ଏସ.ଏସ.ବି ଅଧ୍ୟାପିକା ଓ ଅଧ୍ୟାପକଙ୍କ କଳାବ୍ୟାଚ ପରିଧାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଗ୍ରେଡପେ ବୃଦ୍ଧି ଦାବିରେ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଏସ.ଏସ.ବି ଅଧ୍ୟାପିକା ଓ ଅଧ୍ୟାପକ କଳାବ୍ୟାଚ ପରିଧାନ କରି ଦାବି ଜଣାଇଛନ୍ତି । ସେମାନଙ୍କ ଅଭିଯୋଗ ଯେ ରାଜ୍ୟର ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ୱାରା ୨୦୧୬ ମସିହାରୁ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ନିଯୁକ୍ତି ଦେଇ ଆସିଛି । ମାତ୍ର ରାଜ୍ୟରେ ଅଧ୍ୟାପିକା ଅଧ୍ୟାପକ ମାନଙ୍କ ଯୋଗ୍ୟତା ଅନୁସାରେ ସ୍ନାତକ ଶ୍ରେଣୀପାଇଁ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କୁ ସେହି ଅନୁସାରେ ପ୍ରାପ୍ୟ ମିଳୁନାହିଁ । ମାତ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ୮ବର୍ଷ ଧରି ବିଭିନ୍ନ ସ୍ତରରେ ଗ୍ରେଡ ପେ ୪୬୦୦ରୁ ୫୪୦୦କୁ ବୃଦ୍ଧି ପାଇଁ ଦାବି ଜଣାଇ ଆସୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କୃପାଦୃଷ୍ଟି ପଡୁ ନାହିଁ । ରାଜ୍ୟରେ ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ମାନେ ତାଙ୍କର ମୌଳିକ ପ୍ରାପ୍ୟ ପାଇବା ସହିତ ଉଚିତ ସମ୍ମାନ ପାଇବେ ସେଥିନେଇ ଗତ ଗୁରୁଦିବସ ଠାରୁ କଳାବ୍ୟାଚ ପରିଧାନ କରି ଶିକ୍ଷାଦାନ କରିଆସୁଛନ୍ତି । ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଫଟୋଚିତ୍ର ପାଖରେ ଏସ.ଏସ.ବି ଅଧ୍ୟାପିକା ଓ ଅଧ୍ୟାପକ ମାନେ କଳାବ୍ୟାଚ ପିନ୍ଧି ଶାନ୍ତପୁର୍ଣ୍ଣ ପ୍ରତିବାଦ ଜଣାଇ ନ୍ୟାର୍ଯ୍ୟ ଦାବିପୁରଣ ପାଇଁ ସରକାରଙ୍କ ଠାରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ