ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ନିରୋଦ କୁମାର ଦାସ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଅନୁଗୋଳ ଜିଲ୍ଲାର ବନ୍ତଳା ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ତାଙ୍କ ର ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା କୁ ବଦଳି ହୋଇଥିଲା । ଶ୍ରୀ ଦାସ ଆଜି ଛତ୍ରପୁର ଥାନା ଅଧିକାରୀ ଭାବେ ନିଜ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଦକ୍ଷିଣାଞ୍ଚଳ ଆଇ ଜି ଏବଂ ଗଞ୍ଜାମ ଏସପିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।ତେବେ ଶ୍ରୀ ଦାସ ଦାୟିତ୍ୱ ନେବା ପରେ ଥାନାର ସମସ୍ତ କର୍ମଚାରୀ, ସହରର ବୁଦ୍ଧିଜୀବୀ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଛତ୍ରପୁର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ସହ ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱ ଦେବେ । ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବା ସହ ପୁଲିସ ପାଟ୍ରୋଲିଂକୁ କଡାକଡ଼ି ପାଳନ କରିବାକୁ ପ୍ରତିଶୃତି ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ଦାସ । ଏହା ପୂର୍ବରୁ ଅନୁଗୁଳ, ବରଗଡ଼, ଝାରସୁଗୁଡା ଓ ପୁରୀ ଜିଲ୍ଲା ଆଦି ବିଭିନ୍ନ ଥାନାରେ ଶ୍ରୀ ଦାସ ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ