ଦୃଷ୍ଟିଶକ୍ତି ପରୀକ୍ଷା ଶିବିର ସୁନେତ୍ର କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଦୃଷ୍ଟିଶକ୍ତି ପରୀକ୍ଷା କରିବା ପାଇଁ “ସୁନେତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ବୁଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟ “ସୁନେତ୍ର” କାର୍ଯ୍ୟକ୍ରମ ନଭେମ୍ବର ୯ ତାରିଖ ଦିନ ବୁଗୁଡ଼ା ବାଗଦେବୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ଉଦଘାଟନ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ସୁନେତ୍ର କାର୍ଯ୍ୟକ୍ରମ ଖରିଡା ୟୁ.ପି.ସ୍କୁଲରେ ନଭେମ୍ବର ୧୦ ତାରିଖ ଦିନ, ତୃତୀୟ ପର୍ଯ୍ୟାୟ ସୁନେତ୍ର କାର୍ଯ୍ୟକ୍ରମ ତାଳସାକର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନଭେମ୍ବର ୧୫ ତାରିଖ ଦିନ ଓ ଚତୁର୍ଥ ପର୍ଯ୍ୟାୟ ସୁନେତ୍ର କାର୍ଯ୍ୟକ୍ରମ ବି.କରଡାବାଡି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠରେ ନଭେମ୍ବର ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ବୁଗୁଡା ବ୍ଲକ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ସୋନାଲିନ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “ସୁନେତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବି.ଆର.ସି.ସି. ସୀମାଞ୍ଚଳ ସେଠୀ ଏବଂ ଏବିଇଓ ଅମିତ କୁମାରୀ ପାଢ଼ୀ, ତପସ୍ୱିନୀ ସାହୁ ଓ ଅବନୀ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବ୍ରହ୍ମପୁର ଏମ.କେ.ସି.ଜି. ମେଡ଼ିକାଲ କଲେଜ ଓ ହସପିଟାଲର ଡାକ୍ତର ସିଲା ସୀତାରାମ ଏବଂ ତାଙ୍କ ସହଯୋଗୀ ରମେଶ ଚନ୍ଦ୍ର ଦଳାଇ, ଶୁଭଶ୍ରୀ ପାଳ, ପ୍ରଦୀପ କୁମାର ବେହେରା, ଓ ନାଗେଶ୍ବର ଆଚାରୀ ବୁଗୁଡା ବ୍ଳକର ମୋଟ ୧୨୧୯ ଜଣ ଛାତ୍ରଛାତ୍ରୀଙ୍କ ଦୃଷ୍ଟିଶକ୍ତି ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୩୪୩ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୧୪ ଜଣଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଥିଲା। ପ୍ରତ୍ୟେକ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଓ ଅନ୍ତଃନିବେସି ସ୍ୱେଚ୍ଛାସେବୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ