ମହୁମାଛି ଆକ୍ରମଣରେ 15 ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ପାଟିପଙ୍କା ଗ୍ରାମରେ ମହୁମାଛି ଆକ୍ରମଣରେ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି | ପ୍ରାଥମିକ ଚିକିତ୍ସା ପରେ ଗ୍ରାମକୁ ଫେରିଥିବା ମୋହନା ଡାକ୍ତରଖାନାର ଡାକ୍ତର ତ୍ରିଶୂଳ ସେନାପତି କହିଛନ୍ତି. ଏହି ଘଟଣାରୁ ପ୍ରକାଶ, ପାଟିପଙ୍କା ଗ୍ରାମ ନିକଟସ୍ଥ କାଜୁ ବଗିଚାରେ ପ୍ରାୟ 25 ରୁ ଅଧୂକ ମହିଳା ଓ ପୁରୁଷ କାମ କରୁଥିଲେ। ଏହି ସମୟରେ ସେମାନଙ୍କୁ ଅଚାନକ ମହୁମାଛି ଆକ୍ରମଣ କରିଥିଲେ । ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ସେହିଆଡ଼େ ଦୌଡ଼ି ଥିଲେ। ତଥାପି ମହୁମାଛି ଆକ୍ରମଣରେ 15 ଜଣ ଆହତ ହୋଇଥିଲେ. ପରେ ଗ୍ରାମବାସୀ ଆହତମାନଙ୍କୁ ଅଟୋ ଦ୍ୱାରା ତୁରନ୍ତ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ | ଆହତଙ୍କ ମଧ୍ୟରେ ୭ ଜଣ ମହିଳା ଓ ୮ ଜଣ ପୁରୁଷ ଥିବା ଜଣା ପଡିଛି।


