ଭଦ୍ରକ ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବନ୍ତ ଶାଖା ଓ ବନ୍ତ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭଦ୍ରକ ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବନ୍ତ ବ୍ଲକ ଏବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ବନ୍ତ ବରିଷ୍ଠ ନାଗରିକ ମଞ୍ଚର ବ୍ଲକ ସଭାପତି, ବିଶିଷ୍ଟ ନାଟ୍ୟକାର ତଥା ସମାଜସେବୀ ଡ. ସୁଧାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଶହଶହ ସମର୍ଥକ ବନ୍ତ ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ୍ ସମ୍ମୁଖରେ ପହଞ୍ଚିଥିଲେ । ଏହି ଅବସରରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ଡ. ସୁଧାଂଶୁ ଶେଖର ନାୟକ, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ଗଣେଶ ପ୍ରସାଦ କରଶର୍ମା, ଓଷ୍ଟାର ପ୍ରାକ୍ତନ ରାଜ୍ୟ ସମ୍ପାଦକ ରଘୁନାଥ ସାହୁ, ଭାସ୍କର ଚନ୍ଦ୍ର ପାଢୀ, ମୁକ୍ତିକାନ୍ତ ସାହୁ, ଉମାକାନ୍ତ ନାୟକ, ନାରାୟଣ ଚନ୍ଦ୍ର ଲେଙ୍କା, ଗୌରାଙ୍ଗ ଧଳ, ଆଇନଜୀବୀ ମାଧବାନନ୍ଦ ଦାସ, ସମାଜସେବୀ କମଳାକାନ୍ତ ସାହୁ, ଆନନ୍ଦ ଚନ୍ଦ୍ର ଓଝା, କୃପାସିନ୍ଧୁ ସେଠୀ, ସୁଧୀର କୁମାର ନାୟକ, ହରମୋହନ ବେହେରା, ରବିନ୍ଦ୍ର ନାଥ ଧଳ, ଜିତେନ୍ଦ୍ର ନାୟକ, ଫକୀର ବିଶ୍ୱାଳ, ପ୍ରଦୀପ ନାୟକ, କୈଳାସ ଚନ୍ଦ୍ର ଧଳ, ରତ୍ନାକର ଦାସ, ନାରୀନେତ୍ରୀ ତିଳୋତ୍ତମା ଜେନା, ସରପଞ୍ଚ ପ୍ରମୋଦ କୁମାର ଜେନା, ମାନସ ରଞ୍ଜନ ପହି, ଛୟାଳସିଂ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ନାୟକ, ପ୍ରଫୁଲ୍ଲ ରାଉତ ଯୋଗ ଦେଇ ସରକାରୀ ଅଣଦେଖାର ଶିକାର ହୋଇ ଭଦ୍ରକ ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରୁନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ସେହିପରି ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ନେତୃତ୍ୱ, ଯୁବ, ଛାତ୍ରମାନେ ଆୟୋଜିତ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା । ଶେଷରେ ଭଦ୍ରକରେ ମେଡିକାଲ କଲେଜ ଭଳି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଦାବିକୁ ରାଜ୍ୟ ସ୍ତରରେ ପହଞ୍ଚାଇବା ନିମନ୍ତେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବନ୍ତ ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାନ୍ତ ସାହୁ, ଶକ୍ତିଧର ରାଉତ, ରବିନ୍ଦ୍ର ସେଠୀ, ହେମନ୍ତ ମଲ୍ଲିକ, ସୌକତ ଅଲ୍ଲୀ, ଗଣନାଥ ନାୟକ, ଅଜୟ ନାୟକ, ଧରଣୀଧର ସାମଲ, ଶଶୀକାନ୍ତ ପଣ୍ଡା, ନବ କିଶୋର ଜେନା, ଦାସରଥୀ ଜେନା, ସୁବୋଧ ସାହୁ ସହଯୋଗ କରିଥିବା ବେଳେ ବିଭିନ୍ନ ପଞ୍ଚାୟତର ବୁଦ୍ଧିଜୀବି, ଯୁବ, ଛାତ୍ର ଓ ମହିଳାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ