5ଟି ଉପରେ କାର୍ଯ୍ୟକରିବାକୁ ବରିଷ୍ଠ ଅଧିକାରୀଙ୍କୁ ନବୀନ ଦେଲେ ଗୁରୁ ମନ୍ତ୍ର
ଭୂବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍)ମୁଖ୍ୟମନ୍ତ୍ରୀ ଥ୍ରୀ’ ଟି କଥା କହୁଥିଲେ।ଏବେ ସେଥିରେ ଆଉ ଟୁ’ ଟି ଯୋଡ଼ିଛନ୍ତି।ଏବେ ଫାଇଭ୍’ ଟି। ପୂର୍ବରୁ ଥିଲା ଟିମୱାର୍କ, ଟ୍ରାନ୍ସପରେନ୍ସି ଏବଂ ଟେକ୍ନୋଲୋଜି।ଏବେ ସେଥିରେ ଆଉ ଟୁ’ ଟି ଟ୍ରାନ୍ସଫରମେସନ ଓ ଟାଇମ ସାମିଲ କରିଛନ୍ତି। ସୋମବାର ଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀଙ୍କ ସହ ସହ ବୈଠକ କରି ତାଙ୍କ କାର୍ୟ୍ୟକାଳରେ ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।ଯାହାକି ଓଡ଼ିଶାକୁ ଆନ୍ତର୍ଜାତିକ ମାନଦଣ୍ଡ ଅନୁରୂପ କରାଇପାରିଛି।ବିପର୍ୟ୍ୟୟ ପରିଚାଳନା, ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଓ ରାଜ୍ୟରୁ ନକ୍ସଲଙ୍କ ପ୍ରଭାବ ହ୍ରାସ ମାଧ୍ୟମରେ ଓଡ଼ିଶା ଏବେ ସମଗ୍ର ଦେଶରେ ସ୍ୱୀକୃତି ଲାଭ କରିଛି।ତେଣୁ ସମସ୍ତ ସରକାରୀ କଳ ଫାଇଭ-ଟି’କୁ ସାମିଲ କରି ରାଜ୍ୟରେ କାର୍ୟ୍ୟକାରୀ କରାଇବା ଉଚିତ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


