କବିତା ଆସର

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ଅବସର ପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଆଇନଜୀବୀ ତଥା ସଭାପତି ପ୍ରଶାନ୍ତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ସୃଜନ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୋମନାଥ ସାହୁ, ନିରଞ୍ଜନ ତ୍ରିପାଠୀ, ଶୈଳବାଳା ପାଣିଗ୍ରାହୀ, ନୀଳକଣ୍ଠେଶ୍ଵର ଦାସ, ବଳରାମ ପଲାଇ , ସନ୍ତୋଷ କୁମାର ଦାସ, ଟଙ୍କଧର ଛଟାଇ, ଦୁର୍ଗା ଚରଣ ପଲାଇ, ଶିଶୁ କବି ପ୍ରବୀଣ କୁମାର ପଲାଇ ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ l କବିତା ଆସର ଓ ଆଲୋଚନା ଚକ୍ର ଦ୍ୱାରା ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ସଭାପତି ଗୁରୁତ୍ୱ ଆରୋପ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ