ଜିଲ୍ଲାସ୍ତରୀୟ ଭଲିବଲ ଓ ସଫ୍ଟବଲ ପ୍ରତିଯୋଗିତା ଅନୁଷ୍ଠିତ

ଚୌଦ୍ୱାର, (ଦୀପକ କୁମାର ବେଉରା):କଟକ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶତର ବର୍ଷରୁ କମ ବୟସର ଛାତ୍ରଙ୍କୁ ନେଇ ଜିଲ୍ଲାସ୍ତରୀୟ ଭଲିବଲ ଓ ସଫ୍ଟବଲ ପ୍ରତିଯୋଗିତା ଚୌଦ୍ଵାର ଓଟିଏମ କଲୋନୀସ୍ଥ ଗୋପବନ୍ଧୁ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ କଟକ ଜିଲ୍ଲାର ୧୪ଟି ବ୍ଲକର ପ୍ରତିଯୋଗୀ ପ୍ରତିଯୋଗିତା କରିଥିଲେ । ଉଦ୍ଘାଟନ ଓ ଉଦଯାପିତ ଅବସରରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଉଚାକୋଟିର ହୋଇଥିଲା । ଭଲିବଲ ପ୍ରତିଯୋଗିତା ରେ ମାହାଙ୍ଗା ବ୍ଲକ ନରସିଂହପୁର କୁ ହରାଇ ଚମ୍ପିୟାନ ହୋଇଥିବା ବେଳେ ସଫଟବଲ ପ୍ରତିଯୋଗିତା ରେ ଟାଙ୍ଗୀ ଚୌଦ୍ୱାର ବ୍ଲକ ବିଜୟ ଲ।ଭ କରିଥିଲା । ସ୍ଥାନୀୟ ଗୋପବନ୍ଧୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଇତିଶ୍ରୀ ପଟନାୟକଙ୍କ ସଭାପତିତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ