ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଭାର୍ଚୁଆଲ ପୁରସ୍କାର ବିତରଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲ ଦ୍ୱାରା ଭର୍ଚୁଆଲ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ବିତରଣ ଗଜପତିରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଗତ କିଛି ଦିନ ପୂର୍ବରୁ ବିଦ୍ୟାଳୟର ବିଭିନ୍ନ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଇଂରାଜୀ ଭାଷଣର ଅନ୍‌ଲାଇନ୍ ପ୍ରତିଯୋଗୀତା କରାଯାଇଥିଲା । ସେଥିରେ କୃତୀତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା । ସେମାନଙ୍କୁ ଇ-ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷା ସୁନୀତା ପାଣିଗ୍ରାହୀ, ନିର୍ଦ୍ଦେଶିକା ଏନ୍‌.କାଲାପୂର୍ଣ୍ଣ ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର ଶୁଭେଚ୍ଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ତାରାଦେବୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ