ବିକଶିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର କୁ ଉଦଘାଟନ କଲେ ମନ୍ତ୍ରୀ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଅଙ୍ଗନବାଡି ଶିଶୁ ମାନଙ୍କୁ ମୌଳିକ ସେବା ଯୋଗାଇଦେବା ଦେବାପାଇଁ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତାଳପଦା ଗ୍ରାମରେ ପ୍ରଥମେ ଆରମ୍ଭ ହୋଇଥିବା ବିକଶିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର କୁ ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଶୁକ୍ରବାର ଦିନ ଉଦଘାଟନ କରିଛନ୍ତି।ଏହି ଅବସର ରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ର ବରିଷ୍ଠ ପରିଚାଳକ ରାଜ କୋମଲ ଶର୍ମା,ଠାକୁରମୁଣ୍ଡା ସିଡିପିଓ ପ୍ରେମାଲତା ସେଠୀ, ସୁପରଭାଈଜର ଗୀତ ରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଉଦ୍ଘାଟିତ ହୋଈ ଥିବା ଏହି ବିକଶିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ମାନଙ୍କ ବସିବା ବ୍ୟବସ୍ଥା,ଅଧ୍ୟୟନ ଟେବୁଲ,ଶିଖିବା ପାଇଁ ଟିଭି,ଫ୍ଲାସ ସିଷ୍ଟମ ବହି,ନିମ୍ନ ଉଚ୍ଚତା ରେ ହାତ ଧୋଇବା ବେସିନ,ବିଜୁଳି ପାଇଁ ସୋଲାର ବ୍ୟବସ୍ଥା ଉପଲବ୍ଧ ହୋଇଛି।କେନ୍ଦ୍ର ର ଶିଶୁ ମାନଙ୍କ ପାଇଁ ଗରମ ରନ୍ଧା ପୃଷ୍ଟିକର ଖାଦ୍ୟ ଦିଆଯାଉଛି।ପିଲା ମାନଙ୍କ ଜୀବନ ଶୈଳୀ ରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ଅମେରିକାନ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ପରିଚାଳକ ରାଜକୋମଲ ଶର୍ମା କହିଛନ୍ତି।ଅମେରିକାନ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ଓ ମହିଳା ଶିଶୁ ବିକାଶ ବିଭାଗ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୱାରଙ୍ଗ ଚୀତି ଲିପି ରେ ନୂଆଅରୁଣିମା ବହି ଛାପିବା ପ୍ରସଙ୍ଗ ରେ ସାମ୍ବାଦିକ ଙ୍କ ପ୍ରଶ୍ନ ରେ କହିଥିଲେ ଅଷ୍ଟମ ଅନୁଛେଦ ରେ ସାମିଲ ହେଇଥିବା ଲିପି ରେ ହିଁ ନୂଆଅରୁଣିମା ବହି ଛପା ହେଇଥିବା କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ