କଲେଜ ବସ ପଛରେ ଧକ୍କା ଦେଲା ଟ୍ରକ୍,ଦୁଇ ଛାତ୍ର ସାମାନ୍ୟ ଆହତ

ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖୁଣ୍ଟା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ବାରେଣି ପୋଲ ଠାରେ ଏକ କଲେଜ ବସ ପଛପଟୁ ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବସ ଓ ଟ୍ରକ କୁ ଜବତ କରିବା ସହ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।ତେବେ ଶେରଗଡ଼ ସ୍ଥିତ ପୋଲିଟେକ୍ନିକ କଲେଜ ବସ(OD-01D-4427) ୪୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନହର ପାଟଣା ରୁ ଶେରଗଡ଼ ସ୍ଥିତ କଲେଜ ଯାଉଥିଲା।୧୬ ନମ୍ବର ଜାତୀୟ ରାଜପଥ ବାରେଣି ପୋଲ ଠାରେ ବସ କୁ ଓଭର ଟେକ୍ କରୁଥିବା ଏକ ଟ୍ରକ TN-21-BP-5190 ବସ ର ପଛପଟୁ ଧକ୍କା ଦେଇଥିଲା।ଏହି ଧକ୍କାରେ ବସରେ ଥିବା ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଏ ନେଇ ସହଦେବଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ