ଚୀନର ଅକ୍ଷମଣୀୟ ଅପରାଧ

ଆଶୁତୋଷ ନାୟକ
ସାରା ବିଶ୍ୱରେ ଭାରତ ପ୍ରଥମ ସଭ୍ୟତା ଏବଂ ଚୀନ ଦ୍ୱିତୀୟ ସଭ୍ୟତା ରୂପେ ପରିଚିତ | ଉଭୟ ଦେଶ ଏସିଆ ମହାଦେଶ ର ବିଶାଳ ଏବଂ ବିକଶିତ | ବାଣିଜ୍ୟ କାରବାର ପାଇଁ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଅତି ନିବିଡ଼| ସମସ୍ତ ମୋବାଇଲ ଯନ୍ତ୍ରାଂଶ ଓ ମେଡ଼ିସିନ ରୁ ଆରମ୍ଭ କରି ଇଲେକ୍ରୋଟିନିଶି ଉପକରଣ,, ଖେଳନା ପ୍ରଯ୍ୟନ୍ତ ଅନେକ ଦ୍ରବ୍ୟ ପାଇଁ ଆମ ଦେଶ ଭାରତ ପଡୋଶୀ ରାଷ୍ଟ୍ର ଚୀନ ଉପରେ ନିର୍ଭରଶୀଳ | ଅଷ୍ଟାଦଶ ଶତାବ୍ଦୀ ରେ ଉଭୟ ଭାରତ ଚୀନ ବିଶ୍ୱ GDP ର 55%ଭାଗିଦାର ଥିଲେ | ପାଶ୍ଚାତ୍ୟ ସାମ୍ରାଜ୍ୟ ଦ୍ୱାରା ପ୍ରଭାବିତ ହୋଇ 1950 ରେ ଆମ ଦେଶ ଭାରତ ଆଧୁନିକ ଗଣତନ୍ତ୍ର ରାଷ୍ଟ୍ର ରୂପେ ସ୍ଥାପିତ ହୋଇଥିଲା | ଭାରତ ଗାନ୍ଧିଜୀ ଙ୍କ ସତ୍ୟନିଷ୍ଠା,ଉଦାର ମାନବିକତା,ଧାର୍ମିକ ଭାବନା ସ୍ୱତନ୍ତ୍ର -ବିଚାର କୁ ସଦା ସର୍ବଦା ଅଵଲମ୍ବନ କରିଥାଏ | ଇତିହାସ ର ପୃଷ୍ଠା କୁ ଅବଲୋକନ କଲେ ଏହା ପରିଲିକ୍ଷତ ହୁଏ, ଭାରତ “ବସୁଧୈବ କୁଟମ୍ବକମ” ନୀତି ଓ ଆଦର୍ଶ କୁ ସମ୍ପୂର୍ଣ ରୂପେ ପାଳନ କରେ | ସେଥିପାଇଁ ଭାରତ ବିଶ୍ୱ ର ଏକମାତ୍ର ଦେଶ ଯାହାକୁ ଶାସ୍ତ୍ର ରେ ଏବଂ ବିଦ୍ୱାନ ମୁନି ରୁଷି ମାନେ ମଧ୍ୟ ଦେବଭୂମି ଓ ପୂର୍ଣ୍ଯଭୂମି ର ଆଖ୍ୟା ଦେଇଛନ୍ତି | କିନ୍ତୁ ଚୀନ ର ପୁରୁଣା ଇତିହାସ କୁ ଅବଲୋକନ କଲେ ଏହା ପରିଲକ୍ଷିତ ହୁଏ, କି ଚୀନ ସଦା ସର୍ବଦା ମାଓଙ୍କ ଦର୍ଶନଶାସ୍ତ୍ର, ଏକଛତ୍ରବାଦୀ ନୀତି, ଆତ୍ମକେନ୍ଦ୍ରୀକ ନୀତି କୁ ଆପଣେଇ ଥାଏ |ଚୀନର Finger Rule ନିଜ ହାତ , ତିବତ୍ କୁ ପାପୁଲି , ଅରୁଣାଚଳ ପ୍ରଦେଶ,ଭୁଟାନ, ସିକମ୍, ନେପାଳ, ଲଦାଖ କୁ ପାଞ୍ଚ ଆଙ୍ଗୁଠି ଭାବେ । ଏହି ଅଞ୍ଚଳ ଏହାର ଅବିଛେଦ ଅଙ୍ଗ ପ୍ରମାଣିତ କରିବା ପାଇଁ ବିବାଦୀୟ ଚିତ୍ର ଅଙ୍କନ କରି କାରଣ ଦର୍ଶାଇଥାଏ। ଯାହାକୁ cratographic Aggression କୁହାଯାଏ। ୧୯୧୪ ରେ ଶିମିଳା ସମ୍ମିଳନୀ କୁ ଚୀନ ଅମାନ୍ୟ କରିଥିଲା ସ୍ଵାଧୀନତା ପରେ ଭାରତ ଆଦର୍ଶବାଦରେ ପ୍ରେରିତ ହୋଇ ଚୀନ ସହ ଭଲ ସମ୍ପର୍କ ସ୍ଥାପନ କରି ଉଭୟ ଆମେରିକା ଓ ରୁଷ ଠାରୁ ବିକଶିତ ହେବାର ସ୍ବପ୍ନ ଦେଖୁଥିଲ। ସେଥିପାଇଁ ଭାରତ ଚୀନ କୁ ତାଇୱାନ ଦ୍ଵନ୍ଦ ୧୯୫୫ ରେ ବାଣ୍ଡୁମ ସମ୍ମିଳନୀ ସଂଯୁକ୍ତ ରାଷ୍ଟ୍ର ର ସମ୍ମିଳନୀରେ ଆଦି ସାହାଯ୍ୟ କରିଥିଲା | ଏହାର ଫାଇଦା ରେ ଚୀନ ତିବତ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ଯାହା ଦ୍ଵାରା ମ୍ୟାକ ମୋହନ ରେଖା (McMahon Line) ଅସୁରକ୍ଷିତ ହୋଇଥିଲା। ୧୯୫୪ ରେ ପଞ୍ଚଶୀଳ ଯୋଜନା କୁ ଚୀନ ଅସ୍ଵୀକାର କରିଥିଲ।ଭାରତ ର ସାହାଯ୍ୟ ପାଇଁ ମଧ୍ୟ ବିଶ୍ୱାସଘାତକ ଚୀନ 1959 ରେ ଅକସର ଚୀନ, ଅରୁଣାଚଳ ପ୍ରଦେଶ ର ତୱାଙ୍ଗ କୁ ନିଜ ଦେଶ ର ମାନଚିତ୍ର ରେ ଦର୍ଶାଇଥିଲା ଏବଂ ଭାରତ ର ଅଙ୍ଗ କାଶ୍ମୀର ନୁହେଁ ବୋଲି ମନ୍ତବ୍ୟ ଦେଇଥିଲା | ଭାରତ ଏହାର ଦୃଢ ପ୍ରତିବାଦ କରିବାରୁ 1962 ରେ ଅରୁଣାଚଳ ପ୍ରଦେଶ ଏବଂ ସିକିମ କୁ ଆକ୍ରମଣ କରି ଯୁଦ୍ଧ ଆହ୍ୱାନ ଦେଇଥିଲା | ଭାରତ ର ସାମରିକ ସେନା ସମ୍ପୂର୍ଣ ରୂପେ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିଲା ତଥାପି ଚୀନ ଭାରତ ଉପରେ ହଠାତ୍ ଆକ୍ରମଣ କରିଥିଲା | ଚୀନ ର ଛଳନା, ପ୍ରତାରଣା ଓ ବିଶ୍ୱାସଘାତକତା ପାଇଁ ଭାରତ ର ଅର୍ଥନୀତି,ସାମରିକ ଓ ବେସାମରିକ ସ୍ତର ରେ କ୍ଷତି ସହିବାକୁ ପଡିଥିଲା | ତା ପରେ 1976,1986 ଏବଂ 1988 ରେ ସମ୍ପର୍କ ସୁଧାରିବା ପାଇଁ ଆମ ଦେଶ ପ୍ରୟାସ କରିଥିଲା |ଚୀନ ର ପ୍ରକୃତି ବିଷଧର ସର୍ପ ସଦୃଶ | ବିଷଧର ସର୍ପ କୁ ଯେତେ ବି ଦୁଗ୍ଧ ପାନ କରାଇଲେ ମଧ୍ୟ ଦଂଶନ ପ୍ରକୃତି ପରିହାର କରି ନଥାଏ | ଠିକ୍ ସେହିପରି ଚୀନ ସଦା ସର୍ବଦା ନିଜର ପତିଆରା ବୃଦ୍ଧି କରିବାକୁ ଚେଷ୍ଟିତ ଓ ଅନ୍ୟ ଉପରେ ଆଧିପତ୍ୟ ବିସ୍ତାର କରିବା ତାର ମୁଖ୍ୟ ଲକ୍ଷ୍ୟ | ତେଣୁ ଭାରତ ର ଶାନ୍ଥି ର ଵାର୍ତ୍ତା ଚୀନ ବୁଝିବାକୁ ଅସମର୍ଥ |ଚୀନ କୋଣସି ଅଂଚଳ ସମ୍ପୂର୍ଣ କବଜା ନ କରି ଧୀରେ ଧୀରେ ଅକ୍ତିଆର କରି ସାମ୍ରାଜ୍ୟ ବିସ୍ତାର କରେ | ଏହାକୁ ସାଲାମୀ ଯୋଜନା କୁହାଯାଏ | 2017 ରେ ଦୋକଲାମ (Doklam) ବିବାଦ ରେ ଚୀନ ବିରୋଧ ରେ ଭୁଟାନ କୁ ଭାରତ ସମର୍ଥନ ଜଣାଇଥିଲା | ଚୀନ କସଗର ଠୁଁ ବାଲୁଚିସ୍ଥାନ ପ୍ରଯ୍ୟନ୍ତ ପାକିସ୍ତାନ କୁ ହାତରେ ରଖି ପ୍ରଧାନ ମାର୍ଗ କରୁଛି | ଆତଙ୍କବାଦୀ ମାନଙ୍କୁ ପ୍ରତେକ୍ଷ୍ୟ ଓ ପରୋକ୍ଷ ରେ ସମର୍ଥନ କରୁଛି ଏବଂ ତାର ପୃଷ୍ଠପୋଷକତା ପାଇଁ ପାକିସ୍ତାନ ଓ ଅନ୍ୟ ଦେଶ ଯେଉଁମାନେ ଆତଙ୍କବାଦୀ ମାନଙ୍କୁ ନିଜ ଦେଶର ଶରଣ ଦେଇଛନ୍ଥି ସେହି ମାନଙ୍କର ଶକ୍ତି,ସାମର୍ଥ୍ୟ ବୃଦ୍ଧି ବିପୁଳ ପାଣ୍ଠି ଯୋଗାଉଛି ଚୀନ |(security council ) ସିକିରୁୱିଟ କାଉନସିଲ ରେ ଭିଟୋ ପାୱାର (veto power ) ର ଅପବ୍ୟବହାର କରି ଚାରୋଟି (4ଟି )ରାଷ୍ଟ୍ର ଙ୍କ ସମର୍ଥନ ସତ୍ୱେ ଭାରତ କୁ ସ୍ଥାୟୀ ସଦସ୍ୟ ରୂପେ ଅନ୍ତର୍ଭୁକ୍ତ କରୁ ନାହିଁ | ମାସୁଦ ଆଜର (Masood Azher) କୁ ଚୀନ ଆତଙ୍କବାଦୀ ବୋଲି ସ୍ୱୀକାର କରୁ ନାହିଁ | ଚୀନ ବ୍ରହ୍ମପୁତ୍ର ଜଳ ବିବାଦ ରେ ମଧ୍ୟ ସମ୍ପୃକ୍ତ | ଜୁନ -15, 2020 ମସିହାରେ ଗଲୱାନ (hot spring) ହଟ ସ୍ପ୍ରିଙ୍ଗ ଉପତ୍ୟକା ରେ ଭାରତ ଓ ଚୀନ ସେନା ଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା |
ଭାରତ ପ୍ରତିରକ୍ଷା ବିଭାଗ ର ତଥ୍ୟ ଅନୁସାରେ ଏହି ଗଲୱାନ ଘଟଣା ରେ ଆମ ଦେଶ ର ବୀର, ସାହସୀ, ଲଢୁଆ 20 ରୁ ଅଧିକ ଯବାନ ସହୀଦ ହୋଇଥିଲେ | ଅହଂକାରୀ ଏକଛତ୍ରବାଦୀ ଶାସକ ରାଷ୍ଟ୍ରପତି ଜିନ ପିଙ୍ଗ (xi -Jinping )ଙ୍କ କମ୍ୟୁନିଷ୍ଟ ବାଦୀ ଚିନ୍ତାଧାରା ଏବଂ ଏକ ଛତ୍ରବାଦୀ ଦମନ ନୀତି ଦିନେ ଚୀନ କୁ ସର୍ବସ୍ୱାନ୍ତଃ କରିଦେବ | ଏଥିରେ ସନ୍ଦେହ ର ଅବକାଶ ନାହିଁ | ଭାରତ 2019 ରେ କର୍ଣ୍ଣଲ ଚେଅଡ଼ୁ ରିନଚୈନ ସେତୁ ( Col Chewang Rinchen Setu ) ନିର୍ମାଣ କରିଛି | ଚୀନ ର strings pearls theory ଆପଣେଇ ଭାରତ ମହା ସାଗର ରୁ ଭାରତ କୁ ଘେରିଛି | ତା ପାଇଁ ଭାରତ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ସହ ମିଶି ଚତୃରଭୁଂଜିୟ ସଂଘ ସ୍ଥାପନା କରିଛି | ମାଲବାର ଏକସର ସାଇଜି (Malwar Exercise ) କୁ ସୁଦୃଢ କରି ଅଷ୍ଟ୍ରେଲିଆ, ସିଙ୍ଗାପୁର କୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି | ମୌସମ ପରିକଳ୍ପନା,ସାଗରମାଳା ପରିକଳ୍ପନା,Act East policy କୁ ଗୁରୁତ୍ୱ ଦେଇଛି | string of flower theroy ଦ୍ୱାରା ଚୀନ ର ଯେଉଁଠି ବନ୍ଦର ନିର୍ମାଣ କରୁଛି, ସେହି ସ୍ଥାନରେ ଭାରତ ତାର ନିଜର ବନ୍ଦର ନିର୍ମାଣ କରିଛି | ପାର୍ବତ୍ୟ ଉଚ୍ଚ ଅଂଚଳ ରେ ଭାରତ ନିଜର ସ୍ଥଳସେନା କୁ ଅଧିକ ସକ୍ରିୟ କରିଛି | ବ୍ରହ୍ମଶ ( BrahMos),ସୁଖୋଇ -mo -mk1 21-MIG 29s ପରି ବିମାନ ସଜାଗ ରହିଛି |ସଦ୍ୟତମ ଘଟଣା ପୁଣି ଥରେ ଚୀନ ର ବିଶ୍ୱାସଘାତକତା ଏବଂ ପ୍ରତାରଣା କୁ ପ୍ରମାଣିତ କରିଛି | ଗତ ସପ୍ତାହ ରେ ଜୁହାଂଶବର୍ଗ ରେ ହୋଇଥିବା ବ୍ରିକ ସମ୍ମିଳନୀ (BRIAC Summit) ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି- ଜିନପିଙ୍ଗ ମଧ୍ୟରେ ସୀମା ବିବାଦ ର ସମାଧାନ ପାଇଁ ଆଲୋଚନା ହୋଇଥିଲା ଏବଂ ଉଭୟ ରାଷ୍ଟ୍ର ଏଥିରେ ସହମତି ପ୍ରକାଶ କରିଥିଲେ କିନ୍ତୁ ଚୀନ ନିଜର ଅଭ୍ୟାସଗତ ବିଶ୍ୱାସଘାତକ ପ୍ରବୃତି ରୁ ନିବୃତ ହୋଇନାହିଁ | ଚୀନ ପୁଣି ଥରେ 28ଅଗଷ୍ଟ 2023 ସୋମବାର ଦିନ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି | ଏଥିରେ ଆମ ଦେଶର ଅରୁଣାଚଳ ପ୍ରଦେଶ କୁ ନିଜର ଅଞ୍ଚଳ ଦର୍ଶାଇଛି | ଅରୁଣାଚଳ କୁ ଦକ୍ଷିଣ ତିବତ ଭାବେ ନିଜର ଅଂଚଳ ଦର୍ଶାଇଛି | ଖାଲି ଅରୁଣାଚଳ ପ୍ରଦେଶ ନୁହେଁ ଅକ୍ସାଇ ଚୀନ,ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ ସାଗର କୁ ଚୀନ ନୂଆ ମାନଚିତ୍ର ରେ ସ୍ଥାନିତ କରିଛି | ଚୀନ ର ପ୍ରାକୃତିକ ସମ୍ପଦ ମନ୍ତ୍ରାଳୟ ଦ୍ୱାରା ଏହି ମାନଚିତ୍ର ଜାରି ହୋଇଛି |ବିଂଶ ଶତାବ୍ଦୀ ର ଭାରତ କୁ ଚୀନ ଭୟଭୀତ କରିବାର ଅଭିଳାଷା ମନ ଭିତରୁ ସମ୍ପୂର୍ଣ ପରିହାର କରିବା ଉଚିତ | ଶତ୍ରୁକୁ ଦୃଢ଼ ହସ୍ତରେ ଦମନ କରିବା ରେ ଭାରତ ସିଦ୍ଧହସ୍ତ | ଶାନ୍ତି ଚୁକ୍ତି କୁ ଚୀନ ଯଦି ଆମର ଦୁର୍ବଳତା ଭାବୁଛି ତାହେଲେ ଭାରତର ଲଢୁଆ,ସାହସୀ, ଯବାନ ମାନେ ଏହାକୁ ଦୃଢ଼ ହସ୍ତରେ ଦମନ କରିବାକୁ ପଛ ଘୁଞ୍ଛା ଦେବେନାହିଁ | ଯଦି ଆମ ଦେଶର ସୁରକ୍ଷା,ଅଖଣ୍ଡତା ଏବଂ ସାର୍ଵଭୌମତା କୁ କ୍ଷତି ପହଞ୍ଚଵା ପରି ଚୀନ କୌଣସି କାର୍ଯ୍ୟ କରେ ଏହାକୁ ବରଦାସ୍ତ କରାଯିବ ନାହିଁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ