“ଘୁମୁସର ର ସ୍ବର” ପକ୍ଷରୁ ୧୫୫ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ସଭା
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଝୋଲରି ଭାଗବତ ଗାଦି ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାହିତ୍ୟ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ କରଚୁଲି ମଠର ମହନ୍ତ ସ୍ବାମୀ ସତ୍ୟାନନ୍ଦ ବ୍ରହ୍ମଚାରୀ ଯୋଗଦେଇ ଭାଗବତ ସମ୍ପର୍କରେ ଆଲୋଚନା କରି ଜନ ସାଧାରଣ ଆଧ୍ଯାତ୍ମିକ ମାର୍ଗରେ ଅନୁପ୍ରାଣିତ ହେବାକୁ ପ୍ରବର୍ତ୍ତାଇ ଥିଲେ। ଅନ୍ୟମାନଙ୍କ ମଧ୍ଯରେ କବି ପ୍ରସନ୍ନ କୁମାର ଦାଶ, ସମାଜସେବୀ ଖଲି ପରିଡ଼ା, କବି କୃଷ୍ଣଚନ୍ଦ୍ର ଡାକୁଆ, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ଡାକୁଆ, ମଙ୍ଗୁଳୁ ବିଷୋୟୀ, ରାମଚନ୍ଦ୍ର ଡାକୁଆ, ନିରଞ୍ଜନ ବେହେରା, ଦେବ ଡାକୁଆ, ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନ ପକ୍ଷରୁ ଖଲି ପରିଡା ଧନ୍ଯବାଦ ଅର୍ପଣ କରିଥିଲେ।


