୨୫ ବର୍ଷରେ ଭୀମଟାଙ୍ଗିରେ ଭାଗବତ ପରାୟଣ ସପ୍ତାହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୀମଟାଙ୍ଗି ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ଗୋଷ୍ଠି କେନ୍ଦ୍ରଠାରେ ୨୫ତମ ଭାଗବତ ପରାୟଣ ସପ୍ତାହ ଓ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍ସି ମେୟର ସୁଲୋଚନା ଦାସ, କର୍ପୋରେଟର ଶିବ ନାରାୟଣ ରାୟ, ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, ଶ୍ରୀଧର ବେହେରା ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ଡ଼ ଆଶୁତୋଷ ମିଶ୍ର, ସନ୍ଥ ବାବା ସତ୍ୟାନନ୍ଦ ଦାସ ମହାରାଜ, ଡା. କୃଷ୍ଣକେଶବ ଷଡ଼ଙ୍ଗୀ, ପ୍ରମୁଖ ପ୍ରବଚନ ପ୍ରଦାନ କରିବା ସହ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ହରିହର ପଟ୍ଟନାୟକ, ରବିନାରାୟଣ ଦାଶ, ପଦ୍ମନାଭ ଷଡ଼ଙ୍ଗୀ, ଚିତ୍ରସେନ ବିଶୋଇ ଲକ୍ଷ୍ମୀଧର ପଣ୍ଡା ଓ ସଭ୍ୟମାନେ ପରିଚାଳଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ