ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପାତ୍ରପୁର,(ୱାଇଏନଏସ): ପାତ୍ରପୁର ବ୍ଲକ ଅନ୍ତର୍ଗତ କେଶରୀପଡା ଗ୍ରାମରେ ଖୁସିର ମହଳ ଦେଖିବାକୁ ମିଳିଛି। ଗ୍ରାମର ରାୱାଡା ଯୋଗୁଲୁ ଓ ରାୱାଡା ଭାଗ୍ୟଲକ୍ଷ୍ମୀଙ୍କ ସୁପୁତ୍ର ରାୱାଡା ଗୋପାଳ କୃଷ୍ଣ ହରିଆଣା ରାଜ୍ୟ କେଦରପୁର ସିଆରପିଏଫ ଏକାଡେମୀ ଠାରେ ଆସିଷ୍ଟାଣ୍ଟ କମାଣ୍ଡର ଭାବେ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରି ଘରକୁ ଫେରିଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଯୁବ ଅଧିକାରୀଙ୍କ ଏହି ସଫଳତାରେ ସମଗ୍ର ସୀମାନ୍ତ ଅଞ୍ଚଳ ଗର୍ବିତ ହୋଇଉଠିଛି। ଯବାନ ଜଣକ ଗ୍ରାମକୁ ପ୍ରବେଶ କରିବା ସମୟରେ ତାଙ୍କୁ ଗ୍ରାମବାସୀ ଓ ଗ୍ରାମର ଯୁବଗୋଷ୍ଠୀ ପୁଷ୍ପମାଲ୍ୟ ପିନ୍ଧାଇ ସ୍ୱାଗତ କରିଥିଲେ। ପରେ ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ, ସେଠାରେ ଗ୍ରାମବାସୀ, ଯୁବକ ଓ ସ୍ଥାନୀୟ ନେତାମାନେ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ସୀମାନ୍ତ କେଶରୀପଡା ଗ୍ରାମର ଏହି ଯୁବକ ଅନ୍ୟ ଯୁବପିଢି ପାଇଁ ପ୍ରେରଣାର ସ୍ତମ୍ଭ ହୋଇଉଠିଛନ୍ତି। ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ ସଂକଳ୍ପ ଦ୍ୱାରା ସେ ଏହି ସ୍ଥାନରେ ପହଞ୍ଚିପାରିଛନ୍ତି ବୋଲି ସେମାନେ ଉଲ୍ଲେଖ କରିଥିଲେ। ଏନେଇ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡର ରାୱାଡା ଗୋପାଳ କୃଷ୍ଣ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଦେଶ ସେବା କରିବା ତାଙ୍କ ପାଇଁ ଗୌରବର ବିଷୟ ଓ ଆଗାମୀ ଦିନରେ ସେ ନିଷ୍ଠାର ସହ ତାଙ୍କ କର୍ତ୍ତବ୍ୟ ପାଳନ କରିବେ। ସେ ଏହି ସଫଳତାର ଶ୍ରେୟ ତାଙ୍କ ପରିବାର, ଶିକ୍ଷକ ଓ ଗ୍ରାମବାସୀଙ୍କୁ ଦେଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଏପରି ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗ୍ରାମର ଏକତା ଓ ଗର୍ବକୁ ପ୍ରକାଶ କରିଥିବା ସହ ଅନ୍ୟ ଯୁବକମାନଙ୍କୁ ଆଗକୁ ବଢିବା ପାଇଁ ନୂଆ ପ୍ରେରଣା ଦେଇଛି। ଅନ୍ୟ ପକ୍ଷରେ ଆଜିର ସମ୍ବର୍ଦ୍ଧନା ସଭାରେ ପୂର୍ବତନ ସରପଞ୍ଚ ଲୋକନାଥ, ଗୋପାଳଙ୍କ ସହିତ ଯୁବଗୋଷ୍ଠୀ ରାୱାଡା ପୁରୁଷୋତ୍ତମ, ମେଣ୍ଢା ଗୋବିନ୍ଦ,ରାୱାଡା ରବି, ମେଣ୍ଢା ଆନନ୍ଦ,ଚିନାଲା ଭେଙ୍କଟ ରମଣ,ନବୀନ,ଶିବା, ଗାଙ୍ଗୁଲୁଙ୍କ ସମେତ ପରିବାର ବର୍ଗ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ