ଯୁବତୀ ଓ ସଧବା ମହିଳା କଲେ ବାଲିତୃତୀୟା ଓଷା

ନିମାପଡା, (ସନ୍ତୋଷ ଦାଶ):ଆମ ଓଡ଼ିଆ ଘରେ ବାର ମାସ ରେ ପାଳିତ ହୋଇଥାଏ ତେର ଓଷା, ବ୍ରତ, ପର୍ବ l ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି l ପାରମ୍ପରିକ ପ୍ରଥାନୁସାରେ ଗାଁ ଗାଁ ରେ ଯୁବତୀ ଓ ସଧବା ମହିଳା ମାନେ ପାଳନ କରିଛନ୍ତି ବାଲିତୃତୀୟା ଓଷା l ପ୍ରାତଃ ରୁ ଉଠି ଗାଁ ନିକଟସ୍ଥ ପୋଖରୀ ଅବା ନଦୀ କୁ ଯାଇ ଶୁଦ୍ଧ ସ୍ନାନ କରି ପୋଖରୀ / ନଦୀ କୂଳରେ ବାଲି ରେ ନିର୍ମାଣ କରିଛନ୍ତି ଶିବ ଲିଙ୍ଗ l ସେହି ଲିଙ୍ଗକୁ ଫୁଲ ଦେଇ ତାଙ୍କ ନିକଟରେ ଫଳ ମୂଳ ଭୋଗ ଲାଗି କରିଥିଲେ l ସମସ୍ତେ ଏକତ୍ରଭାବେ ହୁଳହୁଳି ପକାଇ ବାଲି ଲିଙ୍ଗ କୁ ଦୀପ ରେ ବନ୍ଦାପନା କରି ଘରକୁ ଆସି ଥିଲେ l ଘର ଚଉରା ମୂଳେ ସପ୍ତରଙ୍ଗ ମୁରୁଜ ରେ ଶିବ ପାର୍ବତୀ ଙ୍କ ଛବି ଆଙ୍କି ତାଙ୍କୁ ଫୁଲ, ବେଲପତ୍ର ଦେଇ ତାଙ୍କ ନିକଟରେ ଫଳ ମୂଳ ଭୋଗ ଲାଗି କରିବାସହିତ ଶ୍ରଦ୍ଧା ର ସହିତ ବାଲିତୃତୀୟା ଓଷା ବ୍ରତ ବହି ପାଠ କରିଥିଲେ l ପୂଜା ଲାଗି ହୋଇଥିବା ବେଲପତ୍ର ଓ ଫଳମୂଳ ଭୋଗଖାଇ ଦିନ ଓ ରାତି ଓପାସ ରହିଥିଲେ l କଥିତ ଅଛି ମା ପାର୍ବତୀ ପ୍ରଥମେ ପ୍ରଭୁ ଶଙ୍କର / ଶିବ ଙ୍କୁ ସ୍ୱାମୀ ରୂପେ ପାଇବାପାଇଁ ଏହି ବାଲିତୃତୀୟା ଓଷା / ବ୍ରତ କରିଥିଲେ l ସଧବା ମହିଳା ମାନେ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା କରି ଏହି ଓଷା କରୁଥିବାବେଳେ ଯୁବତୀ ମାନେ ସୁନ୍ଦର ରୂପବlନ ସ୍ୱାମୀ ଟିଏ ପାଇବାପାଇଁ ଏହି ଓଷା ପାଳନ କରିଥାନ୍ତି ବୋଲି କହିଛନ୍ତି ପଣ୍ଡିତ ଅନ୍ତର୍ଯ୍ୟାମୀ କର l ଓଷା ପରଦିନ ପୋଖରୀ /ନଦୀ କୂଳରେ ନିର୍ମାଣ କରିଥିବା ବାଲି ର ଲିଙ୍ଗ କୁ ପାଣି ରେ ବିସର୍ଜନ କରି ଯୁବତୀ ଓ ବିବାହିତା ମହିଳା ମାନେ ବାଲିତୃତୀୟା ଓଷା /ବ୍ରତ କୁ ସମାପନ କରିବା ବିଧି ରହିଛି l ବାଲିତୃତୀୟା ଓଷା ପାଇଁ ସବୁ ଗାଁ ଉତ୍ସବ ମୁଖର ହୋଇ ଉଠିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ