ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି । ପିଲାଟି ଉପରେ ଷ୍ଟଡିପେସର ବା ପାଠପଢ଼ା ଚାପ ପକାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା । ବୋଷ୍ଟନ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ କ୍ୟାରିୟର କାଉନସିଲରଙ୍କ କହିବାନୁସାରେ ଅନେକ ଅଭିଭାବକ ପିଲାଙ୍କ ଉପରେ ଅଧିକ ପାଠ ପଢ଼ିବା ଲାଗି ଚାପ ପକାଇଥାନ୍ତି । ଅଧିକ ପ୍ରତିଶତ ମାର୍କ ଆଣିବା ପାଇଁ ସେମାନେ ପିଲାଙ୍କୁ ବାରମ୍ବାର ତାଗିଦ କରନ୍ତି । ଫଳରେ ପିଲାଟି ପାଠ ମନେରଖିବା ଅପେକ୍ଷା ଅଧିକ ପ୍ରତିଶତ ମାର୍କ ଉପରେ ବେଶି ଧ୍ୟାନ ଦିଏ । ଏଥିପାଇଁ ଦିନସାରା ପରିଶ୍ରମ ବି କରେ । ତେବେ ପାଠରେ ଥିବା ମୌଳିକ ବିଷୟଗୁଡିକ ସମ୍ପର୍କରେ ଅବଗତ ନ ହୋଇ କେବଳ ଅଧିକ ନମ୍ବର ରଖିବା ଭଳି ରିଭିଜନ୍ କରେ । ମାତ୍ର ଏହା ଦ୍ୱାରା ପିଲାଟିର ସ୍ମରଣ ଶକ୍ତି ହ୍ରାସ ପାଇବାକୁ ଲାଗିଥାଏ । ତେଣୁ ପିଲାକୁ ବିଷୟରେ ଉଲ୍ଲେଖ ଥିବା ପାଠ କିପରି ଜୀବନରେ ଦୈନନ୍ଦିନ କାର୍ଯ୍ୟରେ ଉପଯୋଗ କରାଯାଇପାରିବ ସେ ନେଇ ଅବଗତ କରାଇବା ଆବଶ୍ୟକ । ଏହାଦ୍ୱାରା ପାଠ ସହଜରେ ମନେ ରହିବା ସହିତ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ