ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ : ଚାଷୀଙ୍କ ଠାରୁ ସଂଗ୍ରହ ହେବ ଧାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ଆଜି ଠାରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସ୍ଥାନୀୟ ସଦର ବ୍ଲକ ସାରଗାଁ ସମବାୟ ସମିତିରେ ଏହାର ଆନୁଷ୍ଠାନିକ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ପାଇଁ ଏହି ଧାନ ସଂଗ୍ରହ/କ୍ରୟ ପ୍ରକ୍ରିୟା ଜିଲ୍ଲାର ୧୦୯ଟି ମଣ୍ଡିରେ ଆସନ୍ତା ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲାର ମୋଟ ୩୪ହଜାର ୮୮୧ଜଣ ଚାଷୀ ରବି ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଗତ ରବି ଋତୁରେ ଅମଳ ହୋଇଥିବା ଧାନକୁ ଚାଷୀମାନେ ନିକଟସ୍ଥ ମଣ୍ଡିରେ ବିକ୍ରି କରିପାରିବେ । ଧାନକ୍ରୟ କ୍ଷେତ୍ରରେ ସରକାରୀ ନିୟମର ଅନୁପାଳନ, ସମସ୍ତ ପର୍ଯ୍ୟାୟରେ ସ୍ୱଚ୍ଛତା ଅବଲମ୍ବନ ସହିତ ଚାଷୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ମୋଟ ୪ଲକ୍ଷ ୩୬ହଜାର ୭୬୪ କ୍ୱିଂଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳ ୨୨ଜଣ ମିଲର୍ସଙ୍କୁ ଏଥିରେ ସାମିଲ କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୧୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସୁବ୍ୟବସ୍ଥିତ ଢଙ୍ଗରେ ଧାନ ସଂଗ୍ରହ ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ଯେଭଳି ସିଧାସଳଖ ଟଙ୍କା ପହଂଚିପାରିବ ତାହା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ରାଉତରାଏଙ୍କ ସମେତ, ଯୋଗାଣ ବିଭାଗ କର୍ମଚାରୀ, ସମବାୟ ସମିତିର କର୍ମକର୍ତା ଓ ଚାଷୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ