ଚିନ୍ମୟ ମିଶନ୍ ବାଲେଶ୍ୱର ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା) : ଚିନ୍ମୟ ମିଶନ ବାଲେଶ୍ୱର ଶାଖା ତରଫରୁ ଫକୀରମୋହନ କଲେଜ ପରିସରରେ ଗୀତା ଆବୃତ୍ତି ପ୍ରତିଯୋଗିତା କରାଯାଇଥିଲା । ପ୍ରଥମଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୨ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ଜାଳି ଉଦ୍‌ଘାଟନ କରିଥିଲେ । ବାଲେଶ୍ୱର ଚିନ୍ମୟ ମିଶନର ସଭାପତି ଡ. କ୍ଷୀତିଶ୍ୱର ଦାଶ ଏଥିରେ ସଭାପତିତ୍ୱ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲାବେଳେ ସମ୍ପାଦକ ଦିବାକର ମହାପାତ୍ର ମିଶନର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ସମ୍ମାନନୀୟ ଅତିଥିଭାବେ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ଓ ସହକାରୀ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ରାଉତ ଉପସ୍ଥିତ ରହି ତାଙ୍କ ବକ୍ତବ୍ୟରେ ଚିନ୍ମୟ ମିଶନର ଆଚାର୍ଯ୍ୟ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିବା ସହିତ ଏହା କରିବା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ୱ ବିକାଶ ସହିତ ସାତ୍ତ୍ୱିକ ଭାବ ବୃଦ୍ଧି ହୁଏ ବୋଲି କହିଥିଲେ । ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ, ଡକ୍ଟର ବେଣୁମାଧବ ଶତପଥୀ, ଡକ୍ଟର ଗଣେଶ ଚନ୍ଦ୍ର ପରିଡ଼ା, ନିର୍ମଳ ଚନ୍ଦ୍ର ପଣ୍ଡା, ଅଧ୍ୟାପିକା ବନ୍ଦନା ସ୍ୱାଇଁ, ଜ୍ୟୋତ୍ସ୍ନା ସାମଲ ବିଚାରକ ମଣ୍ଡଳୀ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ । ହରିଶ୍ଚନ୍ଦ୍ର ସାହୁ, ରଜନୀକାନ୍ତ ବେହେରା, ସୁବ୍ରତ କର, ଅନିରୁଦ୍ଧ ବେହେରା, ସରୋଜ ସାମଲ, ପ୍ରଦୀପ କୁମାର ସେଠୀ, ଜୟଦେବ ସେଠୀ, ଗୌତମ ସେଠୀ ଉପସ୍ଥିତ ରହି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଉପସଭାପତି ଅକ୍ଷୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ