ଅଁରା ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା ଘର, ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ହାଟଡିହ, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଅଁରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ବଖରା ଚାଳଘର ଜଳିଯଯିବା ସହିତ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି। ଆଜି ଦିନ ୨ଟା ବେଳେ ଗ୍ରାମର କଳାକାର ବେହେରାଙ୍କ ପରିବାର ଲୋକେ ଘରେ ନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଗାଁ ଠାରୁ ପାଞ୍ଚ ଶହ ମିଟର ଦୂରରେ ଏକୁଟିଆ ଘର ଯୋଗୁଁ ଗାଁ ଲୋକ କେହି ଜାଣିପାରି ନଥିଲେ। ନିଆଁ ଉପରକୁ ଉଠିବା ପରେ ଗ୍ରାମବାସୀ ମାନେ ଆସି ନିଆଁକୁ ଲିଭାଇ ବାକୁ ଚେଷ୍ଟା କରି ଥିଲେ। ଖବର ପାଇ ହାଟଡ଼ିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲେ। ଏଥିରେ କଳାକାରଙ୍କ ୪ବଖରା ଘର ସମେତ ଘରେ ଥିବ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବୈଦୁତିକ ସାମଗ୍ରୀ, ନଗଦ ଟଙ୍କା, ଧାନ, ଚାଉଳ ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ଧ୍ୱଂସ ପାଇଯାଇଛି। ଫଳରେ ପରିବାର ଟି ସମ୍ପୁର୍ଣ୍ଣ ବେସାହାରା ହୋଇ ପଡିଛି। ପିନ୍ଧିବା ବସ୍ତ୍ର ଖଣ୍ଡିକ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଉଦ୍ଧାର ହୋଇ ପାରିନି।ବିପନ୍ନ ପରିବାର କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ