ପାଟପୁର ପୋଲିସ ପକ୍ଷରୁ ଗଞ୍ଜେଇ ଜବତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲା ପାଟପୁର ପୋଲିସ ପକ୍ଷରୁ ଶୁକ୍ରବାର ସକାଳେ ୨ ଟି ବାଇକ ସହ ୨୧ କେଜି ୬୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ୩ ଜଣ ନାବାଳକ ଙ୍କୁ ଛତ୍ରପୁର ଜୁଭେନାଇଲ ଜଷ୍ଟିସ ବୋର୍ଡ(ଜେ ଜେ ବି) ରେ ହାଜର କରାଯିବା ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥିତ ବାଳସୁଧାର ଗୃହ କୁ ପଠାଇ ଦିଆଯାଇଛି। ପାଟପୁର ଏସ ଆଇ ମିଲନ ପ୍ରଧାନ ସଦଳବଳେ ଶୁକ୍ରବାର ସକାଳେ ୩୨୬ ନଂ ଜାତୀୟ ରାଜପଥ ତପ୍ତପାଣି – ପୋଡ଼ାମାରି ଗ୍ରାମ ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ୨ ଟି ବାଇକ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ। ବତାଗଡ଼ ଗ୍ରାମ ଛକ ରେ ପୋଲିସ ଟିମ୍ ନାକାବନ୍ଦୀ କରିବା ସହ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ବାଇକ କୁ ଅଟକାଇ ଖାନ ତଲାସ କରିଥିଲେ। ଗଜପତି ଜିଲା ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଦୃତଗତି ରେ ଆସୁଥିବା ୟାମହା ବାଇକ ନଂ.(ଓ ଡି ୦୭- ଏ ପି – ୮୯୫୦) ଏବଂ କେ ଟି ଏମ ଡ୍ୟୁକ୍ ବାଇକ ନଂ.(ଓ ଡି ୦୭- ଏ ଏନ୍ -୩୪୨୪) କୁ ଅଟକାଇ ଖାନ ତଲାସ କରିବାରୁ ୩ ଟି ଏୟାର ବ୍ୟାଗ ରେ ଗଞ୍ଜେଇ ଥିବା ଜଣାପଡିଥିଲା। ପୋଲିସ ଉଭୟ ବାଇକ ଓ ଗଞ୍ଜେଇ ଭର୍ତ୍ତି ୩ ଟି ବ୍ୟାଗ କୁ ଜବତ କରିବା ସହ ଅଭିଯୁକ୍ତ ୩ ନାବାଳକ ଙ୍କୁ ଥାନା କୁ ନେଇ ପଚରା ଉଚୁରା କରିବା ପରେ ସେମାନେ ଗଞ୍ଜେଇ ବିକ୍ରି କରିବା ଉଦ୍ଦେଶ୍ୟ ରେ ଚୋରା ଚାଲାଣ କରୁଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ