ୍ତି ଯେ, ଗତ ଜାନୁୟାରୀ ୧୬ରୁ ୧୮ତାରିଖ ମଧ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ଋଜଉ(Eastern Regional Committee) ଏବଂ ଘଉଞଋ(ଘବଗ୍ଧସକ୍ଟଦ୍ଭବକ୍ଷ NCTE(National Council for Teacher Education)ର ୨୭୮ତମ ସଭାରେ ଆମ ରାଜ୍ୟରେ ୧୦ଟି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଦିଆଯାଉଥିବା ବି.ଇ.ଡି ଏବଂ ଏମ୍‌.ଇ.ଡି କୋର୍ସକୁ ଆସନ୍ତା ୨୦-୨୧ ଶିକ୍ଷା ବର୍ଷଠାରୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେମାନଙ୍କ ମଧ୍ୟରେ ରହିଛି କଟକରେ ଥିବା ସର୍ବପୁରାତନ ମହାବିଦ୍ୟାଳୟ ରାଧାନାଥ ଇନ୍‌ଷ୍ଟିଚୁଟ୍ ଜଘଓଇଝଋର ବି.ଇ.ଡି-ଏମ୍‌.ଇ.ଡି କୋର୍ସ, ପୁରୀ ସ୍ଥିତ ଶ୍ରୀ ଜଗର୍ନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବି.ଇ.ଡି କୋର୍ସ, ବ୍ରହ୍ମପୁର ସ୍ଥିତ ଦିବାକର ପଟ୍ଟନାୟକ ଅନୁଷ୍ଠାନର ବି.ଇ.ଡି କୋର୍ସ, ସମ୍ବଲପୁର ସ୍ଥିତ ଡଃ ପର୍ରଶୁରାମ ମିଶ୍ର ଅନୁଷ୍ଠାନର ଏମ୍‌.ଇ.ଡି କୋର୍ସ, ଅନୁଗୁଳ ସ୍ଥିତ ନବକୃଷ୍ଣ ଚୈଧୁରୀ ମହାବିଦ୍ୟାଳୟର ବି.ଇ.ଡି-ଏମ୍‌.ଇ.ଡି କୋର୍ସ, ଭବାନୀପାଟଣା ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବି.ଇ.ଡି କୋର୍ସ, ବଲାଙ୍ଗୀର ସ୍ଥିତ ଶିକ୍ଷକ ମହାବିଦ୍ୟାଳୟର ବି.ଇ.ଡି କୋର୍ସ, ପୁରୀ ସ୍ଥିତ ଡିମଡ୍ ବିଶ୍ୱବିଦ୍ୟାଳୟର ବି.ଇ.ଡି କୋର୍ସ, ବାଲେଶ୍ୱର ସ୍ଥିତ ଶିକ୍ଷକ ମହାବିଦ୍ୟାଳୟର ବି.ଇ.ଡି କୋର୍ସ, କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବି.ଇ.ଡି କୋର୍ସ ଏବଂ ବାରିପଦା ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ମହାବିଦ୍ୟାଳୟର ବି.ଇ.ଡି କୋର୍ସ । ଅର୍ଥାତ୍ କହିବାକୁ ଗଲେ ଆସନ୍ତା ଶିକ୍ଷାବର୍ଷ ୨୦୨୦-୨୧ରୁ ଉକ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ ସଂପୂର୍ଣ୍ଣ ବନ୍ଦ ହୋଇଯିବ । ଘଉଞଋ ଉକ୍ତ ଚିଠିରେ କାରଣରେ ଦର୍ଶାଇଛି ଯେ ଶିକ୍ଷାନୁଷ୍ଠାନ ମାନଙ୍କରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି, ଶିକ୍ଷାନୁଷ୍ଠାନ ପାଇଁ ଆବଶ୍ୟକୀୟ ସ୍ଥାୟୀ କ୍ୟାମ୍ପସ୍ ନାହିଁ, ଆବଶ୍ୟକୀୟ ଭିତ୍ତିଭୂମି ନାହିଁ, ସେଥିପାଇଁ ଅନୁବନ୍ଧନ ପ୍ରତ୍ୟାହାର କରାଗଲା ବୋଲି । ଘଉଞଋର ଅନୁବନ୍ଧନ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ତଥ୍ୟ ଭୁଲ ବୋଲି ଉକ୍ତ ଚିଠିରେ ଦର୍ଶାଯାଇଛି । ଅର୍ଥାତ୍ ରାଜ୍ୟ ସରକାର ଶିକ୍ଷାକୁ ୫ଞ ରେ ଅର୍ନ୍ତଭୁକ୍ତ କରି କେବଳ ପ୍ରଚାର କରି ଜନସାଧାରଣ ଏବଂ ରାଜ୍ୟର ଛାତ୍ର ସମାଜକୁ ବିଭ୍ରାନ୍ତି କରିଚାଲିଛନ୍ତି । ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାଜ୍ୟର ଶିକ୍ଷାବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ରାଜ୍ୟର ସର୍ବପୁରାତନ ଶିକ୍ଷକ ଅନୁଷ୍ଠାନ ରାଧାନାଥ ଇନ୍‌ଷ୍ଟିଚୁଟ୍ ଜଘଓଇଝଋ ରେ ୨୪ ଅଧ୍ୟାପକ ରହିବା ଯାଗାରେ ମାତ୍ର ୫ଜଣ ଅଛନ୍ତି, ଏପରିକି ଓଡିଶାରେ ଥିବା ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା । ସରକାର ଆଜି ରାଜ୍ୟରେ ବି.ଇ.ଡି ଏବଂ ଏମ୍‌.ଇ.ଡି କରିବା ପାଇଁ ହଜାର ହଜାର ଆଶାୟୀ ଛାତ୍ରଛାତ୍ରୀଙ୍କ ପାଠପଢାରେ ପୂର୍ଣ୍ଣଛେଦ ପକାଇବା ପାଇଁ ରାସ୍ତା ଫିଟାଇ ଦେଇଛନ୍ତି । ଏ.ଆଇ.ଡି.ଏସ୍‌.ଓ ପକ୍ଷରୁ ଦର୍ଶାଯାଇଛି ଯେ ସରକାର ଜାଣିଶୁଣି ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟାପକ ନିଯୁକ୍ତି ନଦେଇ ପ୍ରକାରନ୍ତେ ବିଭିନ୍ନ କଲେଜମାନଙ୍କରେ ସେଲ୍ଫ ଫାଇନ୍ସାସିଂରେ ଏବଂ ଘରୋଇ ଭାବେ ଖୋଲିଥିବା ବି.ଇ.ଡି -ଏମ୍‌.ଇ.ଡି କୋର୍ସ ଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ଥିବା ସରକାରୀ ଅନୁଷ୍ଠାନମାନଙ୍କରେ ଏପରି ଦୂରାବସ୍ଥା ସୃଷ୍ଟି କରିଛନ୍ତି । ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀମାନେ କମ ଟଙ୍କାରେ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ କୋର୍ସ କରିପାରୁଥିଲେ । ଏପରି ସ୍ଥଳେ ବର୍ତ୍ତମାନ ହଜାର ହଜାର ସାଧାରଣ ଗରିବ ଛାତ୍ରଛାତ୍ରୀ ଶିକ୍ଷକ ତାଲିମରୁ ସଂପୂର୍ଣ୍ଣ ବଂଚିତ ହେବେ ଏବଂ ଅନ୍ୟପଟରେ ଯେଉଁ ଅଳ୍ପ କିଛି ଥିଲା ବାଲାର ପିଲାମାନେ ମୋଟା ଅଙ୍କର ଫିସ୍ ଦେଇ ଘରୋଇ ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରିବେ । ଏକା ଅବସ୍ଥା ମଧ୍ୟ ସାଧାରଣ ଶିକ୍ଷା କ୍ଷେତ୍ରରେ ଦେଖାଦେଇଛି । ଆଜି ରାଜ୍ୟରେ ଅଧିକାଂଶ କଲେଜ ହାଇସ୍କୁଲମାନଙ୍କରେ ଶିକ୍ଷକ ଅଧ୍ୟାପକ ତ ଦୂରର କଥା ଏପରିକି ସ୍ଥାୟୀ ଅଧ୍ୟକ୍ଷ ମଧ୍ୟ ନାହାନ୍ତି । ତେଣୁ ରାଜ୍ୟ ସରକାର ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ସମସ୍ତ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ସମେତ ସାଧାରଣ କଲେଜ, ବିଶ୍ୱବିଦ୍ୟାଳୟମାନଙ୍କରେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବା ସହ ଖାଲି ପଡିଥିବା ସମସ୍ତ ଅଧ୍ୟାପକ ପଦବୀ ସ୍ଥାୟୀ ଭିତ୍ତିରେ ପୁରଣ କରିବାକୁ ଏଆଇଡିଏସଓ ପକ୍ଷରୁ ଆଜି ପ୍ରେସ୍ ବିବୃତ୍ତିରେ କୁହାଯାଇଛି । ଯଦି ସରକାର ନକରନ୍ତି ତେବେ ଆଗାମୀ ଦିନରେ ଏହା ବିରୁଦ୍ଧରେ ଓଡିଶାର ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନର ଜୁଆର ସୃଷ୍ଟି କରିବେ ବୋଲି ଏଆଇଡିଏସଓ ପକ୍ଷରୁ ସରକାରକୁ ଚେତାବନି ଦିଆଯାଇଛି । ଆଜିକାର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇଡିଏସଓ ରାଜ୍ୟ ଉପସଭାପତି ସିର୍ଦ୍ଧାଥ ରଥ, ସଂପାଦକ ମଣ୍ଡଳୀ ସଦସ୍ୟା ରେଖା ଦଣ୍ଡପାଟ, ରାଜ୍ୟ କମିଟି ସଦସ୍ୟା ସ୍ୱସ୍ତି ସଂଗିତା ଦଳାଇ, ସର୍ପ୍ତଶିନୀ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ