ସରପଞ୍ଚଙ୍କ କ୍ଷମତା ଅଣଦେଖା ବିରୋଧରେ ସାନଖେମୁଣ୍ଡି ସରପଂଚ ସଂଘର ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ତ୍ରି ସ୍ଥାରୀୟ ପଂଚାୟତରାଜ ବ୍ୟବସ୍ଥାରେ ଗ୍ରାମାଞ୍ଚଳର ବିକାଶ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଞ୍ଚାୟତକୁ ଗୁରୁତ୍ବ ଦେଉଛନ୍ତି । ଗ୍ରାମାଞ୍ଚଳର ବିକାଶଧାରାକୁ ସଫଳ କରାଇବାରେ ସରକାର ଆନୁଷଙ୍ଗିକ ଯୋଜନା ପ୍ରଣୟନ କରି ପଞ୍ଚାୟତ ମାଧ୍ୟମରେ ସଫଳ କାର୍ଯ୍ୟନିର୍ବାହ କରିଥାନ୍ତି । ସ୍ଥଳ ବିଶେଷରେ ଜରୁରୀକାଳୀନ ବିପର୍ଯ୍ୟୟ ସମୟରେ ସରପଞ୍ଚଙ୍କ ଠାରେ ଅଖଣ୍ଡ କ୍ଷମତା ରଖି କାର୍ଯ୍ୟ ହାସଲ କରିଥିବା ଦେଖାଯାଇଛ କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରଣ ପ୍ରକାରେ ପ୍ରଚଳିତ ନୂତନ ଯୋଜନା ନବୀନ ଓଡ଼ିଶାରେ ବିନିଯୋଗ କରାଯାଉଥିବା ପାଣ୍ଠି ନିୟନ୍ତ୍ରଣରେ ସରପଞ୍ଚଙ୍କ କ୍ଷମତା ସଙ୍କୁଚିତ କରାଯାଇଥିବା ନେ଼ଇ ଅଭିଯୋଗ ହେଉଥିବା ଲକ୍ଷ୍ୟ କରାଯାଇଛି । ବିନା ପଲ୍ଲୀସଭା , ଗ୍ରାମସଭାରେ କରାଯାଉଥିବା ଏହି ଯୋଜନାରେ ସରପଂଚ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଜରିଆରେ ସମ୍ପାଦିତ ହେଉଛି ଯାହାକି ପଞ୍ଚାୟତ ପ୍ରତି ସେମାନଙ୍କ ଉତ୍ତର ଦାୟିତ୍ୱବୋଧ ନଷ୍ଟ ହେଉଥିବା ସ୍ପଷ୍ଟ ବାରି ହେଉଛି। ଜନପ୍ରତିନିଧି ଙ୍କୁ ଅଣଦେଖା କରି କ୍ଷମତା ସଙ୍କୁଚିତ କରାଯାଇ ପ୍ରଶାସନିକ ଅଧିକାରୀ ଙ୍କୁ ପୁରା କ୍ଷମତା ଦିଆଯାଉଥିବା ଜଣାପଡିଛି । ଏହାକୁ ବିରୋଧ କରି ରାଜ୍ୟ ସରପଂଚ ସଂଘ ଏବେ ରାଜରାସ୍ତାକୁ ଓହ୍ଲାଇଛି ।ବ୍ଲକ୍ ସ୍ତରରେ ସରପଂଚ ସଂଘ ମାଧ୍ୟମରେ ନାର୍ଯ୍ୟଦାବିକୁ ସରକାରଙ୍କ ଠାରେ ଉପସ୍ଥାପନା କରାଯାଉଛି। ଏହି ଅବସରରେ ସାନଖେମୁଣ୍ଡି ବ୍ଲକ୍ ସରପଂଚ ସଂଘ ପକ୍ଷରୁ ସଭାପତି ଶ୍ରୀ ଧୋବା ସ୍ବାଇଁଙ୍କ ନେତୃତ୍ବରେ ଆଜି ଅପରାହ୍ନରେ ବହୁ ସରପଂଚ ମିଳିତ ଭାବେ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କୁ ସାକ୍ଷାତ କରି ଏନେଇ ଆଲୋଚନା କରିବା ସହ ସଂଘ ପକ୍ଷରୁ ୧୫ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିବା ସହ ଏହାର ଅବିକଳ ନକଲ ଜିଲ୍ଲାପାଳ ଗଞ୍ଜାମ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଦ୍ଧେଶ୍ୟରେ ପ୍ରେରଣା କରିଥିବା ଜଣାପଡ଼ିଛି। ସଙ୍ଘ କାର୍ଯ୍ୟକ୍ରମରେ ସରପଂଚ ସନ୍ତୋଷ କୁମାର ବିଷୋୟୀ , ସୀମାଞ୍ଚଳ ଗୌଡ , ମଙ୍ଗଳା ଗମାଙ୍ଗ , ରୋହିତ ଖୁଣ୍ଟିଆ , ସୁଶାନ୍ତ ସେଠି , ପ୍ରତିନିଧି ପିଣ୍ଟୁ ସେଠି , ରାକେଶ ପାତ୍ର , ଜାଗିଲି ସେଠି , ଅର୍ଣ୍ଣବ ନାହାକ ଆଳୟ ଦାସ ପ୍ରମୁଖ ସରପଂଚ ସମୂହ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ