ରୟାଲ୍ କ୍ଲବ୍ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖୁଣ୍ଟାସ୍ଥିତ ‘ରୟାଲ୍ କ୍ଲବ୍‌’ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ସ୍ଥାନୀୟ ଶିବମନ୍ଦିର ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ପ୍ରାଥମିକ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ଓ ଅବସର ନେଇଥିବା ୫୦ରୁ ଊର୍ଦ୍ଧ୍ୱ ଗୁରୁ ଓ ଗୁରୁମା’ମାନଙ୍କୁ କ୍ଲବ୍‌ର ସଦସ୍ୟ ଓ ସ୍ଥାନୀୟ ପୁରୀ ସରସ୍ୱତୀ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାସକବି ନଗର ବିକାଶ ପରିଷଦ କ୍ଲବ୍‌କୁ ସହଯୋଗ କରିଥିଲା ।
ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଆଇନଜୀବୀ ଜିତେନ୍ଦ୍ର ଉପାଧ୍ୟାୟ ଅଧ୍ୟକ୍ଷତା କରିଥିଲେ । ବ୍ରିଟ୍‌ର ଅଧ୍ୟକ୍ଷ ଆଲୋକ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରଥ, ଜୟନ୍ତ ପାଣିଗ୍ରାହୀ, ସମାଜସେବୀ ସରସ୍ୱତୀ ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ଅଧ୍ୟାପିକା ନିର୍ମଳା ଗିରି, ଶିକ୍ଷୟିତ୍ରୀ କ୍ରିଷ୍ଣା ପ୍ରଧାନ, ଶିକ୍ଷା ସଂଗଠକ ଜିତେନ୍ଦ୍ର ପ୍ରହରାଜ, ଅବସରପ୍ରାପ୍ତ ଜୀବନବୀମା ଅଧିକାରୀ ପ୍ରଭାତ ସାହୁ ଓ ଇଂ. ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଏହି ସଭାରେ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଦାର୍ଶନିକ ସାର୍ ସର୍ବପଲ୍ଲୀ ଡ. ରାଧାକ୍ରିଷ୍ଣନ୍‌ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅଜ୍ଞାନରୂପକ ଅନ୍ଧକାରରୁ ଯେଉଁମାନେ ଜ୍ଞାନର ଆଲୋକ ଓ ଶିକ୍ଷା ପ୍ରଦାନ କରନ୍ତି ସେମାନେ ହେଉଛନ୍ତି ଗରୁରୁ । ଗୁରୁ ଓ ଗୁରୁଜନମାନଙ୍କୁ ଆଜୀବନ କୃତଜ୍ଞତା ଜଣାଇବା ଉଚିତ ବୋଲି ଅତିଥି ଓ ବକ୍ତାମନେ ମତ ପ୍ରଦାନ କରିଥିଲେ । କ୍ଲବ୍‌ର ସଭାପତି ଭଗବାନ ମହନି ଉପସ୍ଥିତମାନଙ୍କୁ ସ୍ୱାଗତ ଜଣାଇଥିଲେ । ରାଜକିଶୋର ଦାସ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଇଂ. ଡମ୍ବରୁଧର ପ୍ରଧାନ, ବାବୁ ସେନ୍‌, ସୁବ୍ରତ ଦାଶ, ଦିପୁ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ