ଦକ୍ଷିଣ ଭାରତରେ ଓଡ଼ିଆଙ୍କ ଅବସ୍ଥା ଦୟନୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦକ୍ଷିଣ ଭାରତ ସମଗ୍ର ଭାରତବର୍ଷରେ ଏକ ଉନ୍ନତ ଅଞ୍ଚଳ । ସମଗ୍ର ଦୃଷ୍ଟିରୁ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କୁ ସମସ୍ତ କ୍ଷେତ୍ରରେ ସୁଯୋଗ ଦେଇ ଓଡ଼ିଶାର ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଦକ୍ଷିଣ ଭାରତ ସର୍ବାଗ୍ରେ ରହିଛି । କିନ୍ତୁ ଗତ କିଛିଦିନ ଧରି ଭୁବନେଶ୍ୱର ମାନ୍ୟବର ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ବିଭିନ୍ନ ସଭାସମିତି ମାନଙ୍କରେ ଦକ୍ଷିଣ ଭାରତୀୟ ଲୋକମାନଙ୍କୁ ଅପମର୍ଯ୍ୟାଦା କରୁଛନ୍ତି । ଯେପରିକି ଦକ୍ଷିଣ ଭାରତର ଚାଷୀମାନେ ବରଗଡ଼, କଳାହାଣ୍ଡି, ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳରେ ଶସ୍ତାରେ ଜମି କିଣୁଛନ୍ତି । ସତେ ଯେମିତି ଦକ୍ଷିଣ ଭାରତରେ ଜମି କିଣିବାକୁ ଅପରାଜିତାଙ୍କୁ କିଏ ମନା କରିଛି । ଶସ୍ତା କିମ୍ବା ମହଙ୍ଗା କହିବାକୁ ମ୍ୟାଡ଼ମ କିଏ? ଯଦି ତାଙ୍କର ଓଡ଼ିଆ ଲୋକଙ୍କ ପ୍ରତି ଏତେ ଦରଦ, ତେବେ ଜମି କିଣାବିକା ବେଳେ ଜମିର ମୂଲ୍ୟାଙ୍କନ ନିଜେ କଲେନି କାହିଁକି । ଦ୍ୱିତୀୟରେ ଦକ୍ଷିଣ ଭାରତର କଣ୍ଟ୍ରାକ୍ଟରମାନେ ସମସ୍ତ କାମ ପାଉଛନ୍ତି ଓପନ ଇ ଟେଣ୍ଡର ପ୍ରୋସେସ୍‌ରେ ହାଇୟର ବାଇଡ଼ର ମାନଙ୍କୁ ହିଁ କାମ ଦିଆଯାଏ । ମୋର କିଛି ଗୁଜୁରାଟ ଏବଂ ରାଜସ୍ଥାନୀ ବନ୍ଧୁମାନେ ମଧ୍ୟ କୋଟି କୋଟି ଟଙ୍କାର କାମ ଓଡ଼ିଶାରେ କରୁଛନ୍ତି । ଦକ୍ଷିଣ ଭାରତର ଅଫିସରମାନେ ଓଡ଼ିଶାରେ ରାଜ୍ କରୁଛନ୍ତି । ଓଡ଼ିଶାର ଅନେକ ଅଫିସରମାନେ ଦକ୍ଷିଣ ଭାରତର ବହୁତ ବଡ଼ ବଡ଼ ପଦବୀରେ ଅବସ୍ଥାପିତ ଅଛନ୍ତି । ମ୍ୟାଡ଼ମଙ୍କର ଏହି ଅଭିସନ୍ଧିମୂଳକ ବକ୍ତବ୍ୟ ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଆଜି ଦକ୍ଷିଣ ଭାରତରେ ନିଷ୍ପେସିତ ହେବାକୁ ବସିଲେଣି । ସେମାନଙ୍କର ପେଟପାଟଣା ହରାଇବାକୁ ବସିଲେଣି । ଅପରାଜିତା ମ୍ୟାଡ଼ମଙ୍କର ଏହି ଓଡ଼ିଶା ଅର୍ଥନୀତି ବିରୋଧୀ ଭାଷଣ ପାଇଁ ଦରକାର ହେଲେ ଆମେ ଅଦାଲତଙ୍କ ଦ୍ୱାରସ୍ଥ ହେବୁ ବୋଲି ସାମାଜିକ କର୍ମୀ ଅମ୍ବୁଜ କୁମାର ରାଉତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ