ଜୀବନର ଜୟ ଗାନ

ମାୟାଧର ନାୟକ

ଜାଗରେଶ୍ରମିକ ଜାଗରେକୃଷକ
ଜାଗତୁ ନୂଆଜୁଆନ୍‍
ମରଣର ପଣେ ଶପଥ ଘେନରେ
(ଭାଙ୍ଗ)ଶୋଷଣକାରାବନ୍ଧନ

ଆଉକେତେ ଦିନ ଖଟିବାରେଭାଇ
ପେଟେ ଓଦାକନାମାରି
ତୋରକତଢଳା ଅର୍ଜିତ ସମ୍ପତ୍ତି
କିଏଖାଉଛିରେମଜା କରି ।୧ ।

ଆଖିଖୋଲିବାରେ ଅନାଥରେଭାଇ
କୋଟିକୋଟିଜନମୁଖ
ଅର୍ଦ୍ଧାହାରେରହି ଅନାହାରେମରେ
ଜୀବନଟାଖାଲି ତିକ୍ତ ।୨ ।

ମଣିଷଖଟୁଛି ଖାଉଛିଗଣ୍ଡାଏ
କାଲିବିଖଟିଖାଇବ ।
ଚାହିଁଚାହିଁଖାଲି ହାହୁତାସେ ଯାଏ
ସୁଖସେକେବେ ପାଇବ ।୩ ।

ବେସାହାରା ଆଜି ଥରୁଛିଶୀତରେ
ଆହା ପଦେ ଶୁଭୁନାହିଁ
ବାସଖଣ୍ଡେ ନାହିଁ ମୁଣ୍ଡଗୁଞ୍ଜିବାକୁ
ହାଏରେଭାରତଭୂଇଁ ।୪ ।

// ୨ //

ଦାନାକନାବିନା ଖାଦ୍ୟ ଅଭାବରେ
ଆଉଟୁ ପାଉଟୁହେବ
ସାରା ଦୁନିଆର ଶ୍ରମଜୀବୀଶ୍ରେଣୀ
କେବେ ଏକଥା ବୁଝିବ ।୫ ।

ଭୋକ ଆଉରୋଗ ସାରା ଦୁନିଆରେ
ଜୁଆରଭଳିମାଡୁଛି
କହକିଏଏହି ଦୁଇଟିଶବ୍ଦକୁ
ଦେଇ ପାରିବକି ପୋଛି ।୬ ।

ଭିଟାମାଟିହରା କଙ୍କାଳରଛବି
ଜଳୁଛିବେକାରୀଜ୍ୱାଳାରେ
ଛୁଆ ପିଲାତାର ଅମଣିଷହେଲେ
ମାଟିମଣିଷର ଦେଶରେ ।୭ ।

କଠିନ କଷଣ ଅବାଧ ଶୋଷଣ
ଦୁନିଆ ଦୂଷିତକରେ
ରକ୍ତଲୋଲୂପ ଲୁଣ୍ଠେଗୋଲାପ
ମାଳିମରେ ଅନାହାରେ ।୮ ।

ଭୋକର ଦାଉରୁ ରକ୍ଷା ପାଇବାକୁ
ପିଲାବିକ୍ରୀକରେମାଆ
ତଥାପିସେମା ଅନାହାରେମରେ
କେହି ନ ହୁଅନ୍ତି ସାହା । (୯)

// ୩ //

ଦିଗନ୍ତ ବିସ୍ତାରି ରକ୍ତସମୁଦ୍ରରେ
ସତ୍ୟ ଲୁଚେ ନାହିଁକେବେ
ଆକାଶ ନିଳୀମା ଭେଦ କରିବିଶ୍ୱ
ଶୁକ୍ତଜନତାଜାଗିବେ । (୧୦)

ବାରୁଣୀଗଗନୁ ଅନ୍ଧକାରପୋଛି
ଜାଗିଛିତରୁଣବିର୍ଜ୍ୟ
ସାରା ଦୁନିଆର ଶ୍ରମଜୀବୀ ଐକ୍ୟ
ଦେଖିବ ନୂତନ ସୂର୍ଯ୍ୟ । (୧୧)

ଏତେବେଳେତୁହି ମୁଣ୍ଡେହାତ ଦେଇ
ନୁହେଁବେଳବସିବାର
ନିଜ ଅଧିକାର ସାବ୍ୟସ୍ତ ନିମନ୍ତେ
ବନ୍ଧନକୁଛିନ୍ନକର । (୧୨)

ପୃଥିବୀଉପରେ ବୃଷ୍ଟିପାତଭଳି
ଝରିବ ଆମରିରକ୍ତ
ଛନ୍‌ଛନ୍‌ହୋଇ ଗଜୁରିଉଠିବ
ସଂଗ୍ରାମୀଜୀବନ ସତ୍ୟ ।୧୩ ।

ସେଦିନ ମଣିଷ ଦେଖିବହୋଇଛି
ଶୋଷଣର ଅବସାନ
ଆନନ୍ଦେ ଗାଇବ ସାମ୍ୟରସଙ୍ଗୀତ
ଜୀବନର ଜୟଗାନ ।୧୪ ।

(୧୯୭୫ମସିହାଜରୁରୀକାଳୀନ ପରସ୍ଥିତିଘୋଷଣ।। କଟକ ସେଣ୍ଟ୍ରାଲଜେଲ୍‍ କାରାରୁଦ୍ଧ କୋଠରୀରେମୁଁବନ୍ଦୀା ନିଶାର୍ଦ୍ଧରେଏହିବ୍ୟଥା,ବେଦନା ଓ ଜୀବନରଜୟଗାନ)

ଯାଜପୁରରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ