ରାଜ୍ୟସ୍ତରୀୟ ୧୭ବର୍ଷରୁ କମ ବାଳିକା ବିଭାଗ କ୍ରିକେଟ ଖେଳିବା ପାଇଁ ହାଟଡ଼ିହି ର ୧୫ଜଣିଆ ଦଳ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ସମ୍ବଲପୁରର ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୨ରୁ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ୧୭ବର୍ଷରୁ କମ ବାଳିକା ବିଭାଗ କ୍ରିକେଟ ଖେଳିବା ପାଇଁ ହାଟଡ଼ିହି ବ୍ଲକର ୧୫ଜଣିଆ ଦଳ ଆଜି ସମ୍ବଲପୁର ଯାତ୍ରା କରିଛନ୍ତି। ଏଥିରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ର ୧୩ଜଣ, ବଞ୍ଚୋ ବରାହି ହାଇସ୍କୁଲ ର ଜଣେ, ଗଡ଼ଚଣ୍ଡୀ ହାଇସ୍କୁଲରୁ ଜଣେ ଏପରି ୧୫ଜଣ ଛାତ୍ରୀ ମନୋନୀତ ହୋଇ ବୁର୍ଲା ଗ୍ରସ୍ଥ କରିଛନ୍ତି। ଏହି ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଗୌରପ୍ରଭା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଜଗବନ୍ଧୁ ସାହୁ, ହାତଡ଼ିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ରାଜ୍ୟ ଯୁଗ୍ମ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ହାତଡ଼ିହି ପିଇଟି ସଂଘର ସଭାପତି ସୁବାସ ଚନ୍ଦ୍ର ଜେନା, ଓଷ୍ଟାର ହାଟଡ଼ିହି ବ୍ଲକ ସଭାପତି ନବଘନ ନାୟକ, ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ର ପ୍ରଧାନଶିକ୍ଷକ ନବ କିଶୋର ବିଶ୍ୱାଳ, ବଞ୍ଚୋ ବରାହୀ ହାଇସ୍କୁଲ ର ପ୍ରଧାନଶିକ୍ଷୟତ୍ରୀ ଆଲାମଣୀ ସେଠୀ, ଗଡ଼ଚଣ୍ଡୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନୀ, ଆନନ୍ଦପୁର ପ୍ରେସ କ୍ଲବର ଉପ ସଭାପତି କିଶୋର ଆଚାର୍ଯ୍ୟ ପ୍ରମୁଖ ଏହି କ୍ରିକେଟ ଦଳକୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି। ଖେଳ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ଭଞ୍ଜ ଓ ପଦ୍ମନାଭ ସାମଲ ଟିମ ମ୍ୟାନେଜର ଭାବେ ଦଳ ସହିତ ଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ