ବିଜେପି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସମଗ୍ର ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି।ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶରେ ପ୍ରତି ବ୍ଲକରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହି ଆହ୍ୱାନରେ ସାମିଲ ହୋଇ ଆଜି ନିମାପଡା ନଗର ମଣ୍ଡଳ ସଭାପତି ନିରଂଜନ ନାୟକଙ୍କ ନେତୃତ୍ୱରେ ମହାବୀର କଲୋନୀର ମା ମଙ୍ଗଳାଙ୍କ ମନ୍ଦିରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ପୁର୍ଣ୍ଣେଶ୍ୱରୀ ମନ୍ଦିର ନିକଟରେରେ ଶେଷ ହୋଇଥିଲା।ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ(ରିଙ୍କୁ) ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡା,ଦିଲ୍ଲୀପ କୁମାର ପାତ୍ର, ମିନଲତା ମହାନ୍ତି,ଝିଲ୍ଲୀ ଲତା ଦାସ, ରଶ୍ମିତା ପାତ୍ର,ତୁଷାର ସ୍ଵାଇଁ, ରାକେଶ ସେନାପତି,ଜାନକୀ ନାଥ ଜେନା,ଦିଲ୍ଲୀପ ପରିଡା,କୃଷ୍ଣ ଚନ୍ଦ୍ର ସ୍ଵାଇଁ,ଜଚିନ୍ଦ୍ର ସ୍ବାଇଁ, ରାଜକିଶୋର ନାୟକ,ଭକ୍ତ ବନ୍ଧୁ ବିଶ୍ୱାଳ,ପ୍ରଣୟିନୀ ମିଶ୍ର,ମିତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।ଏକ ମହିଳା ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ଅମୃତ କଳସ ନଗର ପରିକ୍ରମା କରିଥିଲା।ମାଟି ସଂଗ୍ରହ ସହ ବୀର ସହିଦଙ୍କୁ ନମନ କରି ପଞ୍ଚ ପ୍ରାଣର ଦେଶକୁ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ