୧୬ରେ ଦେଶର ୭୫ ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଆର୍ଥିକ ଅନ୍ତର୍ଭୁକ୍ତିକୁ ଆହୁରି ବ୍ୟାପକ କରିବାର ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୬, ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ (ଡିବିୟୁ)କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ସେସମାବେଶକୁ ସମ୍ବୋଧିତ କରିବେ । ୨୦୨୨-୨୩ କେନ୍ଦ୍ର ବଜେଟ ଅଭିଭାଷଣରେ ଅର୍ଥ ମନ୍ତ୍ରୀ ଆମ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ ଜିଲ୍ଲାରେ ୭୫ଟି ଡିବିୟୁ ସ୍ଥାପନ କରିବା ପାଇଁ ଘୋଷଣା କରିଥିଲେ । ଦେଶର କୋଣ ଅନୁକୋଣରେ ଡିଜିଟାଲ ବ୍ୟାଙ୍କିଙ୍ଗର ସୁଫଳ ପହଞ୍ଚାଇବା ପାଇଁ ଡିବିୟୁଗୁଡିକ ସ୍ଥାପିତ ହୋଇଛି ଓ ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଭର କରାଯିବ । ୧୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୧୨ ବେସରକାରୀ ବ୍ୟାଙ୍କ ଓ ଗୋଟିଏ କ୍ଷୁଦ୍ର ବାଣିଜ୍ୟିକ ବ୍ୟାଙ୍କ ଏହି ପ୍ରୟାସରେ ସାମିଲ ହୋଇଛନ୍ତି । ଡିବିୟୁଗୁଡିକ ଇଟା ଓ ପଥରରେ ନିର୍ମିତ ଆଉଟଲେଟରୁ ସଞ୍ଚାଳିତ ହେବ । ଏଠାରେ ସେଭିଂସ ଏକାଉଣ୍ଟ, ବାଲାନ୍ସ ଚେକ, ପାସବୁକ ପ୍ରିଣ୍ଟ, ଫଣ୍ଡ ଟ୍ରାନ୍ସଫର, ସ୍ଥାୟୀ ଜମାରେ ନିବେଶ, ଋଣ ଆବେଦନପତ୍ର, ଜାରି ହୋଇଥିବା ଚେକ କ୍ଷେତ୍ରରେ ପେମେଣ୍ଟ ବନ୍ଦ ରଖିବା, ଡେବିଟ ଓ କ୍ରେଡିଟ କାର୍ଡ ଆବେଦନ, ଆକାଉଣ୍ଟ ଷ୍ଟେଟମେଣ୍ଟ ଦେଖିବା, ଟିକସ ପଇଠ, ଦେୟ ପଇଠ, ନୋମିନେସନ ଆଦି ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ଗ୍ରାହକମାନଙ୍କୁ ପ୍ରଦାନ କରାଯିବ । ଡିବିୟୁଗୁଡିକ ଗ୍ରାହକମାନଙ୍କୁ ବର୍ଷ ସାରା କମ ମୂଲ୍ୟରେ ସୁବିଧାଜନକ ଭାବେ ବ୍ୟାଙ୍କିଙ୍ଗ ଉତ୍ପାଦ ଓ ସେବାଗୁଡିକ ସମ୍ପର୍କରେ ଉନ୍ନତ ଡିଜିଟାଲ ଅଭିଜ୍ଞତା ପ୍ରଦାନ କରିବେ । ସେମାନେ ଡିଜିଟାଲ ଆର୍ଥିକ ସାକ୍ଷରତାର ପ୍ରସାର କରିବେ ଏବଂ ସାଇବର ସୁରକ୍ଷା ସଚେତନତା ଓ ନିରାପତ୍ତା ନେଇ ଗ୍ରାହକମାନଙ୍କୁ ପ୍ରଶିକ୍ଷିତ କରିବାକୁ ଗୁରୁତ୍ୱ ପ୍ରଦାନ କରିବେ । ଡିବିୟୁଗୁଡିକ ସିଧାସଳଖ କିମ୍ବା ବିଜିନେସ ଫ୍ୟାସିଲିଟିଟେର୍ସ/କରେସପଣ୍ଡେଣ୍ଟ ଦେଉଥିବା ବାଣିଜ୍ୟ ଓ ସେବାକୁ ନେଇ ଗ୍ରାହକମାନଙ୍କ ଅଭିଯୋଗ ନିସ୍ତାରଣ ସହ ଠିକଣା ସମୟରେ ସହାୟତା ଯୋଗାଇବାକୁ ପର୍ଯ୍ୟାପ୍ତ ଡିଜିଟାଲ ବ୍ୟବସ୍ଥା ପ୍ରଦାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ