ଦିନେ ନୂଆ ଥିବା କ୍ୟାଲେଣ୍ଡରଟା ପୁରୁଣା ହେଇଗଲାଣି, ଆଉ କିଛିଦିନ ପରେ ଅଲୋଡା ହୋଇଯିବ

କ୍ୟାଲେଣ୍ଡର ୨୦୨୨…..
ଠିକ୍ କାଲି ପରି ଲାଗୁଛି
ତୁ ଆସିଥିଲୁ ନୂଆ ହୋଇ
କେତେ ରଙ୍ଗୀନ ସାଜସଜ୍ଜା
ହର୍ଷ ଉଲ୍ଲାସ ଆଖିଖୋଲା ସ୍ୱପ୍ନ
ତୁ ଆସିଲା ପରେ ସତେକି
ବଦଳି ଯିବ ଏ ଦୁନିଆଟା,
ହେଲେ………
ସମୟ ସହ ଖାଲି ଯାହା
କାନ୍ଥରେ ଟଙ୍ଗା ହୋଇଥିବା
ତୋର ପୃଷ୍ଠା ବଦଳି ଯାଇଛି
ଆଉ ମାତ୍ର କେଇଟା ଦିନ ବାକି
ତୋ ଦେହରେ ଖଞ୍ଜା ପୃଷ୍ଠା ସରିଯିବ
ତୁ ହୋଇଯିବୁ ଅଲୋଡା ଅଦରକାରୀ
ତୋ ଜାଗାରେ ଥିବ ଆଉକିଏ,
ହେଲେ………..
ତୁ ଗଲା ବେଳେ ସାଙ୍ଗରେ ନେଇଯିବୁ
ସୁଖ ଦୁଃଖର ତିକ୍ତ ମଧୁର
ତୋ ଦେହରେ ଥିବା ଚିହ୍ନ
ତୋ ପ୍ରତ୍ୟେକଟି ପୃଷ୍ଠାର ସ୍ମୃତି
ମନ ବୁଝେଇବାକୁ ଦେଇଯିବୁ
ଆଗକୁ ବଢ଼ିବାର ଅସରା ସ୍ୱପ୍ନ………

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ