କୋଣାର୍କ ଏନଏସି ପକ୍ଷରୁ ମୀନାବଜାର ପ୍ଲଟ ଆବଣ୍ଟନରେ ମହା ଘୋଟାଲା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଉତ୍ସବ ୨୦୨୨ ପରିପ୍ରେକ୍ଷୀରେ କୋଣାର୍କ ଏନଏସି ପକ୍ଷରୁ କୋଣାର୍କ ହେଲିପ୍ଯାଡ଼ ଠାରେ ଆୟୋଜିତ ହେବାକୁ ଥିବା ମୀନା ବଜାର ପ୍ଲଟ ଆବଣ୍ଟନରେ ମହା ଘୋଟାଲ ହୋଇଥିବା ବେଳେ ବାଲିଯାତ୍ରାରୁ ଆସିଥିବା ଶତାଧିକ ବ୍ଯବସାୟୀ ଷ୍ଟଲ ନିର୍ମାଣ ପାଇଁ ପ୍ଲଟ ନ ଅସନ୍ତୋଷ ପ୍ରକାଶ କରି ଫେରିଯିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ପକ୍ଷରୁ ଚଳିତ କୋଣାର୍କ ହେଲିପ୍ଯାଡ଼ ଠାରେ ଆୟୋଜିତ ହେବାକୁ ଥିବା ମିନାବଜାର ଷ୍ଟଲ ପାଇବା ପାଇଁ ଦୀର୍ଘ ୩ଦିନ ଧରି ଏନଏସି କାର୍ଯ୍ୟାଳୟକୁ ବାଲିଯାତ୍ରାରୁ ଆସିଥିବା ବ୍ଯବସାୟୀ ମାନେ ଦୈଡିଦୈଡି ନୟାନ୍ତ ହୋଇ ଅସନ୍ତୋଷ ପ୍ରକାଶ କରି ଫେରିଯାଇଥିଲେ। ଗୁରୁବାର ସକାଳ ୧୦ଟା ସମୟରେ ପୁର୍ବରୁ ଫେରିଯାଇଥିବା ମୀନାବଜାର ବ୍ଯବସାୟୀ ମାନେ ଏନଏସି ଅଫିସ ଠାରେ ପହଞ୍ଚିଥିଲେ। ମାତ୍ର ପୂର୍ବରୁ ଯୋଜନାବଦ୍ଧ ଭାବେ ନିର୍ବାଚିତ ଲୋକପ୍ରତିନିଧି ଓ ଏନଏସିର କିଛି ଅସାଧୁ କର୍ମଚାରୀ ନିଜ ମଧ୍ୟରେ ଅଘୋଷିତ ମଧୁଚନ୍ଦ୍ରିକା କରି ନିଜ ନିଜ ମଧ୍ୟରେ ୧୫୦ରୁ ଉର୍ଦ୍ଧ୍ବ ପ୍ଲଟ ଚଞ୍ଚକତା କରି ହାତେଇ ନେଇଥିଲେ। ଏହି ପ୍ଲଟ ପାଇବା ପାଇଁ କୋଣାର୍କ ଏନଏସି ଅଫିସ ସମ୍ମୁଖରେ ମୀନାବଜାର ପ୍ଲଟ ଆବେଦନ ଫର୍ମ ନେବା ପାଇଁ ଦୀର୍ଘ ୨ଘଣ୍ଟା ଧରି ଅପେକ୍ଷାରତ ବ୍ଯବସାୟୀ ମାନଙ୍କୁ ନାମକୁ ମାତ୍ର ଫର୍ମ ଦେଇ ୪୦୦ଫର୍ମ ବିକ୍ରି ହୋଇଛି ବୋଲି ବ୍ଯବସାୟୀ ମାନଙ୍କୁ ଫେରାଇ ଦେଇଥିଲେ। ଏହି ସମାସ୍ୟାର ସମାଧାନ ପାଇଁ ଅପେକ୍ଷାରତ ବ୍ଯବସାୟୀ ମାନେ କୋଣାର୍କର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମାନଙ୍କୁ ଅବଗତ କରାଇଥିଲେ। ଏ ଘଟଣା ସମ୍ପର୍କରେ ସାମ୍ବାଦିକ ମାନେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ସତ୍ଯ ପ୍ରକାଶ ମିଶ୍ର, ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ଯୋତି ଶଙ୍କର ମହାପାତ୍ରଙ୍କୁ ପ୍ଲଟ ଆବଣ୍ଟନ ଅନିୟମିତତା ରୋକିବା ସହ ବ୍ଯବସାୟୀ ମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପ୍ଲଟ ପ୍ରଦାନ ପାଇଁ ଅବଗତ କରାଇଥିଲେ। ଏହି ପ୍ଲଟ ଆବଣ୍ଟନରେ ସ୍ବଚ୍ଛତା ରକ୍ଷା କରିବା ସହ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଏକ କମିଟି ଗଠନ କରି ବ୍ୟବସାୟୀ ମାନଙ୍କୁ ସରକାରୀ ମୂଲ୍ୟରେ ପ୍ଲଟ ଯୋଗାଇ ଦେବାକୁ ବାଲିଯାତ୍ରାରୁ ଫେରି କୋଣାର୍କ ଉତ୍ସବ ସମୟରେ ମୀନାବଜାର ଷ୍ଟଲ କରିବା ପାଇଁ ଆସିଥିବା ବ୍ଯବସାୟୀ ପ୍ରଦୀପ କୁମାର ମଲ୍ଲିକ, ପ୍ରଦୀପ୍ତ ସାହୁ, ସ୍ମୃତି ରେଖା ପାତ୍ର, ରଙ୍କ ନିଧି ମହାପାତ୍ର, ମଳୟ କୁମାର ଜେନା, ବସନ୍ତ ମହାରଣା, ଭଗବାନ ସାହୁଙ୍କ ସମେତ ଶତାଧିକ ବ୍ଯବସାୟୀ ପୁରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ, ଗୋପ ତହସିଲଦାର ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ସତ୍ଯ ପ୍ରକାଶ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ମୀନା ବଜାର ହେବା ନେଇ ନିଷ୍ପତ୍ତି ଗ୍ରହଣ ପରେ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ମୀନାବଜାର ପାଇଁ ପ୍ଲଟ ଆବଣ୍ଟନରେ ସ୍ବଚ୍ଛତା ଅବଲମ୍ବନ କରାଯିବା ସହ ବ୍ଯବସାୟୀ ମାନଙ୍କୁ ନିୟମ ଅନୁଯାୟୀ ପ୍ଲଟ ଦିଆଯିବା ସହ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ