ପାଲା ଓ କବିତା ମାଧ୍ୟମରେ ସରକାରଙ୍କୁ ଦାବି ଜଣାଇଲେ ଆନ୍ଦୋଳନ ରତ ଶିକ୍ଷକ

ହାଟଡିହିି, (ବିକାଶ ବିଶ୍ୱାଳ):ଶିକ୍ଷକ ଶିକ୍ଷୟତ୍ରୀ ମାନେ ୩ଦଫା ଦାବିନେଇ ଚଳାଇଥିବା ଆନ୍ଦୋଳନ ଆଜି ଦଶମ ଦିନରେ ପହଞ୍ଚିଛି । ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁଁ ସମଗ୍ର ବ୍ଲକରେ ଶିକ୍ଷାଦାନ ବିପର୍ଯ୍ୟସ୍ଥ ହୋଇପଡିଛି । ତଥାପି ସରକାରଙ୍କ ନିଦ ଭାଙ୍ଗୁନି । ସରକାରଙ୍କ ଏପରି ଖାମଖିଆଲି ମନୋଭାବକୁ ନେଇ ଶିକ୍ଷକ ସଂଘ କର୍ମକତ୍ତାମାନେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ଦେଖା ଦେଲାଣି । ଆଜି ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାରିଶହରୁ ଉର୍ଦ୍ଧ ଶିକ୍ଷକ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଧାରଣାରେ ବସିଥିବାବେଳେ ଶିକ୍ଷୟତ୍ରୀ ଉମାମଣୀ ପାଢ଼ୀ ପାଲା ମାଧ୍ୟମରେ ଶିକ୍ଷକ ସଂଘର ଦାବି ଗୁଡିକୁ ପରିବେଷଣ କରିଥିଲେ । ବିଶେଷକରି ନବୀନ ପଟ୍ଟନାୟକ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦଗା ଦେଇଛନ୍ତି ଓ ଦାବି ପୁରଣ ନହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସେ ପାଲା ମାଧ୍ୟମରେ ଦାବି ଗୁଡିକ ଉପସ୍ଥାପିତ କରିଥିଲେ । ସେହିପରି ସ୍ୱରଚିତ କବିତା ମାଧ୍ୟମରେ ଶିକ୍ଷକ ରବିକାନ୍ତ ତରେଇ, ବନ୍ଦନା ରାଉତ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଦାବି ଗୁଡିକ ଉପସ୍ଥାପିତ କରିଥିଲେ । ଆଜିର ଏହି ଧାରଣାରେ ବ୍ଲକ ସଭାପତି ଶ୍ରୀକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଦୀପ କୁମାର ନାୟକ, ବିବେକାନନ୍ଦ ବେହେରା, ଦେବାଶିଷ ବାରିକ, ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଫୁଲ କୁମାର ସାହୁ, ଅନିରୁଦ୍ଧ ବିଶ୍ୱାଳ, ସୂର୍ଯ୍ୟ ପ୍ରକାଶ ସେଠୀ, ସୁଶାନ୍ତ କୁମାର ଯେନା, ଅଞ୍ଜନ କୁମାର ଦାସ, ପ୍ରଫୁଲ କୁମାର ମଣ୍ଡଳ, ରାଜକିଶୋର ସ୍ୱାଇଁ, ଜିତେନ୍ଦ୍ର ବେହେରା, କେଶବ ଚନ୍ଦ୍ର କର, ଅର୍ପିତା ମିଶ୍ର, ରବିନାରାୟଣ ପଲେଇ, ନଳିନୀକାନ୍ତ ମହାନ୍ତି, କ୍ଷେତ୍ରବାସୀ ମିଶ୍ର, ଗଣେଶ ପ୍ରସାଦ କୁଅଁର, ଭକ୍ତ ଚରଣ ଜେନା, ପ୍ରସନ୍ନ ମହାନ୍ତି, ପ୍ରଭାକର ବେହେରା, ପଙ୍କଜ କୁମାର ରାଉତଙ୍କ ସମେତ ଚାରିଶହରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଧାରଣାରେ ବସି ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ