ଗଡଚଣ୍ଡି ବିଦ୍ୟାଳୟରେ ‘ବୃକ୍ଷ ହିଁ ଜୀବନ’ କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି):ବିଦ୍ୟାଳୟ ସ୍ତରୀୟ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ବନ୍ତ ବ୍ଲକ ଗଡଚଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ଶିକ୍ଷା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ସରପଞ୍ଚସଂଗ୍ରାମ କେଶରୀ ଜେନା, ସହ ଗୋଷ୍ଠୀ ଶିକ୍ଷାଧିକାରିଣୀ ବିଜୟଲକ୍ଷ୍ମୀ ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗତ ଜୀବନ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ରାଉତ, ଉପସଭାପତି ମୋହିନୀ ସ୍ୱାଇଁଙ୍କ ସମେତ ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ପୂର୍ବତନ ଛାତ୍ରଛାତ୍ରୀ ସମିତିର ନିରଞ୍ଜନ ସାମଲ, ରମାକାନ୍ତ ପାଣିଗ୍ରାହୀ, ଶକ୍ତିଧର ରାଉତ, ମୀନକେତନ ସ୍ୱାଇଁ, ସୁଧାକର କୁଅଁର, ଅକ୍ଷୟ ସ୍ୱାଇଁ, ନିିଳମଣି ରାଉତ, ପ୍ରଦୀପ ପାତ୍ରଙ୍କ ସମେତ ପିତାମାତା ଶିକ୍ଷକ ସମିତିର ସଭ୍ୟସଭ୍ୟା, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ମୋ ସ୍କୁଲ କମିଟି, ପିତାମାତା, ଶିକ୍ଷକ ସଂଘ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା, ଶିକ୍ଷକ, ଶିକ୍ଷୟିତ୍ରୀ, ଗ୍ରାମର ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ଠାରୁ ଅର୍ଥ, ସେବା ଓ ଦ୍ରବ୍ୟ ଆକାରରେ ଅନୁଦାନ ଗ୍ରହଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସବୁଜ ବାହିନୀ ଗଠନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ