ଅବକାରୀ ବିଭାଗ ନିଷ୍କ୍ରିୟ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାର ରେ ଥିବା ଦୁଇଟି ଦୋକାନରୁ ପୋଲିସ ଚଢ଼ାଉ କରି ରବିବାର ବିପୁଳ ପରିମାଣର ଚୋରା ବିଦେଶୀ ମଦକୁ ଜବତ କରିଛି।ଘଟଣାରେ ସଂପୃକ୍ତ ୨ ଜଣ ଦୋକାନୀ କୁ ଠାକୁରମୁଣ୍ଡା ଥାନା ପୋଲିସ ଗିରଫ କରିଛି।ଗିରଫ ଚୋରାମଦ ବେପାରୀ ମାନେ ହେଲେ ରଞ୍ଜୁ ସାହୁ ଓ ଟୁଟୁ ବାରିକ ବୋଲି ଜଣା ପଡ଼ିଛି।ଠାକୁରମୁଣ୍ଡା ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିଛି।ମିଳିଥିବା ସୂଚନା ଅନୁଯାୟୀ ଚୋରାରେ ବିଦେଶୀ ମଦ ରଖି ଦୋକାନରେ ବିକ୍ରି କରୁଥିବା ନେଇ କୌଣସି ସୂତ୍ର ରୁ ଖବର ପାଇ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଓ ଠାକୁରମୁଣ୍ଡା ପୋଲିସ କର୍ମଚାରୀ ମାନେ ଠାକୁରମୁଣ୍ଡା ବଜାର ର ଆନନ୍ଦପୁର ରାସ୍ତା ରେ ଥିବା ଶାନ୍ତି ହୋଟେଲ ଓ ସ୍କୁଲ ରାସ୍ତାରେ ଥିବା ଏକ ଅଣ୍ଡା ଦୋକାନ ଉପରେ ଚଢ଼ାଉ କରିଥିଲେ । ଏହି ଦୁଇଟି ଦୋକାନ ଭିତରେ ରେ ଚଢ଼ାଉ କରି ୧୦୭ ଲିଟର ୮୦୫ ମିଲିଲିଟର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ବୋତଲ କୁ ଜବତ କରିଥିଲେ।ଠାକୁରମୁଣ୍ଡା ବଜାର ରେ ଖୋଲା ଖୋଲି ଚୋରାରେ ବିଦେଶୀ ଓ ଦେଶୀ ମଦ ବିକ୍ରୀ ହେଉଥିଲେ ମଧ୍ୟ ନ ଜାଣିବା ପରି ଠାକୁରମୁଣ୍ଡା ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ଜାଣିପାରୁ ନାହାନ୍ତି ନା ଚୋରା ମଦ ବେପାରୀ ଓ ଅବକାରୀ ଓ ପୋଲିସ ମଧ୍ୟରେ କିଛି ଭିତିରି ମାସିକିଆ ସମ୍ପର୍କ ରହିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ