କୋଣାର୍କ ଭୂବନେଶ୍ୱର ମୁଖ୍ୟ ରାସ୍ତା ରୋକ ପାଇଁ ସାମ୍ବାଦିକ ସମ୍ମିଳନୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସୂଚନା ଥାଉକି ଆଜକୁ ୪୦ ବର୍ଷ ହେବ ଗୋପ ବ୍ଲକ ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ର ଯନ୍ତନା ଗାଁର ବାଲିସାହିକୁ ରାସ୍ତା ନଥିବା ଯୋଗୁଁ ଗ୍ରାମର ପୁରୁଷ ଓ ମହିଳାମାନେ ଗୋପ ବିଡ଼ିଓ, ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ ପୁରୀ ଙ୍କ କାର୍ଯ୍ୟଳୟ ପାଖକୁ ଦୈଡିଦୈଡି ନିରାଶ ହୋଇ ଗତ ୩ ଅଗଷ୍ଟ ରେ ଗୋପ ବିଡ଼ିଓ ଅଫିସ ସମୁଖରେ ଧାରଣା ଦେଇଥିଲେ। ଗୋପ ବକ୍ଳ ଅଫିସ ଭିତରେ ଗୋପ ତହସିଲଦାର, ବିଡ଼ିଓ , କୋଣାର୍କ ଥାନା ଅଧିକାରୀ ସରପଞ୍ଚ ଓ ଜିଲ୍ଲାପରିଷଦ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୋପ ବିଡ଼ିଓ ଦିପ୍ତୀରାଣି ଦାସ ୫ ତାରିଖ ରାସ୍ତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସମାନେ ଧାରଣା ଭଙ୍ଗ କରିଥିଲେ । ପରେ ତାହାର କୈଣସି ସମାଧାନ ହୋଇପାରିଲା ନାହିଁ। ଯନ୍ତନା ଗାଁ ଭିତରେ ଗତ ୭ ତାରିଖରେ ଏକ ପୂର୍ଣ୍ଣବାର ବୈଠକ ହେବା ସମୟରେ ପୋଲିସ ପ୍ରଶାସନ ସମୁଖରେ ଯନ୍ତନା ଗାଁର ଲୋକେ ବାଲିସାହିର ଜଣଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ କୈଣସି ମତେ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇ ପାରିଲା ନାହିଁ । ଫଳରେ ଆସନ୍ତା ୧୫ ତାରିଖରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବନାଖଣ୍ଡି ସରପଞ୍ଚ ନିସ୍ପତି ନେଇ ଜିଲ୍ଲାପାଳ, ଗୋପ ବିଡ଼ିଓ ,ତହସିଲଦାର ଓ କୋଣାର୍କ ଥାନାକୁ ଲିଖିତ ଅଭିଯୋଗ କରିଛନ୍ତି । ଆସନ୍ତା ୧୫ ତାରିଖରେ କୋଣାର୍କ ଭୂବନେଶ୍ୱର ରାଜରାସ୍ତା କୁ ବନ୍ଦ କରିବେ ବୋଲି ବାଲିସାହି ଗ୍ରାମବାସୀ ଙ୍କ ସହ ସରପଂଚ ପ୍ରଜ୍ଞାପରମିତା ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ