ଶେରଗଡ଼ ବ୍ଲକର ଧବଳପୁର ଠାରେ ଆମ ବ୍ୟାଙ୍କ ଉଦଘାଟିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ଅନ୍ତର୍ଗତ ଧବଳପୁର ଗ୍ରାମପଞ୍ଚାୟତ ରେ ରାଜ୍ୟ ସରକାରଙ୍କ ଆମ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳ ରେ ଲୋକମାନେ ହାତ ପାଆନ୍ତାରେ ବ୍ୟାଙ୍କ ସେବା ପାଇବା ଏହାର ମୂଳ ଲକ୍ଷ୍ୟ, ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସି ଜରିଆରେ ଉଦଘାଟନ କରିଛନ୍ତିl ପ୍ରତି ଗ୍ରାମପଞ୍ଚାୟତ ରେ ବ୍ୟାଙ୍କିଙ୍ଗ ସେବା ପାଇଁ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ l ୪୩୭୩ ରୁ ଉର୍ଦ୍ଧ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତ ରେ ସିଏସପି ପ୍ଲସ ଶାଖା ଦ୍ୱାରା ବୃଦ୍ଧା, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ଲୋକଙ୍କ ପାଇଁ ଡୋରଷ୍ଟେପ ସେବା ଦ୍ୱାରା ସମସ୍ତେ ଉପକୃତ ହୋଇପାରିବେ l ଏହି ଅବସରରେ ବ୍ଲକ ଅଧକ୍ଷ କୃଷଚନ୍ଦ୍ର ନାୟକ, ବ୍ଲକ ବିଜେଡ଼ି ସଭାପତି ଶରତ ଚନ୍ଦ୍ର ପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ,ବ୍ଲକ ଉପାଧ୍ୟାକ୍ଷା ପ୍ରତିନିଧି କାହ୍ନୁଚରଣ ପଟ୍ଟନାୟକ,ପୂର୍ବତନ ଜିଲ୍ଲା ପରିଷଦ ପ୍ରମୋଦ କୁମାର ପାତ୍ର, ୫୮ ଜୋନର ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ବରୁଣ ପୋଲାଇ, ସରପଞ୍ଚ ରାଜେନ୍ଦ୍ର ସେଠୀ, ସରପଞ୍ଚ କୃଷଚନ୍ଦ୍ର ସୁଆଁସିଆ, ସରପଞ୍ଚ ପ୍ରତିନିଧି ଶିବାଜୀ ବିଷୋୟୀ, ବିଜେଡି ନେତା ଦିଗାମ୍ବର ନାୟକ, ଅନିଲ କୁମାର ମହାପାତ୍ର,ଯୁବ ନେତା ଦେବୀ ପ୍ରସାଦ ଦାଶ, ସରପଞ୍ଚ ବର୍ଣ୍ଣମାଳା ପ୍ରଧାନ, ନାଏବ ସରପଞ୍ଚ ପ୍ରତିନିଧି ଜଗା ରାଉତ, ସମିତି ସଭ୍ୟା ପ୍ରତିନିଧି ରବୀନ୍ଦ୍ର ଗୌଡ଼, ପ୍ରଶାନ୍ତ ସାହୁ,ପ୍ରଭୁ ପ୍ରସାଦ ପାତ୍ର,ହରି ଡାକୁଆ, ସମେତ ବହୁ ଜନସାଧାରଣ ଯୋଗଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ