ବିବାହିତ ମହିଳାଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହାଟପଦା ଛକ ନିକଟସ୍ତ ସମୂଟିଆ ସାହି ଠାରେ ଜଣେ ଵିବାହିତ ମହିଳା କୌଣସି କାରଣରୁ ଆତ୍ମହତ୍ୟା କରିଥିବାର ଜଣାପଡିଛି. ମହିଳା ଜଣଙ୍କ ନାମ ଜ୍ୟୋତି ସାହୁ ବୟସ ପାଖାପାଖି ୩୦ ବର୍ଷ ହୋଇଥିବାବେଳେ ତାଙ୍କ ଝୁଲନ୍ତା ମୃତଦେହ ନିଜ ବାସଭାବନ କକ୍ଷ ଠାରେ କକ୍ଷ ଠାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି. ହେଲେ କାହିଁକି ଆତ୍ମହତ୍ୟା କଲେ ଯେ ନେଇ ତାହା ଅସ୍ପଷ୍ଟ ରହିଥିବାବେଳେ କୌଣସି ମାନସିକତା ପରେ ଏପରି କରିଥାଇପାରନ୍ତି ବୋଲି ଅଞ୍ଚଳରେ ଆଲୋଚନା ହେଉଛି. ସୂଚନା ପ୍ରକାରେ ମୃତ ଜ୍ୟୋତିଙ୍କ ସ୍ୱାମୀ ସନ୍ତୋଷ ସାହୁ ରେଳ ବିଭାଗରେ କାର୍ଯ୍ୟ କରନ୍ତି. ତାଙ୍କର ଗତକାଲି ନାଇଟ ଡୁଟି ଥିବାରୁ ସେ କର୍ମ ସ୍ଥଳକୁ ଚାଲି ଯାଇଥିଲେ. ହେଲେ ସକାଳ ୬ ଟାରେ ତାଙ୍କ ବାସ ଭାବନରେ ପହଞ୍ଚିଥିଲେ. ଦୁଇ ତାଲା ବିଶିଷ୍ଟ ବାସଭାବନରେ ତଳ କୋଠାରେ ଜ୍ୟୋତି ନଥିବାର ଦେଖିବାକୁ ପାଇଥିଲେ. ଏହାପରେ ଉପର ମହଲା ତାଙ୍କ କକ୍ଷକୁ ଯାଇ କବାଟ ବାଡେଇ ଥିଲେ ମଧ୍ୟ ଜ୍ୟୋତି କବାଟ ଖୋଲି ନଥିଲେ. ଏହାପରେ ସନ୍ତୋଷ ଏବଂ କିଛି ସ୍ଥାନୀୟ ବାସିନ୍ଦା କବାଟ ଭାଙ୍ଗି ରୁମ ଭିତରକୁ ପଶି ଦେଖିବାବେଳେ ଜ୍ୟୋତି ସିଲିଂ ଫ୍ୟାନରେ ଝୁଲୁ ଥିବାର ଦେଖିବାକୁ ପାଇଥିଲେ. ତୁରନ୍ତ ପାରଳାଖେମୁଣ୍ଡି ଆଦଶ୍ର ଥାନା ପୋଲିସକୁ ସୂଚନା ଦେଇଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି. ମୃତ ଜ୍ୟୋତିଙ୍କ ବାପଘର ଲୋକେ ରାଉରକେଲା ହୋଇଥିବାରୁ ସେମାନେ ଆସିବା ପରେ ଶବକୁ ଓଲ୍ହାଇ ଜବତ କରି ଶବ ବ୍ୟବଛେଦ କରାଯିବ ବୋଲି ଜଣା ପଡିଛି. ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ଜ୍ୟୋତିଙ୍କ ବାପ ଘର ଲୋକେ ପାରଳାଖେମୁଣ୍ଡିରେ ପହଞ୍ଚି ନଥିବାର ଜଣାପଡ଼ିଛି. ଏବେବି ଝୁଲନ୍ତା ଅବସ୍ଥାରେ ଶବଟି ରହିଥିବାର ଦେଖିବାକୁ ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ