ଅଭିଭାବକ ଓ ଛାତ୍ରୀଛାତ୍ର ମାନଙ୍କୁ ନେଇ ‘ଆମେ ଜାଣିଲେ ଆମେ ଜିଣିବା’ କାର୍ଯ୍ୟକ୍ରମ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବୁଧବାର ବିଦ୍ୟାଳୟ ର ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କୁ ନେଇ ଅଭିନବ କାର୍ଯ୍ୟକ୍ରମ ‘ ଆମେ ଜାଣିଲେ ଆମେ ଜିଣିବା ‘ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଯାହା ଦ୍ୱାରା ଛାତ୍ର ଛାତ୍ରୀ ଉପକୃତ ହେବେ ଏବଂ ବିଭିନ୍ନ ବିଭାଗ ବିଶେଷ କରି ଜଙ୍ଗଲ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସମନ୍ୱିତ ଶିଶୁ ବିକାଶ ଯୋଜନାର ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ସଂପର୍କ ରେ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଯାଇଥିଲା । ଯାହା ଦ୍ଵାରା ଛାତ୍ର ଛାତ୍ରୀ ମାନେ ଏ ଦିଗରେ ଜ୍ଞାନ ଆହରଣ କରିବା ସହ ଭବିଷ୍ୟତ ରେ ଉଚ୍ଚ ଶିକ୍ଷା ହେଉ କିମ୍ବା ବିଭିନ୍ନ କ୍ଷେତ୍ର ରେ ଏହାର ଉପଯୋଗୀତା କରିପାରିବେ । କାର୍ଯ୍ୟକ୍ରମ ରେ ଅତିଥି ଭାବେ ବିଡିଓ ଶରତ ପାତ୍ର, ମଙ୍ଗଳ ସମ୍ପ୍ରସାରଣ ଅଧିକାରି ଉର୍ମିଳା ପ୍ରଧାନ, ସିଡ଼ିପିଓ ମିନତୀ ପାଣିଗ୍ରାହୀ, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାବୁଲି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ୩୦୦ ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗ ଦେଇ ଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ