ଦ୍ଵିତୀୟ ଦିବସରେ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ଧାରଣା ଜାରି

ବୁଗୁଡ଼ା, (ଅନିଲ କୁମାର ମହାରଣା):ତିନି ଦଫା ଦାବି ପୂରଣ ପାଇଁ ନିଖିଳ ଉତ୍କଳ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ନିଷ୍ପତ୍ତି ପ୍ରକାରେ ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଦ୍ୱିତୀୟ ଦିନରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ଦିବସ ଧାରଣାରେ ସବୁ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ବିଇଓ କାର୍ଯାଳୟ ଅଧିନସ୍ଥ ୧୩୧ଟି ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ସେପ୍ଟେମ୍ବର ୧୪ ତାରିଖ ଠାରୁ ସାମୁହିକ ଛୁଟି ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଏହି ଧାରଣା କାର୍ଯ୍ଯକ୍ରମ ସେମାନଙ୍କ ଦାବି ପୂରଣ ହେବା ଯାଏ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କର୍ମକର୍ତ୍ତା ବୃନ୍ଦ ପ୍ରକାଶ କରିଛନ୍ତି। ଏଣେ ପିଲାଙ୍କ ପାଠପଢାକୁ ନେଇ ଅଭିଭାବକଙ୍କୁ ଚିନ୍ତା ଘାରିଛି । ଅନ୍ୟପକ୍ଷରେ ଦାବିକୁ ନେଇ ସରକାର ଓ ଶିକ୍ଷକ ସଂଘ ମୁହାଁମୁହିଁ ହୋଇଥିବା ଯୋଗୁଁ ପିଲାଙ୍କ ପାଠପଢାରେ ସମସ୍ଯା ସୃଷ୍ଟି ହୋଇଛି। ତୁରନ୍ତ ସରକାର ଆନ୍ଦୋଳନ କରୁଥିବା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏହି ସମସ୍ୟାର ଖୁବଶୀଘ୍ର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ବୋଲି ବିଇଓ ଚିନ୍ମୟ ମହାପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ