୫-ଡେ ବ୍ୟାଙ୍କିଙ୍ଗ୍ ଦାବି:ସରକାରୀ ବ୍ୟାଙ୍କ୍ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ

ଛତ୍ରପୁର, (ଓ୍ବାଇଏନଏସ): ଆଜି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ୍ ୟୁନିୟନ୍ (ୟୁଏଫ୍‌ବିୟୁ) ଆହ୍ୱାନରେ ଦେଶର ବିଭିନ୍ନ ବ୍ୟାଙ୍କ୍ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ୫-ଡେ ବ୍ୟାଙ୍କିଙ୍ଗ୍  ଦାବିକୁ ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ କାମ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ରାଷ୍ଟ୍ରାୟତ ବ୍ୟାଙ୍କ୍ ତଥା ଷ୍ଟେଟବ୍ୟାଙ୍କ୍‌, ବ୍ୟାଙ୍କ୍ ଅଫ୍ ବରୋଦା, କାନାରା ବ୍ୟାଙ୍କ୍‌, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଏବଂ ୟୁନିୟନ ବ୍ୟାଙ୍କ୍ ଭଳି ସରକାରୀ ବ୍ୟାଙ୍କ୍ ଗୁଡିକର କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ପୂର୍ବରୁ ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ୍ ୟୁନିୟନ୍ (ୟୁଏଫ୍‌ବିୟୁ) ଏବଂ ଇଣ୍ଡିଆନ୍ ବ୍ୟାଙ୍କ୍ ଆସୋସିଏସଏନ୍ ମଧ୍ୟରେ ବୁଝାମଣା ହୋଇଥିଲା । ୫ଦିନ ବ୍ୟାଙ୍କ୍ ଖୋଲା ହେବ ଆଉ ପ୍ରତ୍ୟେକ ଶନିବାର ବନ୍ଦ ରହିବ । ଖୋଲା ୫ ଦିନରେ ପ୍ରତ୍ୟେକ ଦିନ ନିର୍ଧାରିତ ସମୟ ଠାରୁ ବ୍ୟାଙ୍କରେ ଅତିରିକ୍ତ ୪୦ ମିନିଟ କାମ କରିବା ପାଇଁ କର୍ମଚାରୀ ମାନେ କହିଛନ୍ତି l ଏହାସହ ଏଟିଏମ୍‌, କେସ୍ ଡିପୋଜିଟ୍ ମେସିନ୍‌, ଇଂଟରନେଟ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ ଟ୍ରାନ୍‌ଜେସନ୍ ୨୪ ଘଂଟା ଉପଲବ୍ଧ ଅଛି । ଶନିବାର ବ୍ୟାଙ୍କ୍ ବନ୍ଦ ହେଲେ ଜନସାଧାରଣଙ୍କୁ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ଭାରତ ସରକାର ଏ ପର୍ଯ୍ୟନ୍ତ ଏହି ବିଷୟକୁ ନେଇ କୌଣସି ନିଷ୍ପତି ନେଉନାହାନ୍ତି । ଯେତେଥର ବୈଠକ ହୋଇଛି ସବୁ ଶନିବାର ବନ୍ଦ ହେବ ବୋଲି କଥା ଉଠିଲେ ଏହାକୁ ଏଡାଇ ଦିଆଯାଉଛି । ଏଣୁ ଆଜି ବାଧ୍ୟ ହୋଇ ବ୍ୟାଙ୍କ୍ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇଛୁ । ଏହି ଧର୍ମଘଟରେ ଷ୍ଟେଟ ବ୍ୟାଙ୍କ  କର୍ମଚାରୀ ସଂଘର ଆଞ୍ଚଳିକ ସମ୍ପାଦକ(ଛତ୍ରପୁର ମୁଖ୍ୟ ଶାଖା) ଜିତେନ୍ଦ୍ର କୁମାର ପଲେଇ, ସାଙ୍ଗଠନିକ ସମ୍ପାଦକ ସରୋଜ ପରିଡା,ସିମାଞ୍ଚଳ ପାତ୍ର, ଅଭିଷେକ ଯାନୀ, ଆଇ. ନିର୍ମଳା, ଆର. ପ୍ରିୟଙ୍କା ରେଡ୍ଡୀ, ପଦ୍ମ ବେହେରା, କୈଳାଶ ଚନ୍ଦ୍ର ନାୟକ, ଦିନମଣୀ ମୁର୍ମୁ, ରଞ୍ଜିତ ନାୟକ, ନିବେଦିତା ସାମଲ, ସୋମେଶ ରେଡ୍ଡୀ, ମନୋଜ ନାହାକ, ପ୍ରଦୀପ୍ତ ରାମ, ସୋମନାଥ ବେହେରା, ଉଦୟନାଥ ସାହୁ, ବି. ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ