କିନ୍ନରଙ୍କ ଦକ୍ଷତା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ପ୍ରମାଣ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମର ପ୍ରଶିକ୍ଷଣ ଗୃହରେ କିନ୍ନର ମାନଙ୍କ ଦକ୍ଷତା ବିକାଶ ପାଇଁ ହସ୍ତଶିଳ୍ପ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି. ଉଦଯାପନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ୱାତୀ ଏସ. କୁମାର ଯୋଗଦେଇ ପ୍ରଶିକ୍ଷଣର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିବାର ଜଣାପଡିଛି. ପ୍ରକାଶଯେ ଜିଲାରେ ଥିବା କିନ୍ନର ମାନଙ୍କର ଦକ୍ଷତା ବିକାଶ ପାଇଁ ହସ୍ତଶିଳ୍ପ ଉପରେ ପ୍ରଶିକ୍ଷଣ କାଯ୍ୟକ୍ରମରେ ହସ୍ତଶିଳ୍ପ ମଧ୍ୟରୁ ଟେରାକୋଟା, ଚାନ୍ଦୁଆ, ପଟ୍ଟଚିତ୍ର ଏବଂ କତା କାମ ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଥିଲା. ପ୍ରଥମ ପ୍ରଯ୍ୟାୟରେ ୧୦ ଜଣ କିନ୍ନରଙ୍କୁ ଟେରାକୋଟା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା. ଏହି କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା ଓ ଶସକ୍ତିକରଣ ବିଭାଗ ଏବଂ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗ ଓଡିଶା ସରକାରଙ୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା. ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପନ ହୋଇଯାଇଥିବାରୁ କିନ୍ନରମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ପରବର୍ତ୍ତୀ ମୁହୂର୍ତ୍ତର ଆତ୍ମ ନିର୍ଭରଶୀଳ ଲାଗି ବିଭିନ୍ନ ଋଣ ରାଶି ଏବଂ ପ୍ରୋତ୍ସାହନ ରାଶି ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି. ତାଲିମ ପରେ ପ୍ରମାଣ ପତ୍ର ସହ ଷ୍ଟାଇପେଣ୍ଡ ଭାବେ ନଗଦ ୨୦୦୦ ଟଙ୍କା ପ୍ରଦାନ କରାଯାଇଥିବାର ଜଣାପଡିଛି. ଏପରି ଏକ ମହତ୍ୱ କାର୍ଯ୍ୟକ୍ରମ ସଫଳ ରୂପେ ସମାପନ ହୋଇଥିବାରୁ ସରକାର ଏବଂ ଗଜପତି ଜିଲ୍ଲା ପ୍ରଶାସନକୁ ଭୁୟସୀ ପ୍ରଶଂସା କରିଥିଲେ କିନ୍ନରମାନେ. ଟେରାକୋଟା ତାଲିମ ନେଇଥିବା ୧୦ କିନ୍ନର ମାନେ ହେଲେ ଯଥା ଜସ୍ମିନ ଶେଖ,ମଧୁ ବରାଡ଼, ସୁନିତା ମିଶାଲ, ସ୍ବୀଟି ବେହେରା, କରିନା ମହାରଣା, ଭୁବନ ଅନନ୍ତ, ଘାସି ଗୌଡ଼, ସନ୍ତୋଷ ମହାଙ୍କୁଡ, ବି. ଖଗେଶ୍ୱର ରାଓ, ଆଇସା ପ୍ରଧାନ ପ୍ରମୁଖ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ